Aama Khabar

କଣ୍ଢେଇ ନାଟ ମନୋରଞ୍ଜନ ସହ ସାମାଜିକ ବାର୍ତ୍ତା ପ୍ରଦାନ କରେ : ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆୟୋଜିତ ହେଉଥିବା ଜାତୀୟ କଣ୍ଢେଇ ନାଟ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ଭଞ୍ଜକଳା ମଣ୍ଡପରେ ଆୟୋଜିତ ହୋଇଥିବା ଉଦ୍‌ଯାପନୀ ସମାରୋହରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ ଯେ, କଣ୍ଢେଇ ନାଟ ଆମ ପିଲାଦିନର ସ୍ମୃତିକୁ ଉଜ୍ଜୀବିତ କରିଥାଏ। କଣ୍ଢେଇ ତିଆରି କରିବା, ନାଟକରେ  କଣ୍ଢେଇର…

ମାନବ ସମାଜର ହିତ ପାଇଁ ଜ୍ଞାନର ବ୍ୟବହାର କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ

ଭୁବନେଶ୍ୱର : ବିଭିନ୍ନ ପ୍ରକାରର ସମସ୍ୟାର ସମାଧାନ ଓ ପରିବେଶ ସୁରକ୍ଷା କରିବା ଦିଗରେ ଜ୍ଞାନକୁ ଉପଯୋଗ କରିବା ସହିତ ସାମାଜିକ ସଦଭାବନାକୁ ପ୍ରୋତ୍ସାହିତ କରି ମାନବ ସମାଜର ସେବା କରିବାକୁ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି l ନିଷ୍ଟ (NIST) ବିଶ୍ୱବିଦ୍ୟାଳୟ ବ୍ରହ୍ମପୁରର ଦ୍ଵିତୀୟ ସମାବର୍ତ୍ତନ ଉତ୍ସବରେ ସ୍ନାତକ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି l ଏହି ସମାରୋହରେ ସ୍ନାତକମାନଙ୍କୁ ସମ୍ବୋଧିତ କରି ରାଜ୍ୟପାଳ କହିଛନ୍ତି…

ଶସ୍ତା ଓ ସମାବେଶୀ ସାର୍ବଜନିକ ପରିବହନ ସୁଦୃଢ଼ କରିବା ପାଇଁ ମୁଖ୍ୟ ସଂସ୍କାର ଉପରେ ସମୀକ୍ଷା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ବସ୍ ସେବା (ଏମ୍‌ବିଏସ୍‌) ସମ୍ପର୍କିତ ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟି ବୈଠକ ଖାରବେଳ ଭବନରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସାର୍ବଜନୀନ ପରିବହନ ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବା ପାଇଁ ଜାରିରହି ଥିବା ସଂସ୍କାର ପ୍ରକ୍ରିୟା ଓ ଆଗାମୀ ପର୍ଯ୍ୟାୟର ରୂପରେଖ ଉପରେ ସମୀକ୍ଷା କରାଯାଇଥିଲା। ବୈଠକରେ ସହର ଓ ଗ୍ରାମାଞ୍ଚଳରେ ସେବା କ୍ଷମତା ବୃଦ୍ଧି, ସହଜ ଓ ଶସ୍ତା…

ରାଜ୍ୟରେ ଜଳବାୟୁ ସହନଶୀଳ କୃଷିର ପ୍ରସାର ପାଇଁ କର୍ମଶାଳା ଆୟୋଜିତ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ (DA&FE), ‘ସେଣ୍ଟର ଫର୍ ଷ୍ଟଡି ଅଫ୍ ସାଇନ୍ସ, ଟେକ୍ନୋଲୋଜି ଆଣ୍ଡ ପଲିସି’ (CSTEP) ଏବଂ ‘କାଟାଲିଷ୍ଟ ମ୍ୟାନେଜସଂଗୋଷ୍ଠୀ ସର୍ଭିସେସ୍’(CMS) ସହ ମିଳିତ ଭାବେ ଆଜି ‘ଓଡ଼ିଶା କ୍ଲାଇମେଟ୍ ସ୍ମାର୍ଟ ଏଗ୍ରିକଲଚର ଆଲାଇନ୍ସ’ବା ଓଡ଼ିଶା ଜଳବାୟୁ-ଅନୁକୂଳ କୃଷି ସଂଗୋଷ୍ଠୀ (OCSAA) ର କର୍ମଶାଳା ଆୟୋଜିତ ହୋଇଯାଇଛି। କୃଷି କ୍ଷେତ୍ରରେ ଜଳବାୟୁ ସହନଶୀଳତାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ରାଜ୍ୟ ସରକାର ଆଜି…

‘ଗ୍ରାମାଞ୍ଚଳରେ ପ୍ରତ୍ୟେକ ବ୍ୟକ୍ତି ପାଖରେ ପହଞ୍ଚିବ ସମବାୟ’

ଭୁବନେଶ୍ଵର: ବର୍ତ୍ତମାନର ବଜାର ବ୍ୟବସ୍ଥା ଅର୍ଥନୀତିରେ ସମବାୟ ଅନୁଷ୍ଠାନକୁ ସମୃଦ୍ଧ  ଓ ସଶକ୍ତ କରିବାକୁ ହେଲେ ସମବାୟଗୁଡିକ ମଧ୍ୟରେ ଆର୍ଥିକ ସହଭାଗିତା ଓ ସହଯୋଗିତା ଅପରିହାର୍ଯ୍ୟ। ଭାରତ ସରକାରଙ୍କ ଦିଗଦର୍ଶନ ଓ ମାର୍ଗଦର୍ଶନକୁ ପାଥେୟ କରି କୃଷି, ବିପଣନ, ବ୍ୟାଙ୍କିଂ, ଖାଉଟି, ଗୋପାଳନ, ମତ୍ସ୍ୟ, ହସ୍ତତନ୍ତ, ହସ୍ତଶିଳ୍ପମାନଙ୍କ ମଧ୍ୟରେ ସଂଯୋଗ ଓ ସହଯୋଗ ବଢ଼ାଇବା ଉଦ୍ଦେଶ୍ୟରେ ଏକ ସୁଦୃଢ ସମବାୟ ପରିବେଶ ସୃଷ୍ଟି କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ…

୧ଲକ୍ଷ ୫୫ହଜ଼ାରରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୦ କୋଟିରୁ  ଉର୍ଦ୍ଧ୍ୱ ସୁଧ ଫେରସ୍ତ

ଭୁବନେଶ୍ୱର : ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ନିୟମିତ ସୁଧ ଫେରସ୍ତ ସରକାରଙ୍କ ପ୍ରତିବଦ୍ଧତା ଓ  ଏହା ସଦସ୍ୟାମାନଙ୍କ ଅର୍ଥନୈତିକ ଭାଗିଦାରୀକୁ ଆହୁରି ସଶକ୍ତ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମତ ପ୍ରକାଶ କରିଛନ୍ତି। ମିଶନ ଶକ୍ତି ଭବନ ଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ କରକମଳରେ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ରାଜ୍ୟର ୧ଲକ୍ଷ ୫୫ହଜ଼ାର ୮୫୨ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୦ କୋଟି ୨୦ ଲକ୍ଷ ୫୨ହଜ଼ାର ୬୨୧ ଟଙ୍କା ବ୍ୟାଙ୍କ ଋଣ ସୁଧ…

କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶ କରିବା ହେଉଛି ଆମର ଲକ୍ଷ୍ୟ : ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ସହାୟତାରେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଉତ୍କଳ ବିଶ୍ୱ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଉତ୍କଳ ବିଶ୍ୱ ବିଦ୍ୟାଳୟର ଦୀକ୍ଷାନ୍ତ ଭବନରେ “ଅମୃତ ପିଢ଼ି  ଛାତ୍ର ବିଶ୍ୱ ସମ୍ମିଳନୀ” କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଡିସେମ୍ବର ୧୮ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀର ଆୟୋଜନ କରାଯିବ। ଏହି ଛାତ୍ର ବିଶ୍ୱ ସମ୍ମିଳନୀର ଥିମ୍ ରହିଛି “କୃତ୍ରିମ ବୁଦ୍ଧିମତା ଓ ଏହାର ନୈତିକତା”। ଏହି ସମ୍ମିଳନୀରେ…

ସରଗି ଫୁଲ୍ ମହୋତ୍ସବ: ୩୦ ଟି ଜିଲ୍ଲାରୁ ୧୧୬୦ ଅଂଶଗ୍ରହଣକାରୀ ସାମିଲ୍

ଭୁବନେଶ୍ବର : ଆରମ୍ଭ ହୋଇଯାଇଛି ବହୁ ପ୍ରତିକ୍ଷିତ ସରଗି ଫୁଲ୍  ମହୋତ୍ସବ ୨୦୨୫। ତିନିଦିନବ୍ୟାପୀ ହେବାକୁ ଥିବା ଏହି ମହୋତ୍ସବର ଶୁଭାରମ୍ଭ  କରିଛନ୍ତି ନିତ୍ୟାନନ୍ଦ ଗଣ୍ଡ, ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା,  ଅନୁସୂଚିତ ଜନ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ। ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଅଧିନରେ ଥିବା ଆଦିବାସୀ…

” ସୁରକ୍ଷା ସମିତିର ଭୂମିକା ଓ ଦାୟିତ୍ୱ”ସମ୍ବନ୍ଧୀୟ ପ୍ରଶିକ୍ଷଣ

ଭୁବନେଶ୍ବର :  ରାଜ୍ୟରେ କାରଖାନାମାନଙ୍କର ସୁରକ୍ଷିତ କାର୍ଯ୍ୟସ୍ଥଳୀ ଏବଂ ଶ୍ରମିକ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଇଆସୁଥିବାରୁ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅନୁମୋଦନକ୍ରମେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟ ପକ୍ଷରୁ ସୁରକ୍ଷା ଅଧିକାରୀମାନଙ୍କ ନିମନ୍ତେ ବିଭିନ୍ନ ସୁରକ୍ଷା ବିଷୟକ ତାଲିମ କାର୍ଯ୍ୟକ୍ରମ ସଂଗଠିତ ହେଉଛି, ଯାହା ଦୁର୍ଘଟନା ପ୍ରତିରୋଧକୁ ସୁଦୃଢ଼ କରୁଛି। ଏହି କ୍ରମରେ ରାଜ୍ୟ ଶ୍ରମ ପ୍ରତିଷ୍ଠାନର ସହଯୋଗରେ, ସେହି ପ୍ରତିଷ୍ଠାନର ସମ୍ମିଳନୀ କକ୍ଷରେ “ସୁରକ୍ଷା ସମିତିର ଭୂମିକା ଓ ଦାୟିତ୍ୱ”ସମ୍ବନ୍ଧୀୟ ପ୍ରଶିକ୍ଷଣ,…

‘ଓଡ଼ିଶାର ଏକୀକରଣ ତଥା ଭାଷାଭିତ୍ତିରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ଦେବାରେ ମହାରାଜାଙ୍କ ଅବଦାନ ଅତୁଳନୀୟ’

ଭୁବନେଶ୍ୱର : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଥିଲେ ଅପାର ଗୁଣର ଅଧିକାରୀ। ରାଜା ଭାବରେ ସେ ଥିଲେ ପ୍ରଜାନୁରଞ୍ଜନ। ପ୍ରଜାମାନଙ୍କ ହିତ ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ। ଖଣ୍ଡବିଖଣ୍ଡିତ ଓଡ଼ିଶାର ଏକୀକରଣ ତଥା ଭାଷାଭିତ୍ତିରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ରୂପେ ଗଠନ କରିବା ପାଇଁ ଯେଉଁ ଆନ୍ଦୋଳନର ସୂତ୍ରପାତ ହୋଇଥିଲା, ସେଥିରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ…