ପୋଶ ଆଇନ ପ୍ରଶିକ୍ଷଣରେ ଭାଗନେଲେ ରାଜ୍ୟ ସରକାରଙ୍କ ବିଭାଗୀୟ ଓ କ୍ଷେତ୍ର ଅଧିକାରୀବୃନ୍ଦ
ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ ବିଭାଗ ଓ ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠିର ସହଭାଗିତାରେ କର୍ମକ୍ଷେତ୍ରରେ ମହିଳାମାନଙ୍କ ପ୍ରତି ଯୌନ ଉତ୍ପୀଡନ (ନିବାରଣ, ନିଷେଧ ଓ ପ୍ରତିକାର) ଆଇନ, ୨୦୧୩ ସମ୍ବନ୍ଧରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଓ କ୍ଷେତ୍ରର ଆଭ୍ୟନ୍ତରୀଣ ସମିତି(ଇଣ୍ଟରନାଲ କମିଟି) ସଦସ୍ୟମାନଙ୍କ ପାଇଁ ଏକ ଆଭାଷୀ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ଏହି ପ୍ରଶିକ୍ଷଣ ବୈଠକ ଆୟୋଜିତ ହୋଇଥିଲା। ଏଥିରେ ରାଜ୍ୟର…


