Aama Khabar

୩୬ତମ ଡ୍ୟାସ୍‌ବୋର୍ଡ ସମୀକ୍ଷା

ଭୁବନେଶ୍ବର ୨୭ ଜୁଲାଇ ୨୦୨୫;- ଉଷା ପାଢ଼ୀ, ପ୍ରମୁଖ ଶାସନ ସଚିବ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବିଭାଗର ୩୬ତମ ଡ୍ୟାସ୍‌ ବୋର୍ଡ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବିଭାଗର କନ୍‌ଫରେନ୍ସ ହଲ୍‌ ପରିସରରେ ଅନୁଷ୍ଠିତ ବୈଠକରେ ସହରାଞ୍ଚଳ ଭିତ୍ତିଭୂମି ବିକାଶ ନେଇ ଆରମ୍ଭ କରାଯାଇଥିବା କାର୍ଯ୍ୟଗୁଡ଼ିକର ସମୀକ୍ଷା କରାଯାଇଥିଲା। ବିଶେଷ କରି ୧୧୫ର ସ୍ବାୟତ୍ତ ଶାସନ ସଂସ୍ଥାରେ ଓଡ଼ିଶା ସହରାଞ୍ଚଳ ଭିତ୍ତିଭୂମି ଉନ୍ନୟନ ପାଣ୍ଠି ଅଧୀନରେ ଚାଲିଥିବା ଷ୍ଟ୍ରିଟ୍‌…

ଉପବିଭାଗୀୟ ଅଧିକାରୀମାନେ ନିଷ୍ଠାର ସହ ସରକାରୀ କାର୍ଯ୍ୟ ତୁଲାଇବା ଉଚିତ: ବାଚସ୍ପତି

ଭୁବନେଶ୍ଵର: ସରକାରୀ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠା ତଥା ଜନସହଯୋଗ ଦ୍ୱାରା ରାଜ୍ୟ ଓ ଦେଶର ପ୍ରତ୍ୟେକ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇପାରିବ ଓ ତା’ର ସୁବିଧା ଜନସାଧାରଣ ପାଇପାରିବେ। ଅଧିକାରୀମାନଙ୍କ କର୍ତ୍ତବ୍ୟ, ମହତ ଚିନ୍ତାଧାରା କାର୍ଯ୍ୟରେ ରୂପାନ୍ତରିତ ହୋଇପାରିଲେ ସମାଜର ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ । ତେଣୁ ପ୍ରତ୍ୟେକ ଅଧିକାରୀ ସରକାରଙ୍କ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିବା ଦ୍ୱାରା ଆମ ରାଜ୍ୟର ଅଶେଷ ଉପକାର ସାଧିତ ହୋଇପାରିବ ବୋଲି ବାଚସ୍ପତି ସୁରମା ପାଢ଼ୀ ପ୍ରକାଶ କରିଛନ୍ତି…

ରାଜ୍ୟରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରୟ ସମ୍ପୂର୍ଣ୍ଣ ନିଷେଧ

ଭୁବନେଶ୍ୱର: ରାଜ୍ୟରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରୟକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। କୌଣସି ପେଟ୍ରୋଲ ପମ୍ପରୁ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ କ୍ରୟକୁ ପ୍ରୋତ୍ସାହିତ ନ କରିବାକୁ ବିଭିନ୍ନ ସଂଘ ସହ ଆଲୋଚନା କରାଯାଇଛି। ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଲୋକସେବା ଭବନସ୍ଥିତ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବିଭିନ୍ନ ପେଟ୍ରୋଲିୟମ୍‌ ସଂଘର କାର୍ଯ୍ୟକର୍ତ୍ତା ଓ ବିଭାଗୀୟ ଅଧିକାରୀମାନଙ୍କ ସହ ବିସ୍ତୃତ ଭାବେ ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଧନଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି…

ଫସଲ-ପାଣିପାଗ ପର୍ଯ୍ୟବେକ୍ଷଣ ଗୋଷ୍ଠୀ କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: କୃଷି ଭବନରେ ଫସଲ ପାଣିପାଗ ପର୍ଯ୍ୟବେକ୍ଷଣ ଗୋଷ୍ଠୀ କମିଟିର ସମୀକ୍ଷା ବୈଠକ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ପାଣିପାଗ ନିର୍ଦ୍ଦେଶକ ଡ଼ ମନୋରମା ମହାପାତ୍ର ମଧ୍ୟ ଯୋଗଦେଇଥିଲେ। ଚଳିତ ବର୍ଷ ଓଡ଼ିଶାରେ ମୌସୁମୀ ଜନିତ ବର୍ଷା ସ୍ୱାଭାବିକ ଠାରୁ ୧୬ ପ୍ରତିଶତ ଅଧିକ ହୋଇଛି। ଏହା ଖରିଫ ଫସଲ ପାଇଁ ବେଶ ଅନୁକୂଳ ପରିସ୍ଥିତି ସୃଷ୍ଟି କରିଛି। ଵିଶେଷ କରି କପା, ଧାନ, ଆଳୁଚାଷ ଭଳି…

ଭାରୀଯାନ ପାଇଁ ନୂଆ କରିଡ଼ର

ଭୁବନେଶ୍ୱର: ନିର୍ମାଣ ବିଭାଗ ଭିଜନ ୨୦୩୬କୁ  ଆଖିଆଗରେ ରଖି ସାରା ଓଡିଶାକୁ ଏକ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ମାନ ଗ୍ରହଣ କରୁଛନ୍ତି। ରାଜ୍ୟକୁ ପ୍ରଗତି ପଥରେ ଆଗେଇ ନେବାଲାଗି ଏକ ସୁଦୃଢ ସଡକ ନେଟୱର୍କ ଜରୁରୀ। ତେବେ ଦ୍ରୁତ ଜନସଂଖ୍ୟା ବୃଦ୍ଧି ଏବଂ ସେହି ଅନୁସାରେ ଗାଡି ମଟର ସଂଖ୍ୟା ବୃଦ୍ଧି କାରଣରୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବା ଆସିବା ପାଇଁ ଅଧିକ ସମୟ ଲାଗୁଚି। ଏହାକୁ ଦୃଷ୍ଟିରେ…

ଯୁବପିଢ଼ିଙ୍କ ସ୍ୱପ୍ନ ପୂରଣ କରିବାରେ ସହାୟକ ହେଉଛି ବିଶ୍ୱ ଦକ୍ଷତା କେନ୍ଦ୍ର

ଭୁବନେଶ୍ୱର: ‘‘ବିଦେଶରେ ଚାକିରି କରିବି ବୋଲି ମୁଁ କେବେ ଭାବି ନଥିଲି । ବିଶ୍ୱ ଦକ୍ଷତା କେନ୍ଦ୍ର ଯୋଗୁଁ ଆଜି ତାହା ସମ୍ଭବ ହୋଇଛି। ବିଶ୍ୱ ଦକ୍ଷତା କେନ୍ଦ୍ରରେ ଅତ୍ୟାଧୁନିକ ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ୍ ପାଠ୍ୟକ୍ରମରେ ତାଲିମ ଶେଷକରି ଏବେ ଦୁବାଇରେ ଏକ ପ୍ରମୁଖ କମ୍ପାନିରେ ନିଯୁକ୍ତି ପାଇଛି। ଏଥିରୁ ଯାହା ରୋଜଗାର ହେଉଛି ସେଥିରେ ମୋ’ ଘର ଚଳିବା ସହ ଦୁଇ ଭାଇ ଓ ଭଉଣୀଙ୍କ କ୍ୟାରିୟର ଗଢ଼ିବା ପାଇଁ ଉଦ୍ୟମ କରୁଛି,’’ ଏହା…

ଜାତୀୟ ମାନବାଧିକାର ଆୟୋଗଙ୍କ ଓଡ଼ିଶା ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଜାତୀୟ ମାନବାଧିକାର ଆୟୋଗ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନ ଠାରେ ଓଡି଼ଶା ସଂପର୍କିତ ମାନବାଧିକାର ଉଲ୍ଲଂଘନ ଅଭିଯୋଗ ପ୍ରସଙ୍ଗରେ ରହିଥିବା ବିଭିନ୍ନ  ମାମଲାଗୁଡ଼ିକର ଶୁଣାଣି କରିଛନ୍ତି। ଜାତୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ, ନ୍ୟାୟମୂର୍ତ୍ତି ଭି.ରାମସୁବ୍ରମଣ୍ୟନ୍; ସଦସ୍ୟ, ନ୍ୟାୟମୂର୍ତ୍ତି (ଡ.) ବିଦ୍ୟୁତ୍ ରଞ୍ଜନ ଷଡଙ୍ଗୀ, ବିଜୟା ଭାରତୀ ସାୟାନି ଏବଂ ପ୍ରିୟଙ୍କା କାନୁନଗୋ ପ୍ରମୁଖ ରାଜ୍ୟ ଅତିଥି ଭବନରେ ମାମଲାଗୁଡ଼ିକର ଶୁଣାଣି କରିଥିଲେ। ଜାତୀୟ ମାନବାଧିକାର ଆୟୋଗର ମହାସଚିବ ଭରତ…

ଖରିଫ ଫସଲ ପାଇଁ ପର୍ଯ୍ୟାପ୍ତ ପରିମାଣର ସାର ଆଗୁଆ ମହଜୁଦ ରଖିବାକୁ ସମସ୍ତ ସାର କମ୍ପାନୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ଵର: ଖରିଫ ଋତୁ ଆରମ୍ଭ ହୋଇସାରିଛି।ଏହି କ୍ରମରେ ରାଜ୍ୟରେ ପ୍ରାୟ ୫୮.୫୦ ଲକ୍ଷ ହେକ୍ଟର ଜମିରେ ଖରିଫ ଫସଲ ଯୋଜନା ରହିଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟରେ ଖରିଫ ଫସଲ ପାଇଁ ସାର ଯୋଗାଣ ସ୍ଥିତିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କୃଷି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ସମବାୟ ବିଭାଗ, ମାର୍କଫେଡ଼, ଓଡ଼ିଶା କୃଷି ଶିଳ୍ପ ନିଗମ…

ଓଡ଼ିଶାରେ ପ୍ରଥମ ଏମ୍. ଆର୍. ଓ. ସୁବିଧା ସ୍ଥାପନ ହେବ

ଭୁବନେଶ୍ୱର: ସରକାରଙ୍କ ଦୂରଦୃଷ୍ଟିସମ୍ପନ୍ନ ନୂତନ ଗନ୍ତବ୍ୟ ନୀତି ଦ୍ୱାରା ପରିଚାଳିତ ଓଡିଶା ଏହାର ବେସାମରିକ ବିମାନ ଚଳାଚଳ ପରିଦୃଶ୍ୟରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖୁଛି। ବାଣିଜ୍ୟ ଏବଂ ପରିବହନ ବିଭାଗ ଦ୍ୱାରା ପରିଚାଳିତ ଏହି ନୀତିର ଉଦ୍ଦେଶ୍ୟ ହେଉଛି ବିମାନ ଚଳାଚଳ ପାଇଁ ସଂରଚିତ ପ୍ରୋତ୍ସାହନ, ମାର୍ଗ ସହାୟତା ଏବଂ ସୁବିଧା ମାଧ୍ୟମରେ ଆଞ୍ଚଳିକ ଏବଂ ଆନ୍ତର୍ଜାତୀୟ ବିମାନ ସଂଯୋଗକୁ ବିସ୍ତାର କରିବା। ବିମାନ ଚଳାଚଳ ଭିତ୍ତିଭୂମିକୁ ଏକ ରଣନୈତିକ ପ୍ରୋତ୍ସାହନ ସ୍ୱରୂପ, ଓଡ଼ିଶା ସରକାର ଭୁବନେଶ୍ୱରରେ…

ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା : ଗ୍ରାଣ୍ଡ ଫାଇନାଲରେ ଦଶଟି ଦଳ

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାର ସେମିଫାଇନାଲ ଜୁଲାଇ ୨୦ରେ ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ  ଅଫ ହୋଟେଲମ୍ୟାନେଜମେଣ୍ଟ (ଆଇଏଚଏମ)ରେ ସଫଳ ଭାବେ ଅନୁଷ୍ଠିତ ହୋଇଯାଇଛି। ମିଶନଶକ୍ତି ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ପ୍ରତିଟି ଜିଲ୍ଲାରୁ ୩୦ଟି ଏସଏଚଜି ଦଳ ପାରମ୍ପରିକ ଖାଦ୍ଯ ପ୍ରସ୍ତୁତି କୌଶଳ ଓ ପ୍ରତିଭା ପ୍ରଦର୍ଶନ କରିଥିଲେ। ହୋଟେଲ ମେ ଫେୟାରର ସେଫ ସୂରଜ କୁମାର ସାହୁ, ଆଇଏଚଏମର ବିଭାଗୀୟ ମୁଖ୍ୟ ସେଫ ସଂବିତ ସୁମନ ଏବଂ ଲାଇଫ…