ସଡକ ସୁରକ୍ଷାକୁ ଅଧିକ ସୁଦୃଢ କରିବାପାଇଁ ଉଚ୍ଚସ୍ତରୀୟ ବୈଠକ
ଭୁବନେଶ୍ୱର: ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷାକୁ ଅଧିକ ସୁଦୃଢ କରିବାପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ପରିବହନ ପ୍ରାଧିକରଣ ଆନୁକୁଲ୍ଯରେ ଆୟୋଜିତ ଏହି ବୈଠକରେ ସଡକ ଦୁର୍ଘଟଣା କମାଇବା, ଟ୍ରାଫିକ୍ ନିୟମର କଡ଼ା କାର୍ଯ୍ୟାନ୍ବୟନ, ଜାତୀୟ ରାଜପଥ ପାଟ୍ରୋଲିଂ, ସିସିଟିଭି ନିରୀକ୍ଷଣ, ସଚେତନତା କାର୍ଯ୍ୟକ୍ରମ ଏବଂ ସ୍କୁଲ-କଲେଜ ସ୍ତରରେ ସଡ଼କ ସୁରକ୍ଷା ଶିକ୍ଷା ଆଦି ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା।…
