Aama Khabar

ହାଇଦରାବାଦ ଅଗ୍ନିକାଣ୍ଡ: ଗୋଟିଏ ପରିବାରର ୧୭ ମୃତ

ହାଇଦରାବାଦ: ଏଠାରେ ଏକ ମର୍ମନ୍ତୁଦ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୧୭ଜଣଙ୍କର ମୃତୁ୍ୟ ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ର ଅନୁଯାୟୀ ନିଆଁରେ ପୋଡିଯାଇ ଅଥବା ଶ୍ୱାସରୁଦ୍ଧ ହୋଇ ସେମାନଙ୍କର ମୃତୁ୍ୟ ଘଟିଥିଲା । ସେମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି । ଏପରିକି ଜଣେ ମହିଳାଙ୍କର ଏହି ଅଗ୍ନିକାଣ୍ଡରେ ମୃତୁ୍ୟ ଘଟିଥିବାବେଳେ ତାଙ୍କ କୋଳରେ ସେ ଜାବୁଡି ଧରିଥିବା ପିଲାମାନଙ୍କ ଜୀବନ ମଧ୍ୟ ଚାଲିଯାଇଥିଲା । ରବିବାର ପ୍ରତୁ୍ୟଷରେ ଘଟିଥିବା ଏହି ଅଗ୍ନିକାଣ୍ଡ ସମଗ୍ର…

ଦିଲ୍ଲୀ ବାହାରକୁ ସ୍ଥାନାନ୍ତରିତ ହେବ ତିହାର ଜେଲ

ନୂଆଦିଲ୍ଲୀ: ଦିଲ୍ଲୀ ବାହାରକୁ ଚର୍ଚ୍ଚିତ ତିହାର ଜେଲ ସ୍ଥାନାନ୍ତରିତ ହେବ । ସେଠାରେ ଯେତିକି ବନ୍ଦୀଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଛି ତାହାର ଦୁଇଗୁଣ ବନ୍ଦୀ ରହୁଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଜଣେ ଅଧିକାରୀ କହିଛନ୍ତି, ତିହାରର ୧ରୁ ୯ ନମ୍ବର ପର୍ଯ୍ୟନ୍ତ ଜେଲରେ ମୋଟ ୫ହଜାର ବନ୍ଦୀ ରହିବା ବ୍ୟବସ୍ଥା ଥିବାବେଳେ ସେଠାରେ ଏବେ ବନ୍ଦୀଙ୍କ ସଂଖ୍ୟା ୧୨ ହଜାରରେ ପହଞ୍ଚିଛି । ଯେଉଁଥିପାଇଁ ତିହାର ଜେଲକୁ ସମ୍ପୂର୍ଣ୍ଣ ଭାବରେ ପଶ୍ଚିମ ଦିଲ୍ଲୀରୁ…

ରାଷ୍ଟ୍ରପତିଙ୍କୁ ଭେଟିଲେ ୩ସେନା ମୁଖ୍ୟ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ୩ ସେନାର ମୁଖ୍ୟ । ବୁଧବାର ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନ, ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ବାୟୁସେନା ମୁଖ୍ୟ ଏ.ପି ସିଂହ ଏବଂ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ.ତ୍ରିପାଠୀ ରାଷ୍ଟ୍ରପତିଙ୍କୁ ଭେଟି ଅପରେସନ ସିନ୍ଦୂର ସମ୍ପର୍କରେ ଅବଗତ କରାଇଛନ୍ତି। ରାଷ୍ଟ୍ରପତି ସଶସ୍ତ୍ର ବାହିନୀର ସାହସ ଓ ସମର୍ପଣକୁ ପ୍ରଶଂସା କରିଛନ୍ତି । ଯାହା ଆତଙ୍କବାଦ ପ୍ରତି ଭାରତର କାର୍ୟ୍ୟାନୁଷ୍ଠାକୁ ଏକ…

ଶତ୍ରୁର ପ୍ରତ୍ୟେକ ଆହ୍ବାନର ଉଚିତ୍ ଜବାବ ଦେବା ପାଇଁ ଆମ ସେନାବାହିନୀ ସଂପୂର୍ଣ୍ଣ ପ୍ରସ୍ତୁତ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆତଙ୍କବାଦ ବିରୋଧୀ ଅଭିଯାନ, ଅପରେସନ୍ ସିନ୍ଦୁରର ସଫଳତା ପରେ ବୁଧବାର ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମ ଠାରେ ଏକ ତ୍ରିରଙ୍ଗା ବାଇକ୍ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଏହି ବାଇକ୍ ଯାତ୍ରାକୁ ପତାକା ଦେଖାଇ ଉଦ୍ଘାଟନ କରିଥିଲେ। ଏହି ଯାତ୍ରା, ସକାଳ ୮ଟାରେ କଳିଙ୍ଗ ଷ୍ଟାଡିଅମ ଠାରୁ ଆରମ୍ଭ ହୋଇ ରାଜଭବନ ପର୍ୟ୍ୟନ୍ତ ଯାଇଥିବା ବେଳେ, ପୋଲିସ ବାହିନୀ, ସୁରକ୍ଷା ବାହିନୀ, ଲୋକପ୍ରତିନିଧି ଏବଂ ସାଧାରଣ…

ଉତ୍କଳିକାର ୬୭ ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ଵର: ଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ (ଉତ୍କଳିକା)ର ୬୭ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ମୁଖ୍ୟ କାର୍ୟ୍ୟାଳୟଠାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଓଡ଼ିଶାର ଉତ୍କୃଷ୍ଟ ହସ୍ତଶିଳ୍ପକୁ ଆଗେଇ ନେବାରେ ଉତ୍କଳିକାର ଭୂମିକା ଅତୁଳନୀୟ ବୋଲି ସେ କହିଥିଲେ । ଉତ୍କଳିକା ସଭାପତି ଦେବସ୍ମିତା…

ନାର୍କୋ କୋର୍ଡିନେସନ ସେଣ୍ଟରର ୫ମ ରାଜ୍ୟସ୍ତରୀୟ ବୈଠକ

ଭୁବନେଶ୍ୱର: ନିଷେଧ ନିଶା ଦ୍ରବ୍ୟର ବେଆଇନ୍ ଚୋରା ଚାଲାଣକୁ ରୋକିବା ସଂପର୍କରେ ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଅଧିନସ୍ଥ ନାର୍କୋ କୋର୍ଡିନେସନ ସେଣ୍ଟର ତରଫରୁ ୫ମ ରାଜ୍ୟସ୍ତରୀୟ ବୈଠକ ଭୁବନେଶ୍ୱର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ ରାଜ୍ୟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ରାଜ୍ୟ ପୁଲିସ୍ ମହା ନିର୍ଦ୍ଦେଶକ ଓ୍ୱାଇ.ବି ଖୁରାନିଆ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଉପ-ମହାନିର୍ଦ୍ଦେଶକ ହିତେଶ…