ଶିଶିର ସରସ ମେଳା -୨୦୨୬: ଯୋଗଦେବେ ୩୦ ଜିଲ୍ଲା, ୨୦ ରାଜ୍ୟରୁ କାରିଗର

ଭୁବନେଶ୍ଵର:  ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସ ଦ୍ଵାରା ଜାନୁଆରୀ ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ‘ଶିଶିର ସରସ-୨୦୨୬। ଭୁବନେଶ୍ବରସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବାକୁ ଥିବା ଏହି ମେଳା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ।  ମିଶନ ଶକ୍ତିର ମିଳିତ ସହଭାଗିତାରେ ଆୟୋଜିତ ହେଉଥିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମୀଣ ଉତ୍ପାଦକ, କାରିଗର ଓ ସ୍ୱୟଂସହାୟକ ଗୋଷ୍ଠୀମାନଙ୍କୁ ସିଧାସଳଖ ବିକ୍ରୟ ସୁଯୋଗ ପ୍ରଦାନ କରିବା। ଏଥିରେ ଓଡ଼ିଶା ଏବଂ…

‘ଅଟଳ ବନ’ କୁ ଉଦଘାଟନ କଲେ ପୂର୍ବତନ ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ

ଭୁବନେଶ୍ୱର: ଭାରତର ପୂର୍ବତନ ମାନ୍ୟବର ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ ବୁଧବାର ଦିନ ଲୋକଭବନ ଭୁବନେଶ୍ୱର ପରିସରରେ ନୂତନ ଭାବେ ବିକଶିତ ପରିବେଶ ଉଦ୍ୟାନ ‘ଅଟଳ ବନ’ର ଉଦଘାଟନ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଏବଂ ରାଷ୍ଟ୍ର ନିର୍ମାଣରେ ତାଙ୍କର ମହନୀୟ ଅବଦାନକୁ ସମ୍ମାନ ଜଣାଇ ଏହି ପାର୍କକୁ ତାଙ୍କ ନାମରେ ନାମିତ କରାଯାଇଛି। ଓଡିଶାର ରାଜ୍ୟପାଳ ଡ ହରି ବାବୁ କମ୍ଭମପାଟି, ରାଜ୍ୟର ପ୍ରଥମ ମହିଳା ଡ଼….

ଚୟନ ହୋଇଥିବା ଫୁଟବଲ ପ୍ରତିଭାଙ୍କ ପ୍ରବେଶ ସମାରୋହ

ଭୁବନେଶ୍ବର : କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସିଏମ୍ ଟ୍ରଫି-୨୦୨୫ରେ ଚୟନ ହୋଇଥିବା ଫୁଟବଲ ପ୍ରତିଭାଙ୍କ ପ୍ରବେଶ ସମାରୋହ କଳିଙ୍ଗ ଷ୍ଟାଡ଼ିୟମଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ଯୁବ ଫୁଟବଲ ଖେଳାଳିମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଯୋଗାଇ ଦିଆଯିବାକୁ ଥିବା ସୁବିଧା ସୁଯୋଗ ସମ୍ପର୍କରେ ଅବଗତ କରାଇବା ସହ ଫୁଟବଲରେ ଶ୍ରେଷ୍ଠ…

ଷଷ୍ଠ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବର ଦ୍ୱିତୀୟ ଦିନ; ଚିଲିକାରେ ପ୍ରବାସୀ ପକ୍ଷୀ ସମାଗମ ଓ ନୌକା ଦୌଡ଼ର ରୋମାଞ୍ଚ

ଭୁବନେଶ୍ୱର : ଷଷ୍ଠ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବର ଦ୍ୱିତୀୟ ଦିନରେ ପକ୍ଷୀ ଦର୍ଶନ, ସ୍ଥାନୀୟ ଲୋକମାନଙ୍କର ସକ୍ରିୟ ସହଭାଗିତା ଓ ପାରମ୍ପରିକ ନୌକା ଦୌଡ଼ ଉତ୍ସାହପୂର୍ଣ୍ଣ ଭାବେ ପାଳିତ ହୋଇଛି। ପରିବେଶ ସୁରକ୍ଷା ଓ ସଂରକ୍ଷଣ ସହ ପର୍ଯ୍ୟଟନର ବିକାଶ କରିବା ହେଉଛି ଓଡ଼ିଶା ସରକାରଙ୍କ ମୁଖ୍ୟ ଦୃଷ୍ଟିକୋଣ। ଏହି ମହୋତ୍ସବ ପର୍ଯ୍ୟଟନ ବିଭାଗ ଓ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗଙ୍କ ସହାଭାଗିତାରେ ଆୟୋଜନ କରାଯାଉଛି। ଦ୍ୱିତୀୟ ଦିନର କାର୍ଯ୍ୟକ୍ରମ ମାଧ୍ୟମରେ ଚିଲିକାକୁ…

ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ପ୍ରତିଷ୍ଠା ଦିବସ : ୮୬ ଜଣଙ୍କୁ ଛାତ୍ରବୃତ୍ତି

ଭୁବନେଶ୍ୱର : ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ୪୦ତମ ପ୍ରତିଷ୍ଠା ଦିବସ ସଂସ୍କୃତି ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଦେବ ପ୍ରସାଦ ଦାଶ, ଉପ ନିର୍ଦ୍ଦେଶକ ଡ଼. ଦେବଯାନୀ ଭୂୟାଁ, ଉପ ନିର୍ଦ୍ଦେଶକ ଡ଼. ସ୍ମିତା ମହାନ୍ତି, ସ୍ୱତନ୍ତ୍ର କାର୍ଯ୍ୟରତ ଅଧିକାରୀ ଅନନ୍ୟା ତ୍ରିପାଠୀ, ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ସଭାପତି ଜନାବ୍ ଖାଲିଦ୍ ରହିମ୍, ଉପ ସଭାପତି ଜନାବ୍ ସୟଦ୍ ନଫିସ୍‌…

“ବନ୍ଦେ ମାତରମ୍” ଗାନ କରିବା ସହ ଛାତ୍ରଛାତ୍ରୀମାନେ ପାଠ କରିବେ “ଆତ୍ମ ନିର୍ଭର ଭାରତ ସ୍ବଦେଶୀ ସଂକଳ୍ପ”

ଭୁବନେଶ୍ୱର : “ବନ୍ଦେ ମାତରମ୍‌ର”ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ଜାନୁଆରୀ ୧୨ ତାରିଖରେ (ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳନ ଅବସରରେ) ଛାତ୍ରଛାତ୍ରୀମାନେ ସାମୂହିକ ଭାବେ “ବନ୍ଦେ ମାତରମ୍” ଗାନ କରିବେ। ଏଥିସହ ସମସ୍ତ ଶିକ୍ଷାନୁଷ୍ଠାନମାନଙ୍କରେ “ଆତ୍ମ ନିର୍ଭର ଭାରତ ସ୍ବଦେଶୀ ସଂକଳ୍ପ” ପାଠ କରାଯିବ। ଏଥି ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷାନୁଷ୍ଠାନମାନଙ୍କରେ ସାମୂହିକ…

ଜୈବ ବିବିଧତା ଏବଂ ଚିଲିକା ହ୍ରଦର ପୁନର୍ବିକାଶ ଉପରେ ଗୁରୁତ୍ୱ

ଭୁବନେଶ୍ୱର : ଏସିଆ ମହାଦେଶର ସର୍ବବୃହତ୍‌ କ୍ଷାରୀୟ ହ୍ରଦ ତଥା ରାମସାର ସାଇଟ ଭାବେ ସାରା ବିଶ୍ୱରେ ପରିଚିତ ଥିବା ଚିଲିକା ହ୍ରଦର ଜୈବ ବିବିଧତାର ସୁରକ୍ଷା ଏବଂ ପାରିପାଶ୍ୱର୍କ ଅଞ୍ଚଳର ବିକାଶ ନେଇ ଏକ ଆଲୋଚନା ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ବୈଠକରେ ଚିଲିକାର ବିକାଶ ନେଇ ଅନୁଷ୍ଠିତ ବୈଠକରେ ଯୋଗଦେଇ ମନ୍ତ୍ରୀ କହିଲେ ଯେ ଚିଲିକାର ମୁହାଣ ପୋତି ହେବା…

ଭୁବନେଶ୍ୱରରେ ପ୍ରସ୍ତାବିତ ନୂତନ ସହର ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପ୍ରମୁଖ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଭୁବନେଶ୍ୱରରେ ପ୍ରସ୍ତାବିତ ନୂତନ ସହର ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତି ସମ୍ବନ୍ଧୀୟ ସେବା କ୍ଷେତ୍ର ର ଖସଡାକୁ ଅନ୍ତିମ ରୂପ ଦେବା ଉଦ୍ଦେଶ୍ୟରେ ଗତକାଲି ଓଡ଼ିଶା  ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସିଙ୍ଗାପୁରର Surbana Jurong Infrastructure PTE Ltd. ପ୍ରତିନିଧିମାନଙ୍କ ସହ ଏକ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଥିଲା। ଖାରବେଳ ଭବନରେ ଅନୁଷ୍ଠିତ ଏହି ବୈଠକରେ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ (ବିଡିଏ) ର…

ଆମ ବସ୍ ପରିଚାଳନାକୁ ସୁଦୃଢ଼ କରିବା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ୱର : ଆମ ବସ୍ ଦୁର୍ଘଟଣାରେ ରାଜଧାନୀରେ ଦୁଇ ଜଣଙ୍କ ଜୀବନ ଯିବାପରେ ପରିପ୍ରେକ୍ଷୀରେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆମ ବସ୍ ସେବାର ସୁରକ୍ଷା, ପରିଚାଳନା ଏବଂ ପରିଚାଳନା ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ପରିବହନ କମିଶନର ଅମିତାଭ ଠାକୁର,  କ୍ରୁଟ୍‍ର ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ବିଶ୍ୱାଳ, ଭୁବନେଶ୍ବର ଡିସିପି ଜଗମୋହନ ମୀନା,…

ପ୍ରମୁଖ ଶାସନ ସଚିବଙ୍କ ଭୁବନେଶ୍ୱରରେ ରାତ୍ରିକାଳୀନ ସ୍ୱଚ୍ଛତା କାର୍ଯ୍ୟର ପରିଦର୍ଶନ

ଭୁବନେଶ୍ୱର : ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ରାତିରେ ଭୁବନେଶ୍ୱର ସହରର ବିଭିନ୍ନ ସ୍ଥାନରେ ଚାଲୁଥିବା ସ୍ୱଚ୍ଛତା କାର୍ଯ୍ୟର କ୍ଷେତ୍ର ପରିଦର୍ଶନ ସହିତ  ସମୀକ୍ଷା କରିଥିଲେ। ଏହି ପରିଦର୍ଶନ ସମୟରେ ତାଙ୍କ ସହ ଭୁବନେଶ୍ୱର ମହାନଗର ନିଗମର କମିଶନର ଚଞ୍ଚଳ ରାଣା , ସାନିଟେସନ ଉପ କମିଶନର ଏନ୍ ଗଣେଶ ବାବୁ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେl ରାତ୍ରିକାଳୀନ ପରିଦର୍ଶନ ସମୟରେ ପ୍ରମୁଖ ସଚିବ ଶ୍ରୀମତୀ  ପାଢୀ ବାଣିଜ୍ୟିକ …