ମଞ୍ଚେଶ୍ୱରସ୍ଥିତ ଜରୁରୀ କାଳୀନ ସହାୟତା କେନ୍ଦ୍ରର କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ସମୀକ୍ଷା
ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମଞ୍ଚେଶ୍ୱରସ୍ଥିତ ଜରୁରୀ କାଳୀନ ସହାୟତା କେନ୍ଦ୍ର (ERSS)( ଡାଏଲ-112)କୁ ଗସ୍ତ କରି ଏହାର କାର୍ଯ୍ୟକାରିତା, ପରିଚାଳନା ଏବଂ ଆଧୁନିକୀକରଣ ସମ୍ପର୍କରେ ବିସ୍ତୃତ ଭାବେ ସମୀକ୍ଷା କରିଛନ୍ତି। ସମସ୍ୟାରେ ପଡ଼ିଥିବା ସାଧାରଣ ଲୋକଙ୍କୁ ଅଳ୍ପ ସମୟ ମଧ୍ୟରେ ତ୍ୱରିତ ସେବା ଯୋଗାଇ ଦେବା ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ଗୁରୁତ୍ୱାରୋପ କରିଛନ୍ତି। ଏଥି ନିମନ୍ତେ ଉପଯୁକ୍ତ…
