Aama Khabar

ନଦୀ ସଂଯୋଗୀକରଣ ପ୍ରୟାସ ଜଳ ସଂସାଧନ ପରିଚାଳନାରେ ନୂତନ ମାନଦଣ୍ଡ ସ୍ଥାପନ କରୁଛି

ଭୁବନେଶ୍ୱର: ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ଵ ପାଇଁ ଏକ ଆହ୍ଵାନ ରୂପେ ଦେଖା ଦେଇଛି। ଦିନକୁ ଦିନ ମୌସୁମୀ ବର୍ଷାର ଅବଧି ଓ ତାହାର ପରିମାଣରେ ଅନିଶ୍ଚିତତା ମାନବ ସମାଜ ପାଇଁ ଜଳ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ସୃଷ୍ଟି କରିଛି। ଉଦବୃତ୍ତ ଜଳ ସମ୍ପନ୍ନ ନଦୀ ଅବବାହିକାଗୁଡିକୁ ଜଳକ୍ଲିଷ୍ଟ ନଦୀ ଅବବାହିକା ସହିତ ସଂଯୁକ୍ତକରି ପ୍ରଭାବୀ ଜଳ ବଣ୍ଟନ ପ୍ରଣାଳୀକୁ ସୁନିଶ୍ଚିତ କରିବା ନିମନ୍ତେ “ଅନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ପ୍ରକଳ୍ପ” ନାମରେ ଏକ ନୂତନ…

କାରଖାନା ଅଗ୍ନୀ ସୁରକ୍ଷା ଅଧିକାରୀଙ୍କ ତାଲିମ କର୍ମଶାଳା

ଭୁବନେଶ୍ୱର: ଶିଳ୍ପାୟନ ରେ ଅଗ୍ନୀ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ କାରଖାନା ମାନଙ୍କରେ ନିଯୁକ୍ତ ଅଗ୍ନୀ ସୁରକ୍ଷା ଅଧିକାରୀ ମାନଙ୍କର ପାରିଦର୍ଶିତା ବୃଦ୍ଧି  ନିମନ୍ତେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟ ପକ୍ଷରୁ ଭୁବନେଶ୍ବର ସ୍ଥିତ ରାଜ୍ୟ ଶ୍ରମ ସଂସ୍ଥାନ ଆନୁକୁଲ୍ୟରେ ସଂସ୍ଥାନ ସମ୍ମିଳନୀ କକ୍ଷରେ ଏକ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇ ଯାଉଛି। ପୂର୍ବାହ୍ନରେ କର୍ମଶାଳାକୁ  ମୁଖ୍ୟ ଅତିଥି  ସରକାରଙ୍କ  ଶ୍ରମ ଏବ୍ଂ ରାଜ୍ୟ କର୍ମଚାରୀ ବୀମା ବିଭାଗର ଅତିରିକ୍ତ ଶାସନ ସଚିବ ତଥା କାରଖାନା ଏବଂ…

କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ

ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ରରେ ଅସାଧାରଣ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିଙ୍କୁ ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ ପାଟି ସମ୍ବର୍ଦ୍ଧିତ କରିଛନ୍ତି। ଚଳିତ ଜୁଲାଇ ୨୩ ତାରିଖ ଦିନ ରାଜଭବନରେ ନ୍ୟୁ ଅଭିଷେକ ହଲ୍ ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଚଳିତ ବର୍ଷ ପଦ୍ମଶ୍ରୀ ପୁରସ୍କାର ବିଜେତା, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା, ଆନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ବିଜେତା ଏବଂ ୨୦୨୪ ମସିହା ଇଣ୍ଡିଆନ୍ ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତିତ୍ୱ ହାସଲ…

ରୂପା ରୋଶନ ସାହୁ ହେଲେ ରାଜ୍ୟପାଳଙ୍କ ସଚିବ

ଭୁବନେଶ୍ୱର: ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ରୂପା ରୋଶନ ସାହୁ ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଭାବେ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ସେ ଦକ୍ଷିଣାଂଚଳ ରାଜସ୍ୱ କମିଶନର ଭାବେ ଅବସ୍ଥିତ ଥିଲେ। ୨୦୦୬ ମସିହା ଆଇ.ଏ.ଏସ୍. କ୍ୟାଡର ଅଧିକାରୀ ଶ୍ରୀମତୀ ସାହୁ ପ୍ରଶାସନିକ ସେବା ଜୀବନର ଆରମ୍ଭରୁ ବିଭିନ୍ନ ପଦପଦବୀରେ ଅବସ୍ଥିତ ହୋଇ ଦକ୍ଷତାର ସହ ଦାୟିତ୍ୱ ନିର୍ବାହ କରିଛନ୍ତି।

ଉନ୍ନତ ମତ୍ସ୍ୟ ପ୍ରଯୁକ୍ତିବିଦ୍ୟା ସମ୍ପର୍କରେ ଚାଷୀ ହେବେ ପ୍ରଶିକ୍ଷିତ

ଭୁବନେଶ୍ୱର: ଅତ୍ୟାଧୁନିକ ସମନ୍ଵିତ ମତ୍ସ୍ୟ ଚାଷୀ ତାଲିମ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଭୁବନେଶ୍ଵର କୌଶଲ୍ୟାଗଙ୍ଗ ସରକାରୀ ମାଛ ଯାଆଁଳ ଉତ୍ପାଦନ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ କହିଛନ୍ତି, ମତ୍ସ୍ୟଚାଷୀ, ଉଦ୍ୟୋଗୀ ଏବଂ ମତ୍ସ୍ୟ ଅଧିକାରୀମାନଙ୍କୁ ଉନ୍ନତ ମତ୍ସ୍ୟ ପ୍ରଯୁକ୍ତିବିଦ୍ୟା ଓ ଆଧୁନିକ କୌଶଳ ବିଷୟରେ ଏହି କେନ୍ଦ୍ରରେ ପ୍ରଶିକ୍ଷଣ ଦିଆଯିବ। ଫଳରେ ମାଛ…

ଜଳ ସଂପଦ ବିଭାଗର କାର୍ଯ୍ୟ ସହିତ ଖର୍ଚ୍ଚ ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱାରୋପ

ଭୁବନେଶ୍ୱର: ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଜଳ ସମ୍ପଦ ବିଭାଗରେ ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏକ ବୈଠକରେ ବିଭାଗର ଖର୍ଚ୍ଚ ଯୋଜନା ଓ ସ୍ଥିତି ସମୀକ୍ଷା କରିଛନ୍ତି। ବିଭାଗରେ ହାତକୁ ନିଆଯାଇଥିବା ନୂଆ କାର୍ଯ୍ୟ ସବୁର ଟେଣ୍ଡର ପ୍ରକ୍ରିୟା କେତେଦୂର ଅଗ୍ରଗତି ହୋଇଛି, ସେ ସଂପର୍କରେ ଉନ୍ନୟନ କମିଶନର ସମୀକ୍ଷା କରିବା ସହିତ ସେସବୁକୁ ତ୍ୱରାନ୍ୱିତ କରିବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି।…

ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା; ଢେଙ୍କାନାଳ ପ୍ରଥମ, କଟକ ଦ୍ବିତୀୟ ଓ ମୟୂରଭଞ୍ଜ ତୃତୀୟ

ଭୁବନେଶ୍ୱର: ଭୁବନେଶ୍ୱରର ହୋଟେଲ ମେଫେୟାର ଲାଗୁନ୍ ଠାରେ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲ୍ ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ ଏବଂ ଜିଲ୍ଲା ସ୍ତରରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ଶେଷ ପର୍ଯ୍ୟାୟ ଏକ ଉତ୍ସବମୁଖର ପରିବେଶରେ ସମାପ୍ତ ହୋଇଯାଇଛି। ଓଡ଼ିଶାର ପାରମ୍ପରିକ ଖାଦ୍ୟ ପ୍ରଥା ଏବଂ ମହିଳାଙ୍କ ଉଦ୍ୟୋଗିକ ପ୍ରତିଭାକୁ ଉଜ୍ଜ୍ୱଳ ଭାବରେ ପ୍ରଦର୍ଶନ କରୁଥିବା ଏହି ପ୍ରତିଯୋଗିତା ଅବସରରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ…

ରାଜ୍ୟରେ ସୃଷ୍ଟି ହେବ ଅଧିକ ୬୩୫୮ ବୁଥ

ଭୁବନେଶ୍ଵର: ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ଏସ.  ଗୋପାଳନ ବିଭିନ୍ନ ସିକୃତିପ୍ରାପ୍ତ ରାଜନୈତିକ ଦଳ ଗୁଡିକ ସହ ବୈଠକ କରିଛନ୍ତି। ଏହି ବୈଠକରେ ରାଜ୍ୟରେ ଅଧିକ ଛଅ ହଜାର ତିନିଶହ ଅଠାବନ ବୁଥ ସୃଷ୍ଟି ଏବଂ ବୁଥ ସ୍ତରୀୟ ଏଜେଣ୍ଟ (BLA)ଙ୍କୁ ନିଯୁକ୍ତ ବେଳେ ଆବେଦନ ଫର୍ମ(BLA-2)ରେ ଫଟୋ ଏବଂ ମୋବାଇଲ ନମ୍ବର ନିଶ୍ଚିତ ଦେବାକୁ ପଡିବ ବୋଲି ସେ ଉପସ୍ଥିତ ରାଜନୈତିକ ଦଳ ଗୁଡିକର ସଦସ୍ୟଙ୍କୁ କହିଥିଲେ। ଭୋଟରଙ୍କ ସୁବିଧା ତଥା ଭିଡ କମାଇବା ସକାଶେ…

“ସୁଭଦ୍ରା ସମୀକ୍ଷା”; କଲେଜ ପଢୁଆ ଛାତ୍ରଛାତ୍ରୀ କରିବେ ସର୍ଭେ

ଭୁବନେଶ୍ୱର: ସୁଭଦ୍ରା ଆଜି ଓଡ଼ିଶାର କୋଣେ ଅନୁକୋଣରେ ପହଞ୍ଚି ମା ଓ ଭଉଣୀମାନଙ୍କର ଆର୍ଥିକ ଆବଶ୍ୟକତାକୁ ପୂରଣ କରୁଛି ଏବଂ ସେମାନଙ୍କ ଇଛା ତଥା  ସ୍ଵପ୍ନକୁ ନୂଆ ରୂପ ପ୍ରଦାନ କରୁଛି। ରାଜ୍ୟର  ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ସୁଭଦ୍ରା ଯୋଜନା ଆରମ୍ଭର ମୂଳ ଲକ୍ଷ୍ୟ। ସୁଭଦ୍ରା ସହାୟତା ଓଡ଼ିଶାର ମା ଭଉଣୀମାନଙ୍କ ଜୀବନରେ କ’ଣ ପରିବର୍ତ୍ତନ ଆଣିଛି ଓ  ଆଉ କଣ କଲେ ସୁଭଦ୍ରା କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିହେବ -ଏପରି  ପ୍ରଶ୍ନଗୁଡିକୁର ଉତ୍ତର ପାଇବା ପାଇଁ ମହିଳା…

ରାଷ୍ଟ୍ରୀୟ ମାନବ ଅଧିକାର ଆୟୋଗର ଓଡିଶା ଶିବିର ବୈଠକ/ ଖୋଲା ଶୁଣାଣି ସମାପ୍ତ

ଭୁବନେଶ୍ୱର: ରାଷ୍ଟ୍ରୀୟ ମାନବ ଅଧିକାର ଆୟୋଗ ପୂର୍ଣ୍ଣ କମିଶନ ଏବଂ ଡିଭିଜନ ବେଞ୍ଚରେ ୧୪୪ଟି ମାମଲାର ଶୁଣାଣି କରି ଏହାର ଦୁଇ ଦିନିଆ ଭୁବନେଶ୍ୱର ଶିବିର ବୈଠକ ସମାପ୍ତ କରିଛି ଏବଂ ଓଡିଶା ରାଜ୍ୟରେ ମାନବାଧିକାର ଉଲ୍ଲଂଘନର ପୀଡିତମାନଙ୍କୁ ୨୮ ଲକ୍ଷ ଟଙ୍କା ସହାୟତା ସୁପାରିଶ କରିଛି। ରାଷ୍ଟ୍ରୀୟ ମାନବ ଅଧିକାର ଆୟୋଗ ଅଧ୍ୟକ୍ଷ, ନ୍ୟାୟମୂର୍ତ୍ତି ଶ୍ରୀ ଭି. ରାମାସୁବ୍ରମଣ୍ୟମ୍, ସଦସ୍ୟ ଡକ୍ଟର ନ୍ୟାୟମୂର୍ତ୍ତି ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ଏବଂ ବିଜୟା ଭାରତୀ ସାୟାନି ମାମଲାଗୁଡ଼ିକର ଶୁଣାଣି…