ଆଗକୁ ବଢ଼ୁଛି ଓଡ଼ିଶା ସାଇବର ସୁରକ୍ଷା ଅଭିଯାନ

ଭୁବନେଶ୍ୱର : ରାଜ୍ୟରେ ସାଇବର ସୁରକ୍ଷା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଓଡ଼ିଶା ସାଇବର ସୁରକ୍ଷା ଅଭିଯାନ – ୨୦୨୫ ବେଶ୍ ସଫଳତାର ସହ ଆଗକୁ ବଢ଼ୁଛି। ଗତ ଅକ୍ଟୋବର ୧୮, ୨୦୨୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଏହି ଅଭିଯାନର ଶୁଭାରମ୍ଭ କରାଯାଇଥିଲା। ଏଥିରେ ୧୬ଟି ସାଇବର ରଥକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା। ଏହି ଅଭିଯାନ ଓଡ଼ିଶାର ସମସ୍ତ ୩୪ଟି ପୋଲିସ୍ ଜିଲ୍ଲାରେ କାର୍ଯ୍ୟକାରୀ…

ଦୁଇ ଦିନିଆ “ଓଡ଼ିଶା ସହରାଞ୍ଚଳ ସମ୍ମିଳନୀ ୨୦୨୫”

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ଦ୍ୱାରା ଆୟାଜିତ ଏକ  ଦୁଇ ଦିନିଆ  “ଓଡ଼ିଶା ସହରାଞ୍ଚଳ ସମ୍ମିଳନୀ ୨୦୨୫” ଭୁବନେଶ୍ୱରରେ ଉଦଘାଟିତ ହୋଇଛିI ଏଥିରେ ଓଡ଼ିଶାର ସହରଗୁଡ଼ିକୁ ସ୍ମାର୍ଟ, ସମାବେଶୀ ଏବଂ ସ୍ଥାଯ଼ୀ ସହରାଞ୍ଚଳ ଭବିଷ୍ୟତ ଦିଗରେ ଆଗେଇ ନେବାର ଲକ୍ଷ୍ୟ ରହିଛି। ଏହି ସମ୍ମିଳନୀ ହେଉଛି ଏକ ରଣନୈତିକ ପଦକ୍ଷେପ ଯାହା ୨୦୩୬ ସୁଦ୍ଧା ଏକ ବିକଶିତ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ଦୀର୍ଘକାଳୀନ ବିକାଶ ଲକ୍ଷ୍ୟ…

ନୂଆପଡ଼ା ଉପ-ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତି  ସମୀକ୍ଷା

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ବିଧାନସଭା ମଣ୍ଡଳୀରେ ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ  ଯୋଗେଶ ବହାଦୁର ଖୁରାନିଆ ପୋଲିସ ମୁଖ୍ୟାଳୟ ଠାରେ ପୋଲିସ୍ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତିକୁ  ସମୀକ୍ଷା କରିଛନ୍ତି।  ଡିଜିପି ଶ୍ରୀ ଖୁରାନିଆ ଏକ ଅବାଧ, ସ୍ୱଚ୍ଛ, ମୁକ୍ତ ଓ ନିରପେକ୍ଷ ଉପ-ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ।  ନିର୍ବାଚନ ଆଚରଣ ବିଧିର କଡାକଡି ଅନୂପାଳନ ଏବଂ ଭିଆଇପି ଓ ଭିଭିଆଇପିଙ୍କ ଗସ୍ତ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥା ପାଇଁ ଭାରତର…

ସମ୍ଭାବ୍ୟ ବର୍ଷାର ମୁକାବିଲା ନିମନ୍ତେ କୃଷି ବିଭାଗର ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ସମ୍ଭାବ୍ୟ ବର୍ଷା ଓ ଏହାର ମୁକାବିଲା ନିମନ୍ତେ କୃଷି ବିଭାଗର ଏକ ପ୍ରସ୍ତୁତି ବୈଠକ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କୃଷି ନିର୍ଦ୍ଦେଶକ ଶୁଭମ ସକ୍ସେନା, ଭାରତୀୟ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି, ଓୟୁଏଟି ଡିନ୍ ଡଃ. ପ୍ରସନ୍ନଜିତ୍ ମିଶ୍ର ମଧ୍ୟ ଯୋଗଦେଇଥିଲେ। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଏଯାବତ୍ ରାଜ୍ୟରେ ସମ୍ଭାବ୍ୟ ବାତ୍ୟାର କୌଣସି ସୂଚନା ନାହିଁ। କିନ୍ତୁ ଦକ୍ଷିଣ-ପଶ୍ଚିମ…

ହାଇପ୍ରେସର୍‌ ୱେଲଡିଂ ସମ୍ବନ୍ଧରେ ସୁରକ୍ଷା ସମ୍ପର୍କିତ ରାଜ୍ୟସ୍ତରୀୟ ତାଲିମ କର୍ମଶାଳା

ଭୁବନେଶ୍ୱର : ରାଜ୍ୟରେ କାରଖାନାମାନଙ୍କରେ ଉଭୟ ସୁରକ୍ଷିତ କାର୍ଯ୍ୟସ୍ଥଳୀ ଏବଂ ଶ୍ରମିକ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଉଥିବାରୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ମଞ୍ଜୁରୀ କ୍ରମେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟ ପକ୍ଷରୁ ଭିନ୍ନଭିନ୍ନ ସୁରକ୍ଷା ସମ୍ପର୍କିତ ପ୍ରସଙ୍ଗ ଉପରେ ତାଲିମ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇ ଆସୁଅଛି। ସେହି କ୍ରମରେ ରାଜ୍ୟରେ ପାୱାର୍‌ ପ୍ଲାଣ୍ଟ (ବଏଲର୍‌) ଗୁଡିକରେ ସୁରକ୍ଷିତ ଚଳନ, ରକ୍ଷଣାବେକ୍ଷଣ ଏବଂ ମରାମତିକୁ ଦୃଷ୍ଟିରେ ରଖି ରାଜ୍ୟ ଶ୍ରମ ପ୍ରତିଷ୍ଠାନ ଆନୁକୂଲ୍ୟରେ ପ୍ରତିଷ୍ଠାନ…

ରାଜ୍ୟସ୍ତରୀୟ କଳା ଉତ୍ସବ ୨୦୨୫

ଭୁବନେଶ୍ୱର: ରାଜ୍ୟସ୍ତରୀୟ କଳା ଉତ୍ସବ-୨୦୨୫ ବୁଧବାର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୬, ଭୁବନେଶ୍ୱର ପରିସରରେ ଉଦଘାଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓସେପା, ଅନନ୍ୟା ଦାସ‌ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶାର ବିଭିନ୍ନ ଜୋନରୁ ଆସିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ କଳା କ୍ଷେତ୍ରରେ ଓଡ଼ିଶାର ଅବଦାନ ସବୁବେଳେ ଅନନ୍ୟ ବୋଲି ମତବ୍ୟକ୍ତ କରିଛନ୍ତି। ଛାତ୍ରଛାତ୍ରୀମାନେ ଭିତରେ ଲୁଚିରହିଥିବା ଅନ୍ତର୍ନିହିତ ଗୁଣାବଳୀର ପ୍ରକାଶ ପାଇଁ ଏହି କାର୍ଯ୍ୟକ୍ରମ ଏକ…

ଦେଶବ୍ୟାପୀ ବିଶେଷ ସଘନ ସଂଶୋଧନ (SIR) ପ୍ରସ୍ତୁତି ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ

ଭୁବନେଶ୍ୱର: ଭାରତ ନିର୍ବାଚନ ଆୟୋଗ (ECI) ର ଦୁଇ ଦିନିଆ ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ସମ୍ମିଳନୀ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ଡେମୋକ୍ରାସି ଆଣ୍ଡ ଇଲେକ୍ଟୋରାଲ୍ ମ୍ୟାନେଜମେଣ୍ଟ (IIIDEM) ରେ ଆରମ୍ଭ ହୋଇଛି। ଏହି ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା ଆର ଏସ ଗୋପାଳନ), ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ ମିଶ୍ର, ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଡ଼ଃ ଲକ୍ଷ୍ମୀପ୍ରସାଦ ସାହୁ ପ୍ରମୁଖ ଯୋଗ ଦେଇଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ…

ଅନ୍ତର୍ଜାତୀୟ ଶ୍ରୀଅନ୍ନ ସମ୍ମିଳନୀର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ମାସ ୧୦ ଓ ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ଶ୍ରୀଅନ୍ନ ସମ୍ମିଳନୀ। ଏଥରର ଶୀର୍ଷକ ରହିଛି “ଅନ୍ତର୍ଜାତୀୟ ଶ୍ରୀଅନ୍ନ ସମ୍ମିଳନୀ ଓ କୃଷି ଐତିହ୍ୟରେ ମହିଳାଙ୍କ ଭାଗିଦାରୀ”। ଚଳିତ ଥର ମହିଳା ଚାଷୀଙ୍କ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇ ସ୍ୱତନ୍ତ୍ର ଅଧିବେଶନର ଆୟୋଜନ କରାଯାଉଛି । କୃଷିରେ ପୁରୁଷଙ୍କ ଭଳି ମହିଳାଙ୍କ ଭାଗିଦାରୀ ମଧ୍ୟ ଅନୁରୂପ ଅଟେ। ସେଇମାନେ ହିଁ ପ୍ରକୃତରେ ଆମର ପାରମ୍ପରିକ ଖାଦ୍ୟ ଶସ୍ୟର ସଂରକ୍ଷକ ଅଟନ୍ତି।…

ନାଟକ ‘ରାଷ୍ଟ୍ର ପୁରୁଷ ଅଟଳ’ ପରିବେଷଣ

ଭୁବନେଶ୍ୱର: ଭାରତ ରତ୍ନ ଅଟଳ ବିହାରୀଙ୍କ ଭଳି ରାଜନେତା ଭାରତୀୟ ରାଜନୀତିରେ ବିରଳ। ତାଙ୍କଭଳି ରାଷ୍ଟ୍ରନାୟକ ଯୁଗେ ଯୁଗେ ଦେଶବାସୀଙ୍କ ନିମନ୍ତେ ପ୍ରେରଣାଦାୟୀ ହୋଇ ରହିବେ। ଏଭଳି ଜଣେ ଉଜ୍ଜଳ ନକ୍ଷତ୍ରଙ୍କ ତ୍ୟାଗ, ନିଷ୍ଠା ଓ ଦେଶଭକ୍ତି ତଥା  ରାଷ୍ଟ୍ର ନିର୍ମାଣରେ ଅବଦାନ ପ୍ରତି ସେ ଚିରସ୍ମରଣୀୟ ହୋଇ ରହିବେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି।  ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ନୃତ୍ୟଧାମ…

‘ରପ୍ତାନୀ କ୍ଷେତ୍ରରେ ଆମ ପାଖରେ ବ୍ୟାପକ ସୁଯୋଗ ଅଛି’

ଭୁବନେଶ୍ଵର : ରପ୍ତାନୀ କ୍ଷେତ୍ରରେ ଆମ ପାଖରେ ବ୍ୟାପକ ସୁଯୋଗ ରହିଛି। ସୁଯୋଗ ସମ୍ପର୍କରେ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଅବଗତ ହେବା ଅତ୍ୟନ୍ତ ଜରୁରୀ। ଏହି ସୁଯୋଗର ସଦୁପଯୋଗ କରି ବିକଶିତ ଓଡ଼ିଶାର ସ୍ଵପ୍ନକୁ ସାକାର କରିବା ପାଇଁ ଉଦ୍ୟୋଗୀମାନେ ମଧ୍ୟ ଆଗେଇ ଆସିବା ଉଚିତ। ରପ୍ତାନି ଉନ୍ନୟନ ଓ ବାଣିଜ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ସ୍ଥାନୀୟ ନୟାପଲ୍ଲୀସ୍ଥିତ ରପ୍ତାନି ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ  “ସରକାରୀ ଅଧିକାରୀଙ୍କ ନିମନ୍ତେ ଯୋଜନା ସମ୍ବନ୍ଧୀୟ ଦକ୍ଷତା ବିକାଶ କର୍ମଶାଳା”ରେ ଏହି…