ଜାତୀୟ ମାନବାଧିକାର ଆୟୋଗଙ୍କ ଓଡ଼ିଶା ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା
ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଜାତୀୟ ମାନବାଧିକାର ଆୟୋଗ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନ ଠାରେ ଓଡି଼ଶା ସଂପର୍କିତ ମାନବାଧିକାର ଉଲ୍ଲଂଘନ ଅଭିଯୋଗ ପ୍ରସଙ୍ଗରେ ରହିଥିବା ବିଭିନ୍ନ ମାମଲାଗୁଡ଼ିକର ଶୁଣାଣି କରିଛନ୍ତି। ଜାତୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ, ନ୍ୟାୟମୂର୍ତ୍ତି ଭି.ରାମସୁବ୍ରମଣ୍ୟନ୍; ସଦସ୍ୟ, ନ୍ୟାୟମୂର୍ତ୍ତି (ଡ.) ବିଦ୍ୟୁତ୍ ରଞ୍ଜନ ଷଡଙ୍ଗୀ, ବିଜୟା ଭାରତୀ ସାୟାନି ଏବଂ ପ୍ରିୟଙ୍କା କାନୁନଗୋ ପ୍ରମୁଖ ରାଜ୍ୟ ଅତିଥି ଭବନରେ ମାମଲାଗୁଡ଼ିକର ଶୁଣାଣି କରିଥିଲେ। ଜାତୀୟ ମାନବାଧିକାର ଆୟୋଗର ମହାସଚିବ ଭରତ…


