ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦିନକରେ ମିଳିଲା ଦିବ୍ୟଙ୍ଗ ପ୍ରମାଣପତ୍ର

ଭୁବନେଶ୍ଵର: ରାଜ୍ୟ ସରକାର ଦିବ୍ୟଙ୍ଗଙ୍କ ହିତପ୍ରତି ପ୍ରାଧାନ୍ୟ ଦେଇ ସଦା ସର୍ବଦା ସମର୍ପିତ ରହି କାର୍ଯ୍ୟ କରୁଛନ୍ତି l ସେହି କ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ନିର୍ଦ୍ଦେଶରେ ଜଣେ ଦିବ୍ୟଙ୍ଗ ହିତାଧିକାରୀଙ୍କୁ ତାଙ୍କ ଦିବ୍ୟଙ୍ଗ ପ୍ରମାଣପତ୍ର ପ୍ରଦାନ କରାଯାଇ ପାରିଛି l  

ସୂଚନାଯୋଗ୍ୟ ଯେ ଯାଜପୁର ଜିଲ୍ଲାର ପ୍ରଫୁଲ୍ଲ ଦାସ ଯିଏକି ଦୃଷ୍ଟିବାଧିତ ଅଟନ୍ତି ତାଙ୍କର ଦିବ୍ୟଙ୍ଗ ପ୍ରମାଣପତ୍ର ନଥିଲା l ସେଥିପାଇଁ ସେ ପ୍ରମାଣପତ୍ର ପାଇବା ନେଇ ଅନେକଥର ଚେଷ୍ଟା କରିଥିବା ଗଣମାଧ୍ୟମ ସୂତ୍ରରୁ ଜଣା ପଡ଼ିଥିଲା l ଏହି ବିଷୟ ସ୍ଥାନୀୟ ବିଧାୟକ ଆକାଶ ଦାଶ ନାୟକ  ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କୁ ଜଣାଇଥିଲେ l ଏହି ଖବର ପାଇବାକ୍ଷଣି ଡକ୍ଟର ମହାଲିଙ୍ଗ ଯୋଗ୍ୟତା ଯାଞ୍ଚ କରି ପ୍ରଫୁଲ୍ଲ ଦାସଙ୍କୁ ତୁରନ୍ତ ଦିବ୍ୟଙ୍ଗ ପ୍ରମାଣପତ୍ର ଯୋଗାଇବା ପାଇଁ ମୁଖ୍ୟ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ,ଯାଜପୁରଙ୍କୁ ନିର୍ଦ୍ଦେଶ ଦେଇଥିଲେ l  

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରଫୁଲ୍ଲ ଦାସଙ୍କୁ ଦିବ୍ୟଙ୍ଗ ପ୍ରମାଣପତ୍ର ପ୍ରଦାନ କରାଯାଇଛି l ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଫୁଲ୍ଲ ଦାସଙ୍କ ଘରକୁ ଯାଇ ଏହି ଦିବ୍ୟଙ୍ଗ ପ୍ରମାଣପତ୍ର ପ୍ରଦାନ କରାଯାଇଛି l ରାଜ୍ୟ ସରକାର ଦିବ୍ୟଙ୍ଗ କଲ୍ୟାଣପ୍ରତି ସମର୍ପିତ ରହିବା ସହ ସବୁ ବର୍ଗର ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରକାଶ କରିଛନ୍ତି l  

Leave a Reply

Your email address will not be published. Required fields are marked *