ରାଜ୍ୟରେ ‘‘ଷ୍ଟପ୍-ଡାଇରିଆ’ଅଭିଯାନ ଆରମ୍ଭ
ଭୁବନେଶ୍ୱର: ବର୍ଷା ଋତୁରେ ଜଳବାହିତ ରୋଗ ଡାଇରିଆର ନିରାକରଣ ନିମନ୍ତେ ସାରା ରାଜ୍ୟରେ ଷ୍ଟପ ଡାଇରିଆ ଅଭିଯାନ ଆରମ୍ଭ କରାଯାଇଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଢେଙ୍କାନାଳ ଜିଲ୍ଲା ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଏହି ଅଭିଯାନର ଶୁଭ ଉଦଘାଟନ୍ କରି କହିଥିଲେ ଯେ ଲୋକଙ୍କର ସ୍ଵାସ୍ଥ୍ୟ ସୁରକ୍ଷା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ଵ ଦେଉଛନ୍ତି। ଡାଇରିଆ ଏକ ବର୍ଷା…
