ଜାତୀୟ ସ୍ତରରେ ପ୍ୟାଲିଏଟିଭ୍ କେୟାର୍ ସର୍ବଶ୍ରେଷ୍ଠ ଅଭ୍ୟାସ ପାଇଁ ପ୍ରଥମ ସ୍ଥାନରେ ଓଡିଶା

ଭୁବନେଶ୍ଵର : ଜାତୀୟସ୍ତରରେ ବିଶ୍ୱ ହସ୍ପିସ୍ ଏବଂ ପ୍ୟାଲିଏଟିଭ୍ କେୟାର୍ ଦିବସ ୨୦୨୫ ଭୁବନେଶ୍ୱରର ବାଗଚି କରୁଣାଶ୍ରୟ ପ୍ୟାଲିଏଟିଭ୍ କେୟାର୍ ସେଣ୍ଟରରେ ପାଳିତ ହୋଇଛି। ଓଡିଶା ରାଜ୍ୟକୁ ଜାତୀୟ ସ୍ତରରେ ପ୍ୟାଲିଏଟିଭ୍ କେୟାର୍ ର ସର୍ବଶ୍ରେଷ୍ଠ ଅଭ୍ୟାସ ପାଇଁ ପ୍ରଥମ ସ୍ଥାନ ପୁରସ୍କାର ଦିଆଯାଇଥିଲା। ମେଘାଳୟ ଓ ରାଜସ୍ଥାନ ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଡିଡିଜି ଡକ୍ଟର ଆଲୋକ ମାଥୁର, ଡାଇରେକ୍ଟର ଅଫ୍ ପବ୍ଲିକ୍ ହେଲ୍ଥ୍‌ (DPH) ଡକ୍ଟର…

ଆର୍ଥିକ ଶୃଙ୍ଖଳାକୁ ସୁଦୃଢ଼ ​​କରିବା ପାଇଁ ଓଡ଼ିଶାର ପଦକ୍ଷେପ

ଭୁବନେଶ୍ୱର: ଓଡିଶା ସରକାରଙ୍କ ଏକ ଅବିଚ୍ଛେଦ୍ୟ ଅଙ୍ଗ, ଆଭ୍ୟନ୍ତରୀଣ ଅଡିଟ୍, ଓଡ଼ିଶା ସଚିବାଳୟର ୨୮ଟି ପ୍ରଶାସନିକ ବିଭାଗରେ କାର୍ଯ୍ୟ କରୁଛି। ଏହା ପବ୍ଲିକ ମନିର ପ୍ରହରୀ ଭାବରେ କାର୍ଯ୍ୟ କରେ ଏବଂ ରାଜ୍ୟ ମଧ୍ୟରେ ଟଙ୍କାର ଅପବ୍ୟବହାର ଓ ଆତ୍ମସାତ ସମେତ ଆର୍ଥିକ ଅନିୟମିତତା ରିପୋର୍ଟ ପ୍ରଦାନ କରେ। ସମାନତା, ବୃତ୍ତିଗତ ତଦାରଖ ଏବଂ ସାଧାରଣ ଖର୍ଚ୍ଚର ତଦାରଖ ସୁନିଶ୍ଚିତ କରିବା ପାଇଁ ସମସ୍ତ ଆଭ୍ୟନ୍ତରୀଣ ଅଡିଟ୍ କର୍ମଚାରୀଙ୍କୁ ଅର୍ଥ ବିଭାଗ ଅଧୀନରେ କେନ୍ଦ୍ରୀଭୂତ କରାଯାଇଛି। ବର୍ତ୍ତମାନର…

ବିଭ୍ରାନ୍ତକାରୀ ସୂଚନାର ତ୍ୱରିତ ମୁକାବିଲା ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗୁରୁତ୍ୱାରୋପ

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଆର୍‌.ଏସ୍‌. ଗୋପାଳନଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ଆଭାସି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଲକ୍ଷ୍ମୀ ପ୍ରସାଦ ସାହୁ, ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନଙ୍କ ସମେତ ସମସ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯୋଗଦେଇଥିଲେ। ସ୍ୱତନ୍ତ୍ର ସଘନ ସଂଶୋଧନର ମହତ ଉଦ୍ଦେଶ୍ୟ ଓ ସମୟୋଚିତ ଆବଶ୍ୟକତା, ମତଦାତାଙ୍କ ଯୋଗ୍ୟତା, ବିଭ୍ରାନ୍ତକାରୀ ସୂଚନାର ମୁକାବିଲା ସମ୍ପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ…

ବଳକା ଚାଉଳ ଉଠାଣ ଏବଂ ଯୋଗାଣ ଅବଧି ବୃଦ୍ଧି ସମ୍ପର୍କରେ ହସ୍ତକ୍ଷେପ ଲୋଡ଼ିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନୂଆଦିଲ୍ଲୀ ଗସ୍ତ ସମୟରେ, ସେ ମାନ୍ୟବର କେନ୍ଦ୍ର ଗ୍ରାହକ ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ, ନୂତନ ଏବଂ ନବୀକରଣୀୟ ଶକ୍ତିମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଖରିଫ ମାର୍କେଟିଂ ଋତୁରେ କଷ୍ଟମ୍ ମିଲ୍ଡ୍ ଚାଉଳର କ୍ରୟ ଲକ୍ଷ୍ୟ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ପତ୍ର ତାଙ୍କୁ ପ୍ରଦାନ କରିଥିଲେ। ଉପମୁଖ୍ୟମନ୍ତ୍ରୀ ପୁନର୍ବାର ଏହି ପ୍ରସଙ୍ଗରେ ମାନ୍ୟବର…

“ଟେରାକୋଟା ଏବଂ କୁମ୍ଭାର ଶିଳ୍ପ”ଆମ ଗୌରବମୟ ଐତିହ୍ୟର ପ୍ରତୀକ: ମନ୍ତ୍ରୀ 

ଭୁବନେଶ୍ୱର : “ଟେରାକୋଟା ଏବଂ କୁମ୍ଭାର ଶିଳ୍ପ” ଓଡିଶାର ପ୍ରାଚୀନ ସଂସ୍କୃତି ଏବଂ ଗରିମାମୟ ଐତିହ୍ୟର ପ୍ରତୀକ। ରାଜ୍ୟରେ ୩୬,୦୦୦ ରୁ ଅଧିକ କାରିଗର ଏହି ଶିଳ୍ପକୁ ଆଧାର କରି ଜୀବିକା ନିର୍ବାହ କରୁଛନ୍ତି। ଏହି ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ସେମାନଙ୍କୁ ଆର୍ଥିକଭାବେ ସଶକ୍ତ କରିବା ସହ ଏହି ସମୃଦ୍ଧ ହସ୍ତଶିଳ୍ପକୁ ଆଗକୁ ବଢାଇବାରେ ସହାୟକ ହେବ ବୋଲି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ କହିଛନ୍ତି। ସ୍ଥାନୀୟ ଇଡକୋ ପ୍ରଦର୍ଶନୀ ପଡ଼ିଆଠାରେ…

ଜଙ୍ଗଲ ଭୂମି ବିଭାଜନ: ଅଧିକାରୀମାନଙ୍କୁ ତ୍ୱରିତ ଅନୁମୋଦନ ଓ ନିର୍ଦ୍ଧାରିତ ସମୟସୀମା ଅନୁସରଣ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI), ଭାରତୀୟ ରେଳବାଇ, ଓପିଟିସିଏଲ (OPTCL), ଜିଏସଆଇ (GSI) ଓ ରିଲାୟନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌ (Reliance Jio Infocom Limited)ର ମୁଖ୍ୟ ଅବସ୍ଥାପନା ପ୍ରକଳ୍ପଗୁଡ଼ିକ ପାଇଁ ଜଙ୍ଗଲ ଭୂମି ବିଭାଜନ ଅନୁମୋଦନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଓ ଜଙ୍ଗଲ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକ ନିରାକରଣ ପାଇଁ ଏକ ସମନ୍ୱୟ ବୈଠକ ଗୃହ ବିଭାଗର ସମ୍ମିଳନୀ କକ୍ଷରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ…

‘ପରିବେଶ ସୁରକ୍ଷା ପାଇଁ ଆମକୁ ସମ୍ମିଳିତ ଭାବେ କାର୍ଯ୍ୟ କରବାକୁ ପଡ଼ିବ’

ଭୁବନେଶ୍ୱର: ବାଚସ୍ପତି ସୁରମା ପାଢ଼ୀ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ଓ ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀରେ ଯୋଗଦେବା ପାଇଁ ବାର୍ବାଡୋସ୍‌ ଗସ୍ତରେ ଯାଇଥିବାବେଳେ ବି୍ରଜ୍‌ଟାଉନ୍‌ଠରେ ‘ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ଦୀର୍ଘସ୍ଥାୟୀ ସମାଧାନର ପନ୍ଥା ନିର୍ଦ୍ଧାରଣ’ଓ ‘ଜାତୀୟ ସଂସଦ ବନାମ ପ୍ରାଦେଶିକ, ଆଞ୍ଚଳିକ ଓ ବିକଶିତ ବିଧାନସଭା କ୍ଷମତା ପୃଥକୀକରଣକୁ ସୁରକ୍ଷା ଓ ସଂରକ୍ଷଣ’ଶୀର୍ଷକ ଆଲୋଚନାରେ ନିଜର ଅଭିଭାଷଣ ଉପସ୍ଥାପନ କରି କହିଲେ ଯେ ଜଳବାୟୁ ପରିବର୍ତ୍ତନ ଓ ଏହାର ଦୀର୍ଘସ୍ଥାୟୀ କୁପ୍ରଭାବ…

ଉପମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ କଟନ ଆସୋସିଏସନ ଅଫ ଓଡ଼ିଶାର ସଦସ୍ୟ

ଭୁବନେଶ୍ୱର: କଟନ ଆସୋସିଏସନ ଅଫ ଓଡ଼ିଶାର ସଦସ୍ୟମାନେ କୃଷି ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ। ସାକ୍ଷାତ ଅବସରରେ କପା ଚାଷ ତଥା ବିପଣନ ବେଳେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ଉପମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ। ଉପମୁଖ୍ୟମନ୍ତ୍ରୀ…

‘ସମ୍ପୂର୍ଣ୍ଣ କ୍ରାନ୍ତିର ମହାନାୟକ ଥିଲେ ଜୟପ୍ରକାଶ’

ଭୁବନେଶ୍ୱର: ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଶହୀଦ ବାଜି ରାଉତ ମେମୋରିଆଲ୍‌ ଫାଉଣ୍ଡେସନ୍‌ର ମଳିତ ଆନୁକୂଲ୍ୟରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କର ପବିତ୍ର ଜୟନ୍ତୀ ଓ ଶହୀଦ ବାଜି ରାଉତଙ୍କ ଶ୍ରାଦ୍ଧଦିବସ ଜୟଦେବ ଭବନଠାରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଲେ ଯେ ଅନ୍ୟାୟ ଓ ଶୋଷଣ ବିରୁଦ୍ଧରେ ଜୟପ୍ରକାଶ ନାରାୟଣଙ୍କର ଜୀବନବ୍ୟାପୀ ସଂଗ୍ରାମ ତାଙ୍କୁ ଆଧୁନିକ ଭାରତର…

ପ୍ରଧାନମନ୍ତ୍ରୀଙ୍କ ଧନ ଧାନ୍ୟ ଯୋଜନା ଓ ଡାଲି ସ୍ବାବଲମ୍ବନ ମିଶନ କାର୍ଯ୍ୟକ୍ରମ ଆୟୋଜନ

ଭୁବନେଶ୍ୱର: ଅନ୍ନଦାତାଙ୍କ ସମ୍ମାନ, ସମୃଦ୍ଧ ରାଷ୍ଟ୍ରର ନିର୍ମାଣ ପାଇଁ ତା ୧୧.୧୦.୨୦୨୫ ରିଖରେ ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରର କୃଷକ ଭାଇ ଭଉଣୀଙ୍କ ପାଇଁ କୃଷି, ପଶୁପାଳନ, ମତ୍ସ୍ୟ ଚାଷ ଓ ଖାଦ୍ଯ ପ୍ରକ୍ରିୟାକରଣ କ୍ଷେତ୍ର ପାଇଁ ୪୨୦୦୦ କୋଟି ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ୧୧୦୦ ରୁ ଉର୍ଦ୍ଧ ପରିଯୋଜନାର ଶୁଭ ଉଦଘାଟନ ଆଭାସୀ ମାଧ୍ୟମରେ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି  ଯୋଜନା, ଡାଲି ସ୍ବାବଲମ୍ବନ ମିଶନର ମଧ୍ୟ ଶୁଭାରମ୍ଭ…