ନିଯୁକ୍ତି ଦାତା ଓ ଶିଳ୍ପାନୁଷ୍ଠାନମାନଙ୍କୁ ଭିନ୍ନକ୍ଷମଙ୍କ ପ୍ରତିଭାର ଉପଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ଭୁବନେଶ୍ୱର: ଭିନ୍ନକ୍ଷମମାନଙ୍କ ସମସ୍ୟା ଉପରେ ଆମ ସରକାର ସବୁବେଳେ ପ୍ରାଥମିକତା ଦେଉଛି, ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଓ ଯତ୍ନ ପ୍ରଦାନ କରି ସାମାଜରେ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଆମ ସରକାର ଗୁରୁତ୍ୱ ଦେଇ କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ- ୨୦୨୫ ଅବସରରେ ଉଦ୍ବୋଧନ ଦେଇ କହିଛନ୍ତି। ଭୁବନେଶ୍ୱର SOA ଅଡିଟୋରିଅମଠାରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଚଳିତ ମାସ ୧…


