ସର୍ବଭାରତୀୟ ପୋଲିସ ସୁଟିଂ ପ୍ରତିଯୋଗିତା : ଓଡ଼ିଶା ପୋଲିସକୁ ଦ୍ୱିତୀୟ ସ୍ଥାନ
ଭୁବନେଶ୍ୱର: ହରିୟାଣାର ଗୁରୁଗ୍ରାମ ସ୍ଥିତ CRPF ଠାରେ ଅନୁଷ୍ଠିତ ୨୬ତମ ସର୍ବଭାରତୀୟ ପୋଲିସ ସୁଟିଂ (AIPDM) ପ୍ରତିଯୋଗିତାରେ ଓଡ଼ିଶା ପୋଲିସ ଅଭୁତପୁର୍ବ ସଫଳତା ହାସଲ କରିଛି। ଦେଶର ବିଭିନ୍ନ ରାଜ୍ୟ ପୋଲିସ ବାହିନୀ ମାନଙ୍କ ମଧ୍ୟରେ ଓଡ଼ିଶା ପୋଲିସ ଦ୍ୱିତୀୟ ସ୍ଥାନ ଅଧିକାର କରି ରାଜ୍ୟ ପାଇଁ ଗୌରବ ଆଣିଛି। ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୨ ରୁ ୩୦ ପର୍ଯ୍ୟନ୍ତ ଚାଲିଥିବା ଏହି ପ୍ରତିଯୋଗିତାରେ ଓଡ଼ିଶା ପୋଲିସ ରାଇଫଲ ସୁଟିଂ (୭୪୩ ପଏଣ୍ଟ), ପିସ୍ତଲ ସୁଟିଂ (୫୩୧ …


