ଶ୍ରମିକ ଭାଇ ଭଉଣୀମାନଙ୍କ ଉନ୍ନତି, ସୁରକ୍ଷା ଏବଂ ସୁଯୋଗ ସୁନିଶ୍ଚିତ କରିବା ପାଇଁ ଶ୍ରମ ନୀତି ନିୟମରେ କେନ୍ଦ୍ର ସରକାର ଆଣିବେ ବ୍ୟାପକ ସୁଧାର
ଭୁବନେଶ୍ୱର: ଦେଶର ଶ୍ରମିକ ଭାଇଭଉଣୀମାନଙ୍କ ସମୁଚିତ ଉନ୍ନତି, ସୁରକ୍ଷା ଏବଂ ସୁଯୋଗ ସୁନିଶ୍ଚିତ କରିବା ପାଇଁ ଶ୍ରମ ନୀତିନିୟମରେ ବ୍ୟାପକ ସୁଧାର ଅଣାଯିବାର ଆବଶ୍ୟକତା ସମ୍ପର୍କିତ ଏକ ସର୍ବଭାରତୀୟସ୍ତରୀୟ ବୈଠକ ଆଜି କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡ଼ଃ ମନସୁଖ ମାଣ୍ଡଭ୍ୟ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ରାଜ୍ୟର ବିଭାଗୀୟ ମନ୍ତ୍ରୀଙ୍କ ସହିତ ଓଡ଼ିଶାର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ, ବିଭାଗୀୟ ପ୍ରମୁଖ ଶାସନ ସଚିବ ଚିତ୍ରା…


