ଅକ୍ଷୟଶକ୍ତି ପ୍ରକଳ୍ପ ପାଇଁ 869.8 କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର: ଅକ୍ଷୟଶକ୍ତି କ୍ଷେତ୍ରରେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି ଓଡ଼ିଶା।  869.8 କୋଟି ଟଙ୍କା ବିନିଯୋଗରେ ମୋଟ 178 ମେଗାୱାଟ୍ କ୍ଷମତା ବିଶିଷ୍ଟ ଅକ୍ଷୟଶକ୍ତି ପ୍ରକଳ୍ପ ସ୍ଥାପନ କରିବା ପାଇଁ ଅନୁମୋଦନ ପ୍ରାପ୍ତ ହୋଇଛି। ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱାଦଶ ସିଙ୍ଗଲ୍‌ ୱିଣ୍ଡୋ କମିଟି (SWC) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ GRIDCO ର ପରିଚାଳନା ନିର୍ଦ୍ଦେଶକ ସତ୍ୟପ୍ରିୟ ରଥଙ୍କ…

ନୂଆପଡ଼ା ଜିଲ୍ଲାର ୯୪୪ ଜଣଙ୍କୁ ଅତ୍ୟାଧୁନିକ ଚିକିତ୍ସା ସୁବିଧା

ଭୁବନେଶ୍ୱର: ସାର୍ବଜନୀନ ଗୁଣାତ୍ମକ ସ୍ଵାସ୍ଥ୍ୟସେବାର ସଫଳ ରୂପାୟନ ସ୍ୱରୂପ ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଦୂରଦୂରାନ୍ତ ଅଞ୍ଚଳ ଅଧିବାସୀଙ୍କ ନିମନ୍ତେ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ଚଳିତ ମାସ ୨୧ ରୁ ୨୪ ତାରିଖ ପର୍ଯ୍ୟନ୍ତ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ ସ୍ଵାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି। କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଏବଂ  ହସପିଟାଲରୁ ୧୧ ଜଣ ବିଶେଷଜ୍ଞ ଏହି ଶିବିରରେ ଅବସ୍ଥାନ କରି ଉଚ୍ଚତର ଚିକିତ୍ସା ନିମନ୍ତେ ଚିହ୍ନଟ ହୋଇଥିବା ରୋଗୀମାନଙ୍କୁ ଆବଶ୍ୟକୀୟ ଚିକିତ୍ସା…

ପ୍ରମୁଖ ପରିମଳ କର୍ମଚାରୀଙ୍କୁ ୧୦ ଲକ୍ଷ ଟଙ୍କାର ଜୀବନ ବୀମା

ଭୁବନେଶ୍ୱର: ଆୟୋଜିତ ହେଉଥିବା ପ୍ରମୁଖ ପରିମଳ କର୍ମଚାରୀଙ୍କ କର୍ମଶାଳା କେବଳ ଏକ ବୈଠକ ନୁହେଁ, ଏହା ଆମ ସହରକୁ ନିରନ୍ତର ଭାବରେ ପରିଚ୍ଛନ୍ନ ରଖୁଥିବା ପରିମଳ କର୍ମଚାରୀଙ୍କ ସୁରକ୍ଷା ଓ ସମ୍ମାନ ପ୍ରତି ଆମର ପ୍ରତିବଦ୍ଧତା। ସେମାନଙ୍କୁ ନ୍ୟାୟ, ସୁରକ୍ଷା ଓ ମର୍ଯ୍ୟାଦା ପ୍ରଦାନ କରିବା ହେଉଛି ଆମର ନୈତିକ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଫେଇ କର୍ମଚାରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ଜାତୀୟ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି।…

ଶକ୍ତି ଦକ୍ଷତା ବୃଦ୍ଧି ଉପରେ କର୍ମଶାଳା

ଭୁବନେଶ୍ୱର: ଶକ୍ତି ବିଭାଗ ଏବଂ କ୍ଲାସ୍ପ (CLASP), ଏକ ବିଶ୍ୱ ଅଣ-ଲାଭକାରୀ ସଂଗଠନ ଅଧୀନରେ ସର୍ବୋଚ୍ଚ ଯନ୍ତ୍ରୀ (ବିଦ୍ୟୁତ) କାର୍ଯ୍ୟାଳୟ, ୨୪ ଜୁଲାଇ, ୨୦୨୫ ରେ ଭୁବନେଶ୍ୱରରେ ଆୟୋଜିତ “ଓଡ଼ିଶାରେ ଶକ୍ତି ଦକ୍ଷତା ବୃଦ୍ଧି: ଦକ୍ଷ ଶୀତଳୀକରଣ ଉପକରଣ ପାଇଁ ଏକ ଦୃଢ଼ ଇକୋସିଷ୍ଟମ ନିର୍ମାଣ” କର୍ମଶାଳାରେ ଓଡ଼ିଶାର ଶକ୍ତି ଦକ୍ଷତା ବୃଦ୍ଧି ଉପରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି କର୍ମଶାଳାରେ ଶକ୍ତି ବିଭାଗ, ପୂର୍ତ୍ତ ବିଭାଗ, ସରକାରୀ କ୍ଷେତ୍ର ପ୍ରତିଷ୍ଠାନ, ଓଡ଼ିଶା ରାଜ୍ୟ ପ୍ରଦୂଷଣ…

 ‘ନାଗରିକ କୈନ୍ଦ୍ରିକ ସେବା ପ୍ରଦାନରେ ସୂଚନା ଅଧିକାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଭୁବନେଶ୍ୱର: ସୂଚନା ଓ ଲୋକସମ୍ପର୍କ ପରସ୍ପର ପରିପୂରକ। ଜନସାଧାରଣଙ୍କୁ ସେବା ପ୍ରଦାନରେ ସୂଚନା ଅଧିକାରୀ ବା ଲୋକ ସଂପର୍କ ଅଧିକାରୀମାନଙ୍କର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି।  ଲୋକସଂପର୍କ ବୃଦ୍ଧି କରି ବିଭିନ୍ନ ବିଭାଗରୁ ସୂଚନା ପାଇବା ସହିତ ସୂଚନାକୁ ଜନସାଧାରଣଙ୍କ ନିକଟରେ ପହଁଚାଇବା ଏକ ପ୍ରମୁଖ ଆବଶ୍ୟକତା। ପଞ୍ଚାୟତିରାଜ, ପାନୀୟଜଳ ଯୋଗାଣ ଓ ପରିମଳ ବିଭାଗ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ରାଜସ୍ୱ, ଆଇନ୍, ଆଦି ବିଭିନ୍ନ ବିଭାଗରେ କରାଯାଉଥିବା ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ ସଂପର୍କିତ ସୂଚନା…

ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସମାପ୍ତ ନହେଲେ ଉତ୍ତରଦାୟୀ ହେବେ ଅଧିକାରୀ

ଭୁବନେଶ୍ୱର:  ସ୍ବଚ୍ଛ ନିରାପଦ ପାନୀୟ ଜଳ ହେଉଛି ଏକ ମୌଳିକ ଆବଶ୍ୟକତା। ସମଗ୍ର ଓଡ଼ିଶାବାସୀଙ୍କୁ  ସ୍ଵଚ୍ଛ ନିରାପଦ ପାନୀୟ ଜଳ ଯୋଗାଇବା ପାଇଁ ସରକାର ସଙ୍କଳ୍ପବଦ୍ଧ ଅଛନ୍ତି। ରାଜ୍ୟରେ ବର୍ତ୍ତମାନ ୨୦୭ଟି ମେଗା ପାନୀୟ ଜଳ ପ୍ରକଳ୍ପ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୮ଟି ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛିl ଅନ୍ୟ ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟ ମଧ୍ୟ ତ୍ବରାନ୍ବିତ କରାଯାଇଛି ଓ ସେସବୁର ପ୍ରତ୍ୟକ୍ଷ ନିରୀକ୍ଷଣ କରାଯାଉଛିl ସାମାନ୍ଯ ବ୍ୟତିକ୍ରମ ଦେଖାଗଲେ ଉତ୍ତରଦାୟିତ୍ଵ ସ୍ଥିର କରାଯାଇ କାର୍ଯ୍ୟାନୁଷ୍ଠାନର…

ନଦୀ ସଂଯୋଗୀକରଣ ପ୍ରୟାସ ଜଳ ସଂସାଧନ ପରିଚାଳନାରେ ନୂତନ ମାନଦଣ୍ଡ ସ୍ଥାପନ କରୁଛି

ଭୁବନେଶ୍ୱର: ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ଵ ପାଇଁ ଏକ ଆହ୍ଵାନ ରୂପେ ଦେଖା ଦେଇଛି। ଦିନକୁ ଦିନ ମୌସୁମୀ ବର୍ଷାର ଅବଧି ଓ ତାହାର ପରିମାଣରେ ଅନିଶ୍ଚିତତା ମାନବ ସମାଜ ପାଇଁ ଜଳ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ସୃଷ୍ଟି କରିଛି। ଉଦବୃତ୍ତ ଜଳ ସମ୍ପନ୍ନ ନଦୀ ଅବବାହିକାଗୁଡିକୁ ଜଳକ୍ଲିଷ୍ଟ ନଦୀ ଅବବାହିକା ସହିତ ସଂଯୁକ୍ତକରି ପ୍ରଭାବୀ ଜଳ ବଣ୍ଟନ ପ୍ରଣାଳୀକୁ ସୁନିଶ୍ଚିତ କରିବା ନିମନ୍ତେ “ଅନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ପ୍ରକଳ୍ପ” ନାମରେ ଏକ ନୂତନ…

କାରଖାନା ଅଗ୍ନୀ ସୁରକ୍ଷା ଅଧିକାରୀଙ୍କ ତାଲିମ କର୍ମଶାଳା

ଭୁବନେଶ୍ୱର: ଶିଳ୍ପାୟନ ରେ ଅଗ୍ନୀ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ କାରଖାନା ମାନଙ୍କରେ ନିଯୁକ୍ତ ଅଗ୍ନୀ ସୁରକ୍ଷା ଅଧିକାରୀ ମାନଙ୍କର ପାରିଦର୍ଶିତା ବୃଦ୍ଧି  ନିମନ୍ତେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟ ପକ୍ଷରୁ ଭୁବନେଶ୍ବର ସ୍ଥିତ ରାଜ୍ୟ ଶ୍ରମ ସଂସ୍ଥାନ ଆନୁକୁଲ୍ୟରେ ସଂସ୍ଥାନ ସମ୍ମିଳନୀ କକ୍ଷରେ ଏକ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇ ଯାଉଛି। ପୂର୍ବାହ୍ନରେ କର୍ମଶାଳାକୁ  ମୁଖ୍ୟ ଅତିଥି  ସରକାରଙ୍କ  ଶ୍ରମ ଏବ୍ଂ ରାଜ୍ୟ କର୍ମଚାରୀ ବୀମା ବିଭାଗର ଅତିରିକ୍ତ ଶାସନ ସଚିବ ତଥା କାରଖାନା ଏବଂ…

କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ

ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ରରେ ଅସାଧାରଣ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିଙ୍କୁ ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ ପାଟି ସମ୍ବର୍ଦ୍ଧିତ କରିଛନ୍ତି। ଚଳିତ ଜୁଲାଇ ୨୩ ତାରିଖ ଦିନ ରାଜଭବନରେ ନ୍ୟୁ ଅଭିଷେକ ହଲ୍ ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଚଳିତ ବର୍ଷ ପଦ୍ମଶ୍ରୀ ପୁରସ୍କାର ବିଜେତା, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା, ଆନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ବିଜେତା ଏବଂ ୨୦୨୪ ମସିହା ଇଣ୍ଡିଆନ୍ ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତିତ୍ୱ ହାସଲ…

ରୂପା ରୋଶନ ସାହୁ ହେଲେ ରାଜ୍ୟପାଳଙ୍କ ସଚିବ

ଭୁବନେଶ୍ୱର: ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ରୂପା ରୋଶନ ସାହୁ ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଭାବେ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ସେ ଦକ୍ଷିଣାଂଚଳ ରାଜସ୍ୱ କମିଶନର ଭାବେ ଅବସ୍ଥିତ ଥିଲେ। ୨୦୦୬ ମସିହା ଆଇ.ଏ.ଏସ୍. କ୍ୟାଡର ଅଧିକାରୀ ଶ୍ରୀମତୀ ସାହୁ ପ୍ରଶାସନିକ ସେବା ଜୀବନର ଆରମ୍ଭରୁ ବିଭିନ୍ନ ପଦପଦବୀରେ ଅବସ୍ଥିତ ହୋଇ ଦକ୍ଷତାର ସହ ଦାୟିତ୍ୱ ନିର୍ବାହ କରିଛନ୍ତି।