” ରାଜ୍ୟ ଜଳ ନୀତି”  ପ୍ରଣୟନ ସମ୍ପର୍କରେ ଉନ୍ନୟନ କମିଶନରଙ୍କ  ଆଲୋଚନା

ଭୁବନେଶ୍ୱର: ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନଙ୍କ ସହିତ ବିଭାଗୀୟ କାର୍ଯ୍ୟ ଓ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରିଥିଲେl ଏହି ଅବସରରେ ସେ ନୂଆ ରାଜ୍ୟ ଜଳନୀତି ପ୍ରଣୟନ ସମ୍ପର୍କରେ ଆଲୋଚନା କରିଥିଲେl ସମନ୍ୱିତ ଜଳ ପରିଚାଳନା ଏବଂ ଜଳ ସଂରକ୍ଷଣ ପାଇଁ ନୂଆ ଜଳ ନୀତି ପ୍ରଣୟନର ବିଭିନ୍ନ ଦିଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା l ଏଥି ସହିତ ବିଭିନ୍ନ…

ନ୍ୟାସନାଲ ଆକ୍ଵାଟିକ୍: ପ୍ରଥମ ଦିନରେ ଓଡ଼ିଶା ପାଇଁ ସ୍ବର୍ଣ୍ଣ ଜିତିଲେ କ୍ରୀଡ଼ାବିତ୍‌ ସୃଷ୍ଟି ଉପାଧ୍ୟାୟ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ୭୮ତମ ସିନିୟର ନ୍ୟାସନାଲ୍ ଆକ୍ଵାଟିକ୍ ଚାମ୍ପିୟନସିପ୍ ପ୍ରତିଯୋଗିତା (ସନ୍ତରଣ ପ୍ରତିଯୋଗିତା) ଅନୁଷ୍ଠିତ ହେଉଛି। ଏହି ପ୍ରତିଯୋଗିତା ଜୁନ୍ ୨୨ ତାରିଖ ଠାରୁ ଆରମ୍ଭ ହୋଇ ଜୁନ୍ ୨୬ ତାରିଖ ପର୍ଯ୍ୟନ୍ତ ହେବ। ସ୍ବିମିଙ୍ଗ ଫେଡ଼େରେସନ୍‌ ଅଫ୍ ଇଣ୍ଡିଆ, ଓଡ଼ିଶା ଷ୍ଟେଟ୍ ସ୍ବିମିଙ୍ଗ ଆସୋସିଏସନ୍‌ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାରେ ସମଗ୍ର ଦେଶରୁ ପ୍ରାୟ ୪୦୦ରୁ ଉର୍ଦ୍ଧ୍ଵ ପ୍ରତିଯୋଗୀ…

ଡାଇରିଆ ପରିସ୍ଥିତି ନିୟନ୍ତ୍ରଣାଧିନ, ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ରାଜ୍ୟର ଛଅଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ଡାଇରିଆ ପରିସ୍ଥିତି ଓ ଏହାର ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ  ସମୀକ୍ଷା କରିଛନ୍ତି। ରାଜ୍ୟରେ ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ଓ ନୂତନ  ସଂକ୍ରମିତଙ୍କ ସଂଖ୍ୟା ସମ୍ପୂର୍ଣ୍ଣ ହ୍ରାସ ପାଇଥିବା ନେଇ ବୈଠକରୁ ଜଣାପଡିଛି ଏବଂ ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ଡାଇରିଆ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବା…

ବନ୍ୟଜନ୍ତୁଙ୍କ ଦ୍ଵାରା ମଣିଷ ମୃତ୍ୟୁବରଣ କଲେ ଏଣିକି ୧୦ ଲକ୍ଷ ଟଙ୍କା ଅନୁକମ୍ପାମୁଳକ ସହାୟତା

ଭୁବନେଶ୍ଵର: ବନ୍ୟପ୍ରାଣୀ (ସୁରକ୍ଷା) (ଓଡିଶା) ନିୟମ, ୧୯୭୪ ର ନିୟମ ୪୫-କକ ଦ୍ୱାରା ପ୍ରଦତ୍ତ କ୍ଷମତା ପ୍ରୟୋଗ କରି,ରାଜ୍ୟ ସରକାରଙ୍କ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ବନ୍ୟଜନ୍ତୁଙ୍କ ଦ୍ଵାରା କ୍ଷୟକ୍ଷତି କ୍ଷେତ୍ରରେ ଅନୁକମ୍ପାମୁଳକ ଦେୟର ସଂଶୋଧିତ ବିଜ୍ଞପ୍ତି ଜାରି କରିଛନ୍ତି। ବନ୍ୟପ୍ରାଣୀ (ସୁରକ୍ଷା) (ଓଡିଶା) ନିୟମ, ୧୯୭୪ ର ନିୟମ ୪୫-ଇଇ ଅନୁଯାୟୀ ବନ୍ୟଜନ୍ତୁଙ୍କ ଦ୍ୱାରା ମଣିଷ ମୃତ୍ୟୁବରଣ କଲେ ଏଣିକି ଅନୁକମ୍ପାମୁଳକ ସହାୟତା…

ଉପନିର୍ବାଚନରେ ନିର୍ବାଚନ ଆୟୋଗ ଅନେକ ପ୍ରଥମ ସଫଳତା ହାସଲ କରିଛି

ଭୁବନେଶ୍ବର:  ଭାରତ ନିର୍ବାଚନ ଆୟୋଗ ଦ୍ୱାରା ପାଞ୍ଚଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସହ ନିର୍ବାଚନ କମିଶନର ଡକ୍ଟର ସୁଖବୀର ସିଂହ ସାନ୍ଧୁ ଏବଂ ଡକ୍ଟର ବିବେକ ଜୋଶୀଙ୍କ ଦ୍ୱାରା ଗତ ଚାରି ମାସ ମଧ୍ୟରେ ପରିକଳ୍ପିତ ଅନେକ ପ୍ରମୁଖ ନୂତନ ପଦକ୍ଷେପର ସଫଳ ରୂପାୟନ ଦେଖାଯାଇଥିଲା। ଗୁଜରାଟର ୨୪-କାଡ଼ି (ଝଉ) ଏବଂ ୮୭-ବିସାବାଦର, କେରଳର ୩୫-ନିଲାମ୍ବୁର, ପଞ୍ଜାବର ୬୪-ଲୁଧିଆନା ପଶ୍ଚିମ ଏବଂ ପଶ୍ଚିମବଙ୍ଗର ୮୦-କାଳିଗଞ୍ଜର…

ପିଏମ୍-ପୋଷଣ ଯୋଜନାରେ ଖର୍ଚ୍ଚ ବୃଦ୍ଧି

ଭୁବନେଶ୍ବର:  କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଭାଗିଦାରୀରେ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ପିଏମ୍-ପୋଷଣ ଯୋଜନା ବର୍ତ୍ତମାନ ରାଜ୍ୟରେ କାର୍ଯ୍ୟକାରୀ କରାଯାଉଛି । ବର୍ତ୍ତମାନ ଭାରତ ସରକାରଙ୍କ ଦ୍ବାରା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ନିମନ୍ତେ ମୁଣ୍ଡ ପିଛା ଦୈନିକ ଯଥାକ୍ରମେ ୬ ଟଙ୍କା ୭୮ପଇସା ଓ  ୧୦ ଟଙ୍କା ୧୭ ପଇସା ୦୧.୦୫.୨୦୨୫  ଠାରୁ ରନ୍ଧନ ସାମଗ୍ରୀ ଖର୍ଚ୍ଚ ବାବଦକୁ ପ୍ରଦାନ କରାଯାଉଛି। ବର୍ତ୍ତମାନ ରାଜ୍ୟ ସରକାର ଅତିରିକ୍ତ ରନ୍ଧନ ସାମଗ୍ରୀ ଖର୍ଚ୍ଚ ପାଇଁ…

ସୁରକ୍ଷିତ ବାଷ୍ପୀତ୍ର ଚାଳନ ତାଲିମ କର୍ମଶାଳା

ଭୁବନେଶ୍ବର: ବାଷ୍ପୀତ୍ର ଚାଳନରେ ସୁରକ୍ଷା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅବସ୍ଥିତ କଳ କାରଖାନା ମାନଙ୍କ ରେ ନିୟୋଜିତ ବାଷ୍ପୀତ୍ର  ପରିଚାରକ ( Boiler Operator ) ମାନଙ୍କର ଦକ୍ଷତା ବୃଦ୍ଧି ସହିତ ସେମାନଂକୁ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟ ଶ୍ରମ ପ୍ରତିଷ୍ଠାନ ଆନୁକୁଲ୍ୟରେ ଭୁବନେଶ୍ବର ଲୋକସେବା ଭବନା ସ୍ଥିତ କନଭେନସନ ସେଣ୍ଟରରେ ଏକ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l   ମୁଖ୍ଯଅତିଥି ଶ୍ରମ ବିଭାଗ ଅତିରିକ୍ତ ଶାସନ…

ତୃଣମୂଳ ସ୍ତରରୁ ଚାଲୁରହିଛି  ଡାଇରିଆ ମୁକାବିଲା 

ଭୁବନେଶ୍ବର: ରାଜ୍ୟରେ ଡାଇରିଆ ସଂକ୍ରମଣର ତ୍ଵରିତ ମୁକାବିଲା ପାଇଁ ସରକାରଙ୍କ ତରଫରୁ ଜୋରଦାର ପ୍ରୟାସ ଜାରି ରହିଛିl ସରକାର ତୃଣମୂଳ ସ୍ତରରୁ ମେଡ଼ିକାଲ କଲେଜ ପର୍ଯ୍ୟନ୍ତ  ସମ୍ପୂର୍ଣ୍ଣ ଏକ୍ସନ ମୋଡ୍ ରେ କାର୍ଯ୍ୟ କରୁଛନ୍ତି l  ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓ ମିଶନ ଶକ୍ତି ବିଭାଗ ଦ୍ବାରା ସମନ୍ଵିତ ଭାବରେ ଏକାଭିମୁଖୀ ପ୍ରୟାସ ଚାଲିଛି l  ଫଳରେ ରାଜ୍ୟରେ ଡାଇରିଆ ସ୍ଥିତିରେ…

ଡାଇରିଆ ମୁକାବିଲା: କଟକ, ଯାଜପୁର ଓ ଭଦ୍ରକରେ ବିଶେଷଜ୍ଞ ଟିମ୍ ର ଅନୁଧ୍ୟାନ

ଭୁବନେଶ୍ବର: ରାଜ୍ୟରେ ଡାଇରିଆ ସଂକ୍ରମଣର ତ୍ଵରିତ ମୁକାବିଲା ପାଇଁ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଡକ୍ଟର ମୁକେଶ ମହାଲିଙ୍ଗ, ମନ୍ତ୍ରୀ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ  ସୂଚନା ଓ ପ୍ରଯୁକ୍ତିବିଦ୍ୟାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବସିଥିଲା l ଯାଜପୁର, କଟକ, ଭଦ୍ରକ, ଢେଙ୍କାନାଳ, କେନ୍ଦୁଝର, କେନ୍ଦ୍ର୍ରାପଡା ଆଦି ଛଅଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଭାସି ମାଧ୍ୟମରେ ଡାଇରିଆ ସ୍ଥିତି ଓ ମୁକାବିଲାର ବିଭିନ୍ନ ଦିଗ ଉପରେ ମାନ୍ୟବର ମନ୍ତ୍ରୀ…

‘ସିକିଲ୍ ସେଲ୍ ନିରାକରଣ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି’

ଭୁବନେଶ୍ୱର: ବିଶ୍ଵ ସିକିଲ୍ ସେଲ୍ ଦିବସ ଉପଲକ୍ଷେ ୟୁନିସେଫ୍ ଏବଂ ଓଡ଼ିଶା ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମିଳିତ ଆନୁକୁଲ୍ୟରେ ରାଜ୍ୟ ସ୍ତରୀୟ ସଚେତନତା ଶିବିର ସ୍ଥାନୀୟ ଇଣ୍ଡିଆନ ମେଡିକାଲ ଆସୋସିଏସନ୍ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସ୍ଵାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଡାକ୍ତର ବୃନ୍ଦା ଡି. ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ସିକିଲ୍ ସେଲ୍ ନିରାକରଣ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ପ୍ରଥମ ପର୍ୟ୍ୟାୟରେ ରାଜ୍ୟର…