“ବନ୍ଦେ ମାତରମ୍” ଗାନ କରିବା ସହ ଛାତ୍ରଛାତ୍ରୀମାନେ ପାଠ କରିବେ “ଆତ୍ମ ନିର୍ଭର ଭାରତ ସ୍ବଦେଶୀ ସଂକଳ୍ପ”
ଭୁବନେଶ୍ୱର : “ବନ୍ଦେ ମାତରମ୍ର”ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ଜାନୁଆରୀ ୧୨ ତାରିଖରେ (ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳନ ଅବସରରେ) ଛାତ୍ରଛାତ୍ରୀମାନେ ସାମୂହିକ ଭାବେ “ବନ୍ଦେ ମାତରମ୍” ଗାନ କରିବେ। ଏଥିସହ ସମସ୍ତ ଶିକ୍ଷାନୁଷ୍ଠାନମାନଙ୍କରେ “ଆତ୍ମ ନିର୍ଭର ଭାରତ ସ୍ବଦେଶୀ ସଂକଳ୍ପ” ପାଠ କରାଯିବ। ଏଥି ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷାନୁଷ୍ଠାନମାନଙ୍କରେ ସାମୂହିକ…


