ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା କ୍ୟାମ୍ପ କୋର୍ଟ; ୧୩୯ ମାମଲା ଗ୍ରହଣ ଓ ନିଷ୍କାସନ
ଭୁବନେଶ୍ୱର: ନାଗରିକ-କୈନ୍ଦ୍ରିକ ଶାସନ ଏବଂ ସମୟାନୁବର୍ତ୍ତୀ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ଭୁବନେଶ୍ୱରର ଉନ୍ନତି ଭବନରେ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର କ୍ୟାମ୍ପ କୋର୍ଟ ଆୟୋଜନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ନାଗରିକ କେନ୍ଦ୍ରିକ ଆଭିମୁଖ୍ୟ ସୁନିଶ୍ଚିତ କରିବା ଏବଂ ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ (ODA) ଆଇନ, ୧୯୮୨ ଅନୁଯାୟୀ ଦାୟର…


