ବ୍ୟାପକ ପ୍ରଶିକ୍ଷଣ ଓ ଜନ ସଚେତନତା ତୃଣମୂଳ ସ୍ତରରେ ଜନଜାତିମାନଙ୍କୁ ସଶକ୍ତ କରିବ
ଭୁବନେଶ୍ୱର: ଜନଜାତିମାନଙ୍କ ପାଇଁ ଉଦ୍ଦିଷ୍ଟ କଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମ ଗୁଡ଼ିକୁ ତୃଣମୂଳ ସ୍ତରରେ ଅଧିକ ପ୍ରଭାବୀ ଓ ଫଳପ୍ରଦ କରିବା ପାଇଁ ଭାରତ ସରକାରଙ୍କ ଜନଜାତୀୟ କାର୍ଯ୍ୟ ମନ୍ତ୍ରାଳୟ ତରଫରୁ ନିଆଯାଇଥିବା ‘ଆଦି କର୍ମଯୋଗୀ ଅଭିଯାନ’ ପଦକ୍ଷେପର ସଫଳ ରୂପାୟନ ସମ୍ପର୍କିତ ଏକ ବୈଠକ ଶୁକ୍ରବାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନରେ ଓଡ଼ିଶା ସରକାରଙ୍କ ସଂପୃକ୍ତ ବିଭିନ୍ନ ବିଭାଗର ସହଯୋଗିତା ଓ…


