ଶହୀଦ ଲକ୍ଷ୍ମଣ ନାୟକଙ୍କୁ ଶ୍ରଦ୍ଧାଞ୍ଜଳୀ ଓ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ସମଗ୍ର ଆଦିବାସୀ ସମାଜର ଗୌରବ, ମାତୃଭୂମିର ପରମ ପୂଜକ, ବୀର ଓ ମହାତ୍ମା ଗାନ୍ଧୀଙ୍କ ପଟ୍ଟଶିଷ୍ୟ ଶହୀଦ ଲକ୍ଷ୍ମଣ ନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳୀ ପୂର୍ବକ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ୧୮୯୯ ମସିହା ନଭେମ୍ବର ୨୨ରେ ଅବିଭକ୍ତ କୋରାପୁଟ ଜିଲ୍ଲାର ମାଲକାନଗିରି ଉପଖଣ୍ଡସ୍ଥିତ ବଣପାହାଡ଼ ଘେରା ତେନ୍ତୁଳୀଗୁମ୍ମା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଏହି ମହାନ ସ୍ୱାଧୀନତା ସେନାନୀ ପ୍ରତି ସମଗ୍ର ରାଜ୍ୟ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛି । ସକାଳ ୯.୩୦ରେ…

ପିଜିଟି ଶିକ୍ଷକଶିକ୍ଷୟତ୍ରୀଙ୍କ ପାଞ୍ଚ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ରାଜନୀତି ବିଜ୍ଞାନ ଓ ଅର୍ଥନୀତି ବିଷୟର ସ୍ନାତକୋତ୍ତର ବା ପିଜିଟି ଶିକ୍ଷକଶିକ୍ଷୟତ୍ରୀଙ୍କ ନିମନ୍ତେ ଆରମ୍ଭ ହୋଇଛି ପାଞ୍ଚ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ।  ଭୁବନେଶ୍ବର ଶିରିପୁରସ୍ଥିତ ଇମେଜ ଠାରେ ଆଜି ଉଦଘାଟିତ ହୋଇଯାଇଛି ଏହି ପ୍ରଶିକ୍ଷଣ ଶିବିର I ଏହି ପ୍ରଶିକ୍ଷଣରେ ୯୦ ଜଣ ପିଜିଟି ଶିକ୍ଷକଶିକ୍ଷୟତ୍ରୀ ଯୋଗ ଦେଇଛନ୍ତିI ଏହି ଅବସରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶିକା,…

ଅନ୍ତର୍ଜାତୀୟ ବିଜୁ ପଟ୍ଟନାୟକ ବିମାନ ବନ୍ଦରଠାରେ ଖୋଲିଲା ଉତ୍କଳିକାର ନୂଆ ଷ୍ଟୋର

ଭୁବନେଶ୍ଵର: ଓଡ଼ିଶା ହସ୍ତଶିଳ୍ପ କାରିଗରମାନଙ୍କର ଆର୍ଥିକ ଉନ୍ନତି ତଥା ଓଡ଼ିଆ ହସ୍ତଶିଳ୍ପ ସାମଗ୍ରୀର ପ୍ରଚାର ପ୍ରସାର ଲକ୍ଷ୍ୟରେ ଭୁବନେଶ୍ଵର ଅନ୍ତର୍ଜାତୀୟ ବିଜୁ ପଟ୍ଟନାୟକ ବିମାନ ବନ୍ଦରଠାରେ ଉତ୍କଳିକାର ନୂତନ ବିକ୍ରୟ କେନ୍ଦ୍ର “ଉତ୍କଳିକା ଆତିଥ୍ୟ”ଉଦଘାଟିତ ହୋଇଯାଇଛି। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ଏହାର ଉଦଘାଟନ କରି କହିଛନ୍ତି, ଏହା ଦ୍ଵାରା ରାଜ୍ୟ ବାହାର ତଥା ଅନ୍ୟ ଦେଶର ପର୍ଯ୍ୟଟକମାନେ ଓଡ଼ିଶାର ପାରମ୍ପରିକ ଉତ୍କୃଷ୍ଟ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀର ସ୍ମାରକ ସେମାନଙ୍କ…

ଓଡ଼ିଶା ସରକାର ଓ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍‌ ମଧ୍ୟରେ ଏମ୍ଓୟୁ

ଭୁବନେଶ୍ଵର :  ଚଳଚ୍ଚିତ୍ର ଆମ ସାମାଜିକ ସାଂସ୍କୃତିକ ଜୀବନର ବାସ୍ତବ ପ୍ରତିଛବି। ଏହାର ସଂରକ୍ଷଣ ଦ୍ଵାରା ଆମ ସ୍ମୃତିରୁ ହଜି ଯାଉଥିବା ଲୋକପ୍ରିୟ ସିନେମା ପୁଣି ଜୀବନ୍ତ ହୋଇଉଠିବ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। କଲଭୂମି ଠାରେ ଅନୁଷ୍ଠିତ ହୋଇଥିବା ୧୦ମ ଚଳଚ୍ଚିତ୍ର ସଂରକ୍ଷଣ ଏବଂ ପୁନରୁଦ୍ଧାର କର୍ମଶାଳାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ଏହା କହିଛନ୍ତି। ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ…

ରାଜ୍ୟର ଧାନ ସଂଗ୍ରହ ଧାର୍ଯ୍ୟ ଲକ୍ଷ୍ୟ ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଦିଲ୍ଲୀ ଗସ୍ତ କରିଛନ୍ତି। ସେଠାରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଯୋଗାଣ ଓ ସାଧାରଣ ବଣ୍ଟନ, ନୂତନ ଓ ଅକ୍ଷୟ ଶକ୍ତି ବିଭାଗ ମନ୍ତ୍ରୀ ପ୍ରହଲାଦ ଯୋଶୀଙ୍କୁ ସାକ୍ଷାତ କରିଛନ୍ତି। ଶ୍ରୀ ପାତ୍ର କେନ୍ଦ୍ର ମନ୍ତ୍ରୀଙ୍କୁ ସାକ୍ଷାତ କରିବା ଅବସରରେ ରାଜ୍ୟର ଧାନ ସଂଗ୍ରହ ଧାର୍ଯ୍ୟ ଲକ୍ଷ୍ୟ ବୃଦ୍ଧି ଦାବିକୁ ବିଚାର କରିବାକୁ କହିଥିଲେ। ଏଥିସହ ରାଜ୍ୟରୁ…

ଜାତୀୟ ପାରା ସନ୍ତରଣ ଚାମ୍ପିୟନସିପ୍-୨୦୨୫ରେ ଓଡ଼ିଶା ପାରା କ୍ରୀଡ଼ାବିତଙ୍କ ଚମତ୍କାର ପ୍ରଦର୍ଶନ

ଭୁବନେଶ୍ୱର : ହାଇଦ୍ରାବାଦରେ ଆୟୋଜିତ ହୋଇଥିବା ଜାତୀୟ ପାରା ସନ୍ତରଣ ଚାମ୍ପିୟନସିପ୍-୨୦୨୫ରେ ଓଡ଼ିଶା ପାରା କ୍ରୀଡ଼ାବିତ୍‌ମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଓଡ଼ିଶାର ପାରା ସନ୍ତରଣ ଦଳ ଏହି ପ୍ରତିଯୋଗିତାରେ ୮ଟି ସ୍ବର୍ଣ୍ଣ, ୧୮ଟି ରୌପ୍ଯ ଓ ୧୩ଟି କାଂସ୍ଯ ସର୍ବମୋଟ ୩୯ଟି ପଦକ ହାସଲ କରିଛନ୍ତି। ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଥିବା ପାରା ସନ୍ତରଣ ଦଳର କ୍ରୀଡ଼ାବିତ୍‌ମାନଙ୍କୁ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସାକ୍ଷାତ କରି ଶୁଭେଚ୍ଛା ଜଣାଇଛନ୍ତି। “ପାରା…

ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠିରୁ 41.17 କୋଟି ଟଙ୍କାର ପ୍ୟାକେଜ୍ ପ୍ରଦାନ

ଭୁବନେଶ୍ୱର: କେନ୍ଦୁପତ୍ର ତୋଳାଳି, ବାଇଣ୍ଡର୍ ଏବଂ ଋତୁକାଳୀନ କର୍ମଚାରୀଙ୍କ ସମ୍ମାନିତ ଜୀବିକାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାର ଏକ ଦୃଢ଼ ମାନବିକ ପଦକ୍ଷେପ ଗ୍ରହଣ କରିଛି। ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠିରୁ 2024 ଫସଲ ବର୍ଷ ଏବଂ 2025-26 ଅର୍ଥବର୍ଷ ପାଇଁ ମୋଟ 41.17 କୋଟି ଟଙ୍କା ବିତରଣ କରାଯାଇଛି। କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ବୃହତ୍ ସହାୟତା ଭାବେ 8,59,727 ଜଣ କେନ୍ଦୁପତ୍ର ତୋଳାଳିଙ୍କୁ ନିମ୍ନଲିଖିତ ସୁବିଧା ପାଇଁ ଚପଲ – ଏକକ ପିଛା ₹160,…

ଶିଶୁ ଅଧିକାରକୁ ନେଇ ଏକ ଜାତୀୟ ସମ୍ମିଳନୀ ଆୟୋଜିତ

ଭୁବନେଶ୍ବର: ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (NCPCR) ଏବଂ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ରାଜସ୍ୱ ଅଧିକାରୀ ତାଲିମ ପ୍ରତିଷ୍ଠାନ (ROTI) ଠାରେ ଶିଶୁ ଅଧିକାର ସମସ୍ୟା ଉପରେ ଏକ ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯଦୁମଣି ମାହାଲ, ଅତିରିକ୍ତ ଶାସନ ସଚିବ, ବବିତା ପାତ୍ର, ଅଧ୍ୟକ୍ଷ OSCPCR, ସଙ୍ଗୀତା ବେହେରା, ଏଡିଜି, ଓସେପା, ଡକ୍ଟର ମଧୁଲିକା ଶର୍ମା, ପ୍ରମୁଖ ଗବେଷଣା ଏବଂ ବୈଷୟିକ ବିଶେଷଜ୍ଞ, NCPCR,…

ବାଉଁଶ ଏବଂ ଔଷଧୀୟ ଉଦ୍ଭିଦ ଉପରେ ଜାତୀୟ ସମ୍ମିଳନୀ – 2025

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଲୋକସେବା ଭବନ କନଭେନସନ ହଲ ଠାରେ ବାଉଁଶ ଏବଂ ଔଷଧୀୟ ଉଦ୍ଭିଦ ସମ୍ପର୍କିତ ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଯୋଗଦେଇ କହିଲେ ଯେ  ଔଷଧୀୟ ଉଦ୍ଭିଦ ଉପରେ ଏହି ଜାତୀୟ ସମ୍ମିଳନୀର ଆୟୋଜନ  ଆମ ରାଜ୍ୟର ସାଂସ୍କୃତିକ ପରିଚୟ, ଏବଂ ଆମ ଓଡ଼ିଶା ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ଏହି…

ନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ

ଭୁବନେଶ୍ୱର: ଚଳିତ ରବି ଋତୁରେ ରାଜ୍ୟର ୫୦,୦୦୦ ଏକର୍ ପାଖାପାଖି ଜମିରେ ଆଳୁ ଚାଷ କରିବାର ଲକ୍ଷ୍ୟ ରହିଛି। ଏଥିପାଇଁ ପ୍ରାମାଣିକ ବିହନ ଆଳୁ ପଞ୍ଜାବରୁ ଅଣାଯାଇ ରାଜ୍ଯର ଚାଷୀ ମାନଙ୍କୁ କିଲୋ ପ୍ରତି ୨୦ ଟ. ଦରରେ ବିକ୍ରୀ କରାଯାଉଛି ଓ ଆଳୁ ବିହନ ଜମିରେ ଲଗେଇବା ପରେ କିଲୋ ପ୍ରତି ୧୦ ଟ. ଫେରେଇ ଦେବାର ଯୋଜନା ରହିଛି। ଏପର୍ଯ୍ୟନ୍ତ ପ୍ରାୟ ୧.୦ ଲକ୍ଷ କ୍ୱିଣ୍ଟାଲ ଉନ୍ନତ ମାନର ବିହନ ଆଳୁ ୩୦ଟି ଜିଲ୍ଲାର…