Aama Khabar

ମହିଳାଙ୍କ ନେତୃତ୍ୱରେ ଆରମ୍ଭ ହେଲା ଆନୁଷ୍ଠାନିକ ଶାଳ ବିହନ ବାଣିଜ୍ୟ ସହିତ ଜଙ୍ଗଲ ଅର୍ଥନୀତି ମଡେଲ

ଭୁବନେଶ୍ୱର/ମୟୂରଭଞ୍ଜ/କେଉଁଝର/ନବରଙ୍ଗପୁର : ଓଡିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏକ ସ୍ଥିର ଅର୍ଥନୈତିକ ପରିବର୍ତ୍ତନ ଆରମ୍ଭ ହୋଇଛି। ଦେଶରେ ପ୍ରଥମ ଥର ପାଇଁ ଏକ ଐତିହାସିକ ପଦକ୍ଷେପ ନେଇ ଓଡ଼ିଶା ସଫଳତାର ସହିତ ଅଣ-କାଠ ବନ ଉତ୍ପାଦ (NTFP)ର ବାଣିଜ୍ୟ ଏବଂ ପରିଚାଳନା କ୍ଷେତ୍ରରେ ମହିଳାମାନଙ୍କ ନେତୃତ୍ୱରେ ଜଙ୍ଗଲଭିତ୍ତିକ ମୂଲ୍ୟଶୃଙ୍ଖଳାକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିଛି । ମନୟା, ଦୁଆରସୁଣୀ, ଗନ୍ଧମାର୍ଦ୍ଧନ, ମେଣ୍ଡାଡୋଙ୍ଗ୍ରି ଏବଂ ସୁନାମଞ୍ଜରୀ ପରି ପାଞ୍ଚଟି ସବୁଜ ଶକ୍ତି ଉତ୍ପାଦକ କମ୍ପାନୀ (GSPCs) ସେମାନଙ୍କର ପ୍ରଥମ…

ଜଳ ଓ ଭେକ୍ଟର ବାହିତ ରୋଗ ନିରାକରଣ କାର୍ୟ୍ୟକ୍ରମ ବ୍ୟାପକ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ବର୍ଷା ଋତୁର ପ୍ରାରମ୍ଭରେ ଜଳ ଓ ଭେକ୍ଟର ବାହିତ ରୋଗଗୁଡିକର ନିରାକରଣ, ପ୍ରତିଷେଧ ଓ ପରିଚାଳନା ନିମନ୍ତେ ସମସ୍ତ କାର୍ୟ୍ୟକ୍ରମକୁ ଅଧିକ କ୍ରିୟାଶୀଳ ଓ ଲକ୍ଷ୍ୟଭେଦୀ କରିବା ପାଇଁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନ ସଭାଗୃହଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏଦିଗରେ ବର୍ତ୍ତମାନ ପର୍ୟ୍ୟନ୍ତ ନିଆଯାଇଥିବା ପଦକ୍ଷେପଗୁଡିକର ସମୀକ୍ଷା କରି ଶ୍ରୀ ଆହୁଜା ଏହି ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ…

ଏଆଇ ମାଧ୍ୟମରେ ଜଳ ସଂପଦର ତଥ୍ୟ  ସଂଚାରଣ ଓ ଡିଜିଟାଇଜେସନର ଶ୍ରେଷ୍ଠ ଅଭ୍ୟାସ ଅବଲମ୍ବନକୁ ଗୁରୁତ୍ୱ

ଭୁବନେଶ୍ୱର:  ରାଜ୍ୟ ଜଳ ସୂଚନା ବିଜ୍ଞାନ କେନ୍ଦ୍ର (ଏସଡବ୍ଲୁଆଇସି) ଏବଂ ଭୁବନେଶ୍ୱର ଆଇଆଇଟି ସହଯୋଗରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ବ୍ୟବହାର କରି ଜଳ ସମ୍ପଦର ପରିଚାଳନା ଏବଂ ତଥ୍ୟ  ସଂଚାରଣ ଓ ଡିଜିଟାଇଜେସନର ଶ୍ରେଷ୍ଠ ଅଭ୍ୟାସ ଅବଲମ୍ବନ କରିବା  ସଂପର୍କିତ  ଏକ ବୈଷୟିକ  କର୍ମଶାଳା ଅନୁଷ୍ଠିତ  ହୋଇଯାଇଛି। ଏହି କର୍ମଶାଳାକୁ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସଂପଦ ବିଭାଗ ଅନୁ ଗର୍ଗ ଉଦ୍ଘାଟନ କରିବା ସହିତ ଜଳ ସମ୍ପଦ ପରିଚାଳନା…

୩୧୪ ଟି ବ୍ଲକ, ୧୧୫ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ୫ଟି ମହାନଗର ନିଗମରେ ଗଡ଼ିଲା ସ୍ୱତନ୍ତ୍ର ‘ବିକାଶ ବାହନ’

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆଜି ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଆୟୋଜିତ  ରାଜ୍ୟ ସ୍ତରୀୟ ବିକାଶ ବାହନ ଯାତ୍ରାର ଶୁଭାରମ୍ଭ, ସ୍ଥାନୀୟ ମହାତ୍ମାଗାନ୍ଧୀ ମାର୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିଥିଲେ। ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗଣତନ୍ତ୍ରରେ ଜନତା ହେଉଛନ୍ତି ଜନାର୍ଦ୍ଦନ। ଜନତାଙ୍କ ସେବାରେ ହିଁ ଜୀବନର ସାର୍ଥକତା। ସରକାରଙ୍କ ଏକ ହଲ୍‍ମାର୍କ ହେଉଛି, ଲୋକଙ୍କ ସହିତ ଯୋଡି ହେବାର ପ୍ରୟାସ। ଏହି ଏକ…

ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କଲେ ଦିଗବିଜୟ ସିଂହ

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଥିବା ରାଜ୍ୟସଭା ସାଂସଦ ଦିଗବିଜୟ ସିଂହ ଗୁରୁବାର ଦିନ ଭୁବନେଶ୍ୱସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅତ୍ୟାଧୁନିକ ଭିତ୍ତିଭୂମିକୁ ସେ ବୁଲି ଦେଖିବା ସହ ଏଠାରେ ଦିଆଯାଉଥିବା ତାଲିମ ପାଠ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ। ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତାକୁ ଏକ ନୂଆ ଉଚ୍ଚତାକୁ ନେବା ଦିଗରେ ଏହି କେନ୍ଦ୍ର ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଜାଣି ସେ ଖୁସି ପ୍ରକାଶ କରିଥିଲେ।  ବିଶ୍ୱ ଦକ୍ଷତା କେନ୍ଦ୍ରର ଭର୍ଟିକାଲ ଟ୍ରାନ୍ସପୋର୍ଟେସନ, ମେକାନିକାଲ…

ବିଶ୍ୱ ଶିଶୁ ଶ୍ରମିକ ବିରୋଧୀ ଦିବସ

ଭୁବନେଶ୍ୱର: ପ୍ରତିବର୍ଷ ଜୁନ୍ ୧୨ ତାରିଖରେ ବିଶ୍ୱ ଶିଶୁ ଶ୍ରମିକ ବିରୋଧୀ ଦିବସ ପାଳନ କରାଯାଏ। ଏହା ଶିଶୁ ଶ୍ରମିକ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ବିଶ୍ୱବ୍ୟାପୀ ଶିଶୁଙ୍କ ଅଧିକାର ପାଇଁ ପ୍ରଚାର କରିବା ପାଇଁ ଉତ୍ସର୍ଗୀକୃତ ଏକ ଦିବସ। ଜାତିସଂଘର ଏକ ସ୍ୱତନ୍ତ୍ର ସଂସ୍ଥା, ଆନ୍ତର୍ଜାତୀୟ ଶ୍ରମ ସଂଗଠନ (ଓଖଙ) ୨୦୦୨ ମସିହାରେ ପ୍ରଥମେ ଏହି ଦିବସକୁ ପାଳନ କରିଥିଲେ । କ୍ଷତିକାରକ ଶ୍ରମ କାର୍ୟ୍ୟରେ ନିଯୋଜିତ ଥିବା ଲକ୍ଷ ଲକ୍ଷ ଶିଶୁ…

ଭଦ୍ରକ ଗୋଷ୍ଠୀ ସଂଘର୍ଷରେ ମୃତକଙ୍କ ପିଲାଙ୍କ ପାଠ ପଢା ଖର୍ଚ୍ଚ ସରକାର ବହନ କରିବେ

ଭୁବନେଶ୍ୱର: ଭଦ୍ରକ ତିହିଡି ଥାନା ଅଞ୍ଚଳରେ ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ସନ୍ତୋଷ ପରିଡାଙ୍କ ପିଲାଙ୍କ ପାଠ ପଢା ଖର୍ଚ୍ଚ ସରକାର ବହନ କରିବେ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି।  ଗତକାଲି ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ସହ ସନ୍ତୋଷଙ୍କ ନିକଟ ସମ୍ପର୍କୀୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା ଏବଂ ପରିବାରର ଜଣଙ୍କୁ ନିଯୁକ୍ତି ଦିଆଯିବ ବୋଲି…

ଭୁବନେଶ୍ୱର – ଆବୁଧାବି ସିଧାସଳଖ ବିମାନ ଚଳାଚଳ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ବିମାନ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱରରୁ ଆବୁଧାବିକୁ ଏହି ବିମାନ ସେବା  ଇଣ୍ଡିଗୋ ଏୟାର ଲାଇନ୍ସ ଜରିଆରେ ଆରମ୍ଭ କରାଯାଇଛି। ଏହା ସିଧାସଳଖ ଆବୁଧାବିକୁ ଯାତ୍ରା କରିବ। ସୂଚନାଯୋଗ୍ୟ ଯେ, ସପ୍ତାହରେ ପ୍ରତ୍ୟେକ ମଙ୍ଗଳବାର, ଗୁରୁବାର ଓ ଶନିବାର ଏହି ବିମାନସେବା ଉପଲବ୍ଧ ହେବ। ୧୮୦ ଜଣ ଯାତ୍ରୀ…

ଯାଜପୁର ଜିଲ୍ଲାରେ ସ୍ଵାସ୍ଥ୍ୟ ବିଭାଗର ଯୁଦ୍ଧକାଳୀନ ସ୍ୱାସ୍ଥ୍ୟସେବା

ଭୁବନେଶ୍ୱର: ଯାଜପୁର ଜିଲ୍ଲାରେ ହଠାତ୍ ଦେଖାଦେଇଥିବା ଝାଡାବାନ୍ତି ରୋଗର ଚିକିତ୍ସା ଓ ନିରାକରଣ ନିମନ୍ତେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ଵାରା ଯୁଦ୍ଧକାଳୀନ ଭିତ୍ତିରେ କ୍ଷେତ୍ରସ୍ତରୀୟ କାର୍ଯ୍ୟ ଆରମ୍ଭ କରାଯାଇଛି। ପ୍ରଭାବିତ ଧର୍ମଶାଳା, ବ୍ୟାସନଗର ପୌରାଞ୍ଚଳ, ଦାନଗଦି, ରସୁଲପୁର ଓ କୋରେଇ ବ୍ଲକ ସମେତ ଆଖପାଖ ଅଞ୍ଚଳରେ ଜନସ୍ଵାସ୍ଥ୍ୟ ଟିମ୍ ମାନେ ବିଭିନ୍ନ କାର୍ଯ୍ୟକ୍ରମକୁ ବ୍ୟାପକ କରିଛନ୍ତି।         ବିଭାଗୀୟ ଶାସନ ସଚିବ ଅଶ୍ଵଥି ଏସ୍. ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ଵାସ୍ଥ୍ୟସେବା ଏବଂ ଜନ ସ୍ଵାସ୍ଥ୍ୟସେବା…

ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି : ପାଞ୍ଚ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ  ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ  ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ  ଗିରଫ କରିଛି। ଏହା ସହିତ ଏହି ମାମଲାରେ ମୋଟ ଗିରଫ ସଂଖ୍ୟା 25କୁ ବୃଦ୍ଧି ପାଇଛି। ଗିରଫ ହୋଇଥିବା ପାଞ୍ଚ ଅଭିଯୁକ୍ତ ହେଉଛନ୍ତି ବଲାଙ୍ଗୀର ଥାନା ମୁରିବାହଲର  କୁଳମଣି ରାଣା (୨୪), ବଲାଙ୍ଗୀର ସଦର ଥାନା କୁଟମଦୋଳାର ଅଜାଉଦିନ କୁମ୍ଭାର (୨୮), ଜଗନ୍ନାଥ ପଡାର…