ରାଜ୍ୟ ଔଷଧୀୟ ଉଦ୍ଭିଦ ବୋର୍ଡର ଷଷ୍ଠ କାର୍ଯ୍ୟନିର୍ବାହୀ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର : ରାଜ୍ୟରେ ଔଷଧୀୟ ଉଦ୍ଭିଦର ସୁରକ୍ଷା, ଚାଷ, ପ୍ରଚାର ଓ ବାଣିଜ୍ୟୀକରଣକୁ ଉନ୍ନତ କରିବାରେ କାର୍ଯ୍ୟରତ ରାଜ୍ୟ ଔଷଧୀୟ ଉଦ୍ଭିଦ ବୋର୍ଡର ଷଷ୍ଠ କାର୍ଯ୍ୟନିର୍ବାହୀ ବୈଠକ ଲୋକସେବା ଭବନସ୍ଥ ଗୃହ ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏହି ବୈଠକରେ ଅଧ୍ୟକ୍ଷତା କରି କହିଲେ ଯେ ରାଜ୍ୟ ଔଷଧୀୟ ଉଦ୍ଭିଦ ବୋର୍ଡ ଓଡ଼ିଶାର ସମୃଦ୍ଧ ଔଷଧୀୟ…


