୧୬ କୋଟି ଟଙ୍କା ବ୍ୟୟ ଅଟକଳରେ ବିକଶିତ ହେଉଛି ଜଗତ୍ସିଂହପୁର ମଡେଲ୍ ବସ୍ ଟର୍ମିନାଲ

ଭୁବନେଶ୍ୱର: ରାଜ୍ୟ ଗୃହ ଓ ନଗର ଉନ୍ନୟନ ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ତାଙ୍କ ସରକାରୀ ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ଜଗତ୍ସିଂହପୁରରେ ନିର୍ମାଣାଧୀନ ମଡେଲ୍ ବସ୍ ଟର୍ମିନାଲର ନିର୍ମାଣ ସ୍ଥଳ ପରିଦର୍ଶନ କରିଛନ୍ତି। ୧୬  କୋଟି ଟଙ୍କାର ଆନୁମାନିକ ମୂଲ୍ୟରେ ବିକଶିତ ହେଉଥିବା ଏହି ପ୍ରକଳ୍ପ ଲକ୍ଷ ଲକ୍ଷ ଯାତ୍ରୀଙ୍କ ଯାତାୟାତ ଅଭିଜ୍ଞତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବା ପାଇଁ କଳ୍ପନା କରାଯାଇଛି। ତାଙ୍କ ସହିତ ଜଗତ୍ସିଂହପୁରର କଲେକ୍ଟର…

‘ଓଡ଼ିଶାରେ ପ୍ରଥମ ଥର ପାଇଁ ୱାଲର୍ଡ଼ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ଆୟୋଜନ ଗର୍ବର ବିଷୟ’

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଆୟୋଜିତ ହେବ ୱାର୍ଲଡ଼ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ବ୍ରୋଞ୍ଜ ପ୍ରତିଯୋଗିତା। ଅଗଷ୍ଟ ମାସ ୧୦ ତାରିଖ ଦିନ ଏହି ବିଶ୍ୱ ସ୍ତରୀୟ ପ୍ରତିଯୋଗିତାର ଆୟୋଜନ କରାଯିବ। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଉକ୍ତ ପ୍ରତିଯୋଗିତା ଆୟୋଜନର ସମସ୍ତ ପ୍ରସ୍ତୁତି ସମ୍ବନ୍ଧରେ ସମୀକ୍ଷା କରିଛନ୍ତି। ଏହି ପ୍ରସ୍ତୁତି ସମୀକ୍ଷାରେ ଆଥଲେଟିକ୍ସ ଫେଡ଼େରେସନ ଅଫ୍ ଇଣ୍ଡିଆ, ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ପ୍ରଶାସନର ସହଯୋଗରେ…

ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଞ୍ଚ ଦିନିଆ ପ୍ରଶିକ୍ଷଣ ଉଦଯାପିତ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ଇତିହାସ ଓ ଇଂରାଜୀ ବିଭାଗ ସ୍ନାତକୋତ୍ତର ବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ପାଇଁ ଆରମ୍ଭ ହୋଇଥିବା ପାଞ୍ଚ ଦିନିଆ ପ୍ରଶିକ୍ଷଣ ଉଦଯାପିତ ହୋଇଯାଇଛି I ଏହି ଅବସରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ନିୟତୀ ପଟ୍ଟନାୟକ, ପୂର୍ବତନ ପ୍ରାଣୀ ବିଜ୍ଞାନୀ ଆସୋସିଏଟ୍ ପ୍ରଫେସର ଡ଼ ଜୟକୃଷ୍ଣ ପାଣିଗ୍ରାହୀ,  ଯୁଗ୍ମ ନିର୍ଦ୍ଦେଶିକା ସସ୍ମିତା ମାଳୀ , ଯୁଗ୍ମ ନିର୍ଦ୍ଦେଶିକା ସ୍ନିଗ୍ଧା…

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଉ ଜଣେ ଗିରଫ

ଭୁବନେଶ୍ୱର: ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଉ ଜଣେ ଅଭିଯୁକ୍ତଙ୍କୁ କ୍ରାଇମ୍ ବ୍ରାଞ୍ଚ ଗିରଫ କରିଛି। ଯାହା ଫଳରେ ଏହି ମାମଲାରେ ଗିରଫ  ସଂଖ୍ୟା ୭କୁ ବୃଦ୍ଧି ପାଇଛି ବୋଲି କ୍ରାଇମବ୍ରାଞ୍ଚ ଡିଆଇଜି ବି. ଗଙ୍ଗାଧର ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ହେଉଛନ୍ତି,  କଳାହାଣ୍ଡି ଜିଲ୍ଲାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର  ଶିକ୍ଷକ ପ୍ରଶାନ୍ତ କୁମାର ଖମାରୀ।  ପୂର୍ବରୁ ଏହି ମାମଲାରେ କ୍ରାଇମବ୍ରାଞ୍ଚ  ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ରାଜ୍ୟ…

ରାଜସ୍ୱ ସେବା ଅଧିକାରୀମାନେ ଆନ୍ତରିକତା ଓ ସମର୍ପଣର ସହ ସେବା କରନ୍ତୁ – ରାଜ୍ୟପାଳ

ଭୁବନେଶ୍ୱର: ରାଜସ୍ୱ ସେବା ହେଉଛି ଶାସନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସେବା ମଧ୍ୟରୁ ଅନ୍ୟତମ, ଯାହା ଜନସାଧାରଣଙ୍କ ସହ ପ୍ରତ୍ୟେକ୍ଷ ଭାବେ ଜଡିତ ହୋଇ ରହିଥାଏ। ଏଣୁ ଓଡ଼ିଶା ରାଜସ୍ୱ ସେବା ଅଧିକାରୀମାନେ ଆନ୍ତରିକତା ଓ ସମର୍ପଣ ସହ ସେବା ଯୋଗାଇବାକୁ ରାଜ୍ୟପାଳ  ଡ. ହରି ବାବୁ କମ୍ଭମ୍ପାଟି ଆହ୍ୱାନ ଜଣାଇଛନ୍ତି। ରାଜଭବନର ନୁ୍ୟ ଅଭିଷେକ ହଲ୍ଠାରେ ରେଭେନୁ୍ୟ ଅଫିସର୍ସ ଟ୍ରେନିଂ ଇନଷ୍ଟିଚୁ୍ୟଟ୍ରେ ତାଲିମ୍ ନେଉଥିବା ୨୦୨୨ ବ୍ୟାଚ୍ର ଓଡ଼ିଶା ରାଜସ୍ୱ ସେବାର ଅଧିକାରୀମାନଙ୍କ ସହ ବାର୍ତ୍ତାଳାପ ଅବସରରେ…

ପୋଶ୍‌ ଆଇନ, ୨୦୧୩ ସମ୍ବନ୍ଧୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ଷମ

ଭୁବନେଶ୍ୱର: କର୍ମକ୍ଷେତ୍ରରେ ମହିଳାମାନଙ୍କ ପ୍ରତି ଯୌନ ଉତ୍ପୀଡନ (ସୁରକ୍ଷା, ନିଷେଧ ଓ ନିବାରଣ) ଆଇନ୍‌-୨୦୧୩ ସମ୍ବନ୍ଧୀୟ ଏକ କର୍ମଶାଳା ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କାର୍ଯ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଅଧ୍ୟକ୍ଷା ଯୁଗ୍ମ ସ୍ୱତନ୍ତ୍ର ରିଲିଫ୍‌ କମିଶନର ସ୍ନିUା ଚମ୍ପତିରାୟ ଅଧ୍ୟକ୍ଷତା କରିଥିଲେ। କମିଟିର ସଦସ୍ୟମାନେ ସମସ୍ତ ସରକାରୀ କର୍ମକ୍ଷେତ୍ରରେ ମହିଳାଙ୍କୁ ସୁସ୍ଥ ଏବଂ ନିରାପଦ ପରିବେଶ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେଇଥିଲେ। କମିଟିର ଲକ୍ଷ୍ୟ, ଆଭିମୁଖ୍ୟ ଓ ପୋଶ୍‌ ଆଇନ୍‌,…

ଖରିଫ୍‌ ଧାନ କ୍ରୟ ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି

ଭୁବନେଶ୍ୱର: ରାଜ୍ୟରେ ଖରିଫ ଋତୁ ଧାନ କ୍ରୟ ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ଗତ ମାସ ୧୯ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏଥିପାଇଁ ଚାଷୀମାନଙ୍କ ମଧ୍ୟରେ ପଞ୍ଜୀକରଣ ପାଇଁ ଆଗ୍ରହ ପରିଲକ୍ଷିତ ହେଉଛି। ଚାଷୀମାନେ ନିକଟସ୍ଥ ପ୍ରାଥମିକ କୃଷି ସମବାୟ ସମିତି ପ୍ୟାକସ୍‌, ଲ୍ୟାମ୍ପସ୍‌ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କିମ୍ବା ପାଣିପଞ୍ଚାୟତରେ ଆଗୁଆ ପଞ୍ଜୀକରଣ କରୁଛନ୍ତି। ଚଳିତ ବର୍ଷ ଆଜି…

ଶକ୍ତିଶ୍ରୀ ସଂଯୋଜିକା ଓ ଶକ୍ତି ଅପାଙ୍କୁ ମନୋନୀତ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ୧୬ଟି ବିଶ୍ୱବିଦ୍ୟାଳୟ ଏବଂ ୭୩୦ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟମାନଙ୍କରେ “ଶକ୍ତିଶ୍ରୀ କାର୍ଯ୍ୟକ୍ରମ” ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବିଗତ ଜୁଲାଇ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମ୍ବନ୍ଧରେ ଘୋଷଣା କରିଥିଲେ। ଶକ୍ତିଶ୍ରୀ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଏକ ସ୍ଥାୟୀ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ସ୍ଥାପନ କରାଯିବ ଯାହାକି ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରିବା ସହିତ ଛାତ୍ରୀମାନଙ୍କର ସଶକ୍ତିକରଣ…

ବିଶ୍ୱସ୍ତରୀୟ ଶ୍ରୀଜଗନ୍ନାଥ ସଂଗ୍ରହାଳୟ, ପାଠାଗାର ଓ ଗବେଷଣା କେନ୍ଦ୍ର ପାଇଁ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ବିଶ୍ୱସ୍ତରୀୟ ଶ୍ରୀଜଗନ୍ନାଥ ସଂଗ୍ରହାଳୟ, ପାଠାଗାର ଓ ସଂସ୍କୃତି ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଉପରେ ବିଚାର ବିମର୍ଶ କରିବା ପାଇଁ ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧକ୍ଷତାରେ ଏକ  ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏକ ସମନ୍ୱିତ ରୋଡମ୍ୟାପ୍ ପ୍ରସ୍ତୁତ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ଯାହା ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରାଯିବ। ସହରାଞ୍ଚଳ ଭିତ୍ତିଭୂମି ବୃଦ୍ଧି ସହ…

ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା

ଭୁବନେଶ୍ବର : ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ  ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କରିଛନ୍ତି। କୌଣସି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସଠିକ୍ ଯୋଜନା, ନୂତନ ତଥା ଉନ୍ନତ ଚିନ୍ତାଧାରାର ବିଶ୍ଳେଷଣ ଏବଂ ସର୍ବୋପରି ପ୍ରତ୍ୟେକ ସ୍ତରର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସଠିକ୍ ସମନ୍ଵୟ ନିତାନ୍ତ ଆବଶ୍ୟକ ଉପରେ ସେ ଗୁରୁତ୍ବ ଦେଇଛନ୍ତି। ଶ୍ରୀମତୀ ପାଢ଼ୀ ଦୁଇ…