ଜଙ୍ଗଲ ଭୂମି ବିଭାଜନ: ଅଧିକାରୀମାନଙ୍କୁ ତ୍ୱରିତ ଅନୁମୋଦନ ଓ ନିର୍ଦ୍ଧାରିତ ସମୟସୀମା ଅନୁସରଣ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI), ଭାରତୀୟ ରେଳବାଇ, ଓପିଟିସିଏଲ (OPTCL), ଜିଏସଆଇ (GSI) ଓ ରିଲାୟନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌ (Reliance Jio Infocom Limited)ର ମୁଖ୍ୟ ଅବସ୍ଥାପନା ପ୍ରକଳ୍ପଗୁଡ଼ିକ ପାଇଁ ଜଙ୍ଗଲ ଭୂମି ବିଭାଜନ ଅନୁମୋଦନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଓ ଜଙ୍ଗଲ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକ ନିରାକରଣ ପାଇଁ ଏକ ସମନ୍ୱୟ ବୈଠକ ଗୃହ ବିଭାଗର ସମ୍ମିଳନୀ କକ୍ଷରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ…

‘ପରିବେଶ ସୁରକ୍ଷା ପାଇଁ ଆମକୁ ସମ୍ମିଳିତ ଭାବେ କାର୍ଯ୍ୟ କରବାକୁ ପଡ଼ିବ’

ଭୁବନେଶ୍ୱର: ବାଚସ୍ପତି ସୁରମା ପାଢ଼ୀ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ଓ ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀରେ ଯୋଗଦେବା ପାଇଁ ବାର୍ବାଡୋସ୍‌ ଗସ୍ତରେ ଯାଇଥିବାବେଳେ ବି୍ରଜ୍‌ଟାଉନ୍‌ଠରେ ‘ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ଦୀର୍ଘସ୍ଥାୟୀ ସମାଧାନର ପନ୍ଥା ନିର୍ଦ୍ଧାରଣ’ଓ ‘ଜାତୀୟ ସଂସଦ ବନାମ ପ୍ରାଦେଶିକ, ଆଞ୍ଚଳିକ ଓ ବିକଶିତ ବିଧାନସଭା କ୍ଷମତା ପୃଥକୀକରଣକୁ ସୁରକ୍ଷା ଓ ସଂରକ୍ଷଣ’ଶୀର୍ଷକ ଆଲୋଚନାରେ ନିଜର ଅଭିଭାଷଣ ଉପସ୍ଥାପନ କରି କହିଲେ ଯେ ଜଳବାୟୁ ପରିବର୍ତ୍ତନ ଓ ଏହାର ଦୀର୍ଘସ୍ଥାୟୀ କୁପ୍ରଭାବ…

ଉପମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ କଟନ ଆସୋସିଏସନ ଅଫ ଓଡ଼ିଶାର ସଦସ୍ୟ

ଭୁବନେଶ୍ୱର: କଟନ ଆସୋସିଏସନ ଅଫ ଓଡ଼ିଶାର ସଦସ୍ୟମାନେ କୃଷି ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ। ସାକ୍ଷାତ ଅବସରରେ କପା ଚାଷ ତଥା ବିପଣନ ବେଳେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ଉପମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ। ଉପମୁଖ୍ୟମନ୍ତ୍ରୀ…

‘ସମ୍ପୂର୍ଣ୍ଣ କ୍ରାନ୍ତିର ମହାନାୟକ ଥିଲେ ଜୟପ୍ରକାଶ’

ଭୁବନେଶ୍ୱର: ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଶହୀଦ ବାଜି ରାଉତ ମେମୋରିଆଲ୍‌ ଫାଉଣ୍ଡେସନ୍‌ର ମଳିତ ଆନୁକୂଲ୍ୟରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କର ପବିତ୍ର ଜୟନ୍ତୀ ଓ ଶହୀଦ ବାଜି ରାଉତଙ୍କ ଶ୍ରାଦ୍ଧଦିବସ ଜୟଦେବ ଭବନଠାରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଲେ ଯେ ଅନ୍ୟାୟ ଓ ଶୋଷଣ ବିରୁଦ୍ଧରେ ଜୟପ୍ରକାଶ ନାରାୟଣଙ୍କର ଜୀବନବ୍ୟାପୀ ସଂଗ୍ରାମ ତାଙ୍କୁ ଆଧୁନିକ ଭାରତର…

ପ୍ରଧାନମନ୍ତ୍ରୀଙ୍କ ଧନ ଧାନ୍ୟ ଯୋଜନା ଓ ଡାଲି ସ୍ବାବଲମ୍ବନ ମିଶନ କାର୍ଯ୍ୟକ୍ରମ ଆୟୋଜନ

ଭୁବନେଶ୍ୱର: ଅନ୍ନଦାତାଙ୍କ ସମ୍ମାନ, ସମୃଦ୍ଧ ରାଷ୍ଟ୍ରର ନିର୍ମାଣ ପାଇଁ ତା ୧୧.୧୦.୨୦୨୫ ରିଖରେ ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରର କୃଷକ ଭାଇ ଭଉଣୀଙ୍କ ପାଇଁ କୃଷି, ପଶୁପାଳନ, ମତ୍ସ୍ୟ ଚାଷ ଓ ଖାଦ୍ଯ ପ୍ରକ୍ରିୟାକରଣ କ୍ଷେତ୍ର ପାଇଁ ୪୨୦୦୦ କୋଟି ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ୧୧୦୦ ରୁ ଉର୍ଦ୍ଧ ପରିଯୋଜନାର ଶୁଭ ଉଦଘାଟନ ଆଭାସୀ ମାଧ୍ୟମରେ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି  ଯୋଜନା, ଡାଲି ସ୍ବାବଲମ୍ବନ ମିଶନର ମଧ୍ୟ ଶୁଭାରମ୍ଭ…

ସୁସ୍ଥ ସମାଜ ଗଠନ ଏବଂ ବିକାଶରେ ବରିଷ୍ଠ ନାଗରିକମାନଙ୍କ ଅବଦାନକୁ ମନେ ରଖିବାକୁ ହେବ

ଭୁବନେଶ୍ୱର: ସମାଜ ପ୍ରତି ବରିଷ୍ଠ ନାଗରିକମାନଙ୍କର ଅବାଦନକୁ ସ୍ୱୀକାର କରିବା ପାଇଁ ବରିଷ୍ଠ ନାଗରିକ ଦିବସ ସମର୍ପିତ ହୋଇଥିଲେ ମଧ୍ୟ ଆମକୁ ସବୁଦିନ ପାଇଁ ଏହି ଅବଦାନକୁ ମନେ ରଖିବାକୁ ହେବ। ଜ୍ଞାନ ଓ ଅଭିଜ୍ଞତାର ଅମୂଲ୍ୟ ଉତ୍ସ ହେଉଛନ୍ତି ବରିଷ୍ଠ ନାଗରିକ। ସୁସ୍ଥ ସମାଜ ଗଠନ ଏବଂ ଏହାର ବିକାଶରେ ବରିଷ୍ଠ ନାଗରିକମାନଙ୍କ ଅଭିଜ୍ଞତା ଓ ମାର୍ଗଦର୍ଶନ ବିଶେଷ ସହାୟକ ହୋଇଥାଏ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରକାଶ…

ଅଣ୍ଡା ଉତ୍ପାଦନର ଶକ୍ତି କେନ୍ଦ୍ର ହେବ ଓଡ଼ିଶା: ମନ୍ତ୍ରୀ

ଭୁବନେଶ୍ୱର : ଭରପୁର ପୋଷଣ ଥିବା ଖାଦ୍ୟ ହେଉଛି ଅଣ୍ଡା। ଏହା ଏକ ସମ୍ପୂର୍ଣ୍ଣ ଖାଦ୍ୟ। ସବୁଠାରୁ କମ ମୂଲ୍ୟରେ ମିଳୁଥିବା ଏହି ପ୍ରାଣୀଜ ଖାଦ୍ୟ ହେଉଛି ଶିଶୁଙ୍କ ଉତ୍ତମ ସ୍ଵାସ୍ଥ୍ୟର ଆଧାର ଓ ଗ୍ରାମୀଣ ଅର୍ଥନୀତିର ଉତ୍ସ। ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଲୋକସେବା ଭବନ କନଭେନସନ ସେଣ୍ଟରଠାରେ ଆୟୋଜିତ ରାଜ୍ୟସ୍ତରୀୟ “ବିଶ୍ଵ ଅଣ୍ଡା ଦିବସ”ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ତଥା ଅଣୁ,…

ଦୁର୍ଗମ ଅଞ୍ଚଳରେ ଲୋକଙ୍କ ଗମନାଗମନକୁ ସହଜ କରୁଛି ପିଏମ ଜନମନ୍

ଭୁବନେଶ୍ୱର : ଓଡ଼ିଶା ସରକାର ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (PM-JANMAN) ଅଧୀନରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଗ୍ରାମୀଣ ସଡ଼କ ପ୍ରକଳ୍ପର ନିର୍ମାଣ ସଫଳତାର ସହିତ ଶେଷ କରିଛନ୍ତି। ରାଜ୍ୟର ଦୂରଦୂରାନ୍ତ ଆଦିବାସୀ ଅଞ୍ଚଳରେ ଏହି ପ୍ରକଳ୍ପ ଆଖିଦୃଶିଆ ପରିବର୍ତ୍ତନ ଆଣିପାରିଛି। ରାୟଗଡା ଜିଲ୍ଲାର ତେଲଗୁଡୁଠାରୁ ତାରବେଲ ଗ୍ରାମ୍ୟ ଉନ୍ନୟନ ରାସ୍ତା ଏବଂ ଦେବଗଡ଼ ଜିଲ୍ଲାର ପୂର୍ତ୍ତ ରାସ୍ତାଠାରୁ ସିଆରହୁଲି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଯୋଗୁଁ ପ୍ରଥମ ଥର ପାଇଁ ସ୍ଥାନୀୟ ଲୋକଙ୍କୁ ନିରାପଦ ଏବଂ…

ଗ୍ରୀଡକୋ ସହ ରିନ୍ୟୁ ଇ-ଫୁଏଲସ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ମେସର୍ସ ଅଲଟ୍ରାଟେକ୍ ସିମେଣ୍ଟ୍ ଲିମିଟେଡ୍ ରିନେବୁଲ ଏନର୍ଜି ବ୍ୟାଙ୍କିଂ ପାଇଁ  ଚୁକ୍ତିନାମା ସ୍ୱାକ୍ଷରିତ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ଗ୍ରୀଡକୋ ସହ ମେସର୍ସ ରିନ୍ୟୁ ଇ-ଫୁଏଲସ୍ ପ୍ରାଇଭେଟ୍ ଲିମିଟେଡ୍ ୫୦ ମେଗାୱାଟ୍ ପାଇଁ ଏବଂ ମେସର୍ସ ଅଲଟ୍ରାଟେକ୍ ସିମେଣ୍ଟ୍ ଲିମିଟେଡ୍ ସହିତ ୬.୨୫ ମେଗାୱାଟ୍ ର ରିନେବୁଲ ଏନର୍ଜି ବ୍ୟାଙ୍କିଂ ପାଇଁ ଚୁକ୍ତିନାମା ସ୍ୱାକ୍ଷରିତ କରିଛନ୍ତି। ଓଡ଼ିଶାର ଅକ୍ଷୟ ଶକ୍ତି ଅନୁକୂଳ ଓ ଗ୍ରୀନ ହାଇଡ୍ରୋଜେନ୍ (ସବୁଜ ଆମୋନିଆ) ବ୍ୟବହାରକୁ ଆଗକୁ ବଢ଼ାଇବା, ଏକ ସ୍ଥାୟୀ ଏବଂ ସମୃଦ୍ଧ ଭବିଷ୍ୟତ…

୬୮ତମ ରାଜ୍ୟ ଗୋଷ୍ଠୀ ସଂସଦୀୟ ସଂଘ ଓ ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି

ଭୁବନେଶ୍ୱର : ବାଚସ୍ପତି ସୁରମା ପାଢ଼ୀ ୬ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀ ଓ ନବମ ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀରେ ଯୋଗଦେବା ପାଇଁ ବାର୍ବାଡୋସ୍‌ ଗସ୍ତରେ ଯାଇଥିବାବେଳେ ବି୍ରଜଟାଉନଠାରେ ‘ରାଜ୍ୟଗୋଷ୍ଠୀ ମଧ୍ୟରେ ଲିଙ୍ଗଗତ ସମ୍ବେଦନଶୀଳତା ଓ ସଂସଦଗୁଡ଼ିକୁ ସାକାର କରିବା ପାଇଁ ଭଲ ଅଭ୍ୟାସ ଓ ରଣନୀତି’ ଶୀର୍ଷକ ଆଲୋଚନାରେ ନିଜ ବକ୍ତବ୍ୟରେ କହିଲେ ଯେ ବିଶ୍ୱରେ ଭାରତ ଏକ ବୃହତ ଗଣତନ୍ତ୍ର ହୋଇ ମଧ୍ୟ ୧୯୯୫ରେ ପାର୍ଲାମେଣ୍ଟରେ ୧୫ ପ୍ରତିଶତ ମହିଳା ପ୍ରତିନିଧିତ୍ୱ କରୁଥିବାବେଳେ ଆଜି…