ରକ୍ତଦାନ, ଜୀବନ ଦାନ

ଭୁବନେଶ୍ୱର : ଅନ୍ତର୍ଜାତୀୟ ସ୍ଵେଚ୍ଛାକୃତ ରକ୍ତଦାନ ଦିବସ ଅବସରେ ଲୋଇସିଂହା ଠାରେ ଆୟୋଜିତ ‘ରକ୍ତଦାନ ଶିବିର’ରେ ନିଜେ ସ୍ୱାସ୍ଥ୍ୟ ମନ୍ତ୍ରୀ ରକ୍ତଦାନ କରି ଏହି ବିଶାଳ ଅଭିଯାନରେ ସାମିଲ ହୋଇଛନ୍ତି।  ଏହି ଦିନରେ ସମାଜର ହିତ ଏବଂ ଅନ୍ୟର ବହୁମୂଲ୍ୟ ଜୀବନ ବଞ୍ଚାଇବା ପାଇଁ ଆଗେଇ ଆସିଥିବା ସମସ୍ତ ରକ୍ତଦାତା ମାନଙ୍କୁ ସାଧୁବାଦ ଜଣାଇଛନ୍ତି ମନ୍ତ୍ରୀ। ଆଗାମୀ ଦିନରେ ଏହା ଆହୁରି ବିଶାଳ ରୂପ ନେଉ ଏବଂ ଅଧିକରୁ ଅଧିକ ବ୍ୟକ୍ତି ରକ୍ତଦାତା ଭାବେ ଆଗେଇ ଆସନ୍ତୁ…

ବନ୍ଦର ଭିତ୍ତିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେଲେ ପ୍ରମୁଖ ସଚିବ

ଭୁବନେଶ୍ବର : ଭାରତ ସାମୁଦ୍ରିକ ସପ୍ତାହ ୨୦୨୫ ରେ ଓଡ଼ିଶାର ଅଂଶଗ୍ରହଣ ଉପରେ ଏକ ପ୍ରସ୍ତୁତି ବୈଠକ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଦ୍ଵାରା ଆହୁତ ହୋଇଥିଲା। ପାରାଦୀପ ବନ୍ଦର, ଧାମରା ବନ୍ଦର, ଗୋପାଳପୁର ବନ୍ଦର, ସୁବର୍ଣରେଖା ବନ୍ଦରର ବରିଷ୍ଠ ଅଧିକାରୀ ଏବଂ ସମ୍ପୃକ୍ତ ବିଭାଗ ଓ ଏଜେନ୍ସିର ପ୍ରତିନିଧିମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ। ପ୍ରାରମ୍ଭରେ, ଶ୍ରୀମତୀ ପାଢ଼ୀ ଏକ ପ୍ରମୁଖ ଜାତୀୟ କାର୍ଯ୍ୟକ୍ରମ ଭାବରେ ଭାରତ…

‘ପୂର୍ବୋଦୟ’ ପରିକଳ୍ପନା କେନ୍ଦ୍ରରେ ଓଡ଼ିଶା ରହିଛି

ଝାରସୁଗୁଡା : ଝାରସୁଗୁଡ଼ାର ଏହି ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ ଠିକ୍‌ ଆଠ ବର୍ଷ ପୂର୍ବେ, ସେପ୍ଟେମ୍ବର ୨୨ ତାରିଖରେ ଲୋକାର୍ପିତ ହୋଇଥିଲା। ଆଜି, ଏହି ଏୟାରପୋର୍ଟ, ଓଡ଼ିଶାକୁ ବିଶେଷକରି ପଶ୍ଚିମ ଓଡ଼ିଶାର ବିକାଶର ଗତିକୁ ତ୍ୱରାନ୍ୱିତ କରିଛି। କିଛିଦିନ ପୂର୍ବେ ସମଗ୍ର ଦେଶ, ହର୍ଷ-ଉଲ୍ଲାସର ସହିତ, ଆପଣଙ୍କର ଜନ୍ମଦିବସ ପାଳନ କରିଥିଲା। ଏହା କେବଳ ଏକ ଜନ୍ମଦିବସ ଉତ୍ସବ ନଥିଲା, ବରଂ ଏହା ଥିଲା ଦେଶ ପ୍ରତି ଆପଣଙ୍କର ପଚାଶ ବର୍ଷରୁ ଅଧିକ ସମୟଧରି, ଅତୁଟ…

ଜାତୀୟ ମଧ୍ୟସ୍ଥତା ସମ୍ମିଳନୀ : ଭାରତରେ ମଧ୍ୟସ୍ଥତା ବ୍ୟବସ୍ଥାକୁ ସୁଦୃଢ଼ କରିବା ସଂପର୍କରେ ଆଲୋଚନା

ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ୨-ଦିନିଆ ଜାତୀୟ ମଧ୍ୟସ୍ଥତା ସମ୍ମିଳନୀର ଦ୍ୱିତୀୟ ଦିନର  ଦ୍ୱିତୀୟ ଅଧିବେଶନରେ  “ଭାରତରେ ମଧ୍ୟସ୍ଥତା ବ୍ୟବସ୍ଥାକୁ  ସୁଦୃଢ଼ କରିବା ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ଅଧିବେଶନରେ କ୍ଷେତ୍ର-ନିର୍ଦ୍ଦିଷ୍ଟ ଭିତ୍ତିରେ ମଧ୍ୟସ୍ଥତା ଏବଂ  ଦକ୍ଷତା ଓ ଫଳାଫଳ ଆଧାରିତ ପ୍ରକ୍ରିୟା-କୈନ୍ଦ୍ରିକ  ମଧ୍ୟସ୍ଥତା  ବିଷୟରେ ଆଲୋଚନା କରାଯାଇଥିଲା।  ନ୍ୟାୟମୂର୍ତ୍ତି ବି.ଭି. ନାଗରତ୍ନା, ନ୍ୟାୟାଧୀଶ, ସୁପ୍ରିମ କୋର୍ଟ ଏହି ଅଧିବେଶନରେ  ଅଧ୍ୟକ୍ଷତା କରିଥିଲେ। ସହ-ଅଧ୍ୟକ୍ଷ ଭାବେ ନ୍ୟାୟମୂର୍ତ୍ତି ଏନ୍. କୋଟିଶ୍ୱର ସିଂହ, ନ୍ୟାୟାଧୀଶ, ସୁପ୍ରିମ କୋର୍ଟ  ଓ…

ରାଜ୍ୟ ଔଷଧୀୟ ଉଦ୍ଭିଦ ବୋର୍ଡର ଷଷ୍ଠ କାର୍ଯ୍ୟନିର୍ବାହୀ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର : ରାଜ୍ୟରେ ଔଷଧୀୟ ଉଦ୍ଭିଦର ସୁରକ୍ଷା, ଚାଷ, ପ୍ରଚାର ଓ ବାଣିଜ୍ୟୀକରଣକୁ ଉନ୍ନତ କରିବାରେ କାର୍ଯ୍ୟରତ ରାଜ୍ୟ ଔଷଧୀୟ ଉଦ୍ଭିଦ ବୋର୍ଡର ଷଷ୍ଠ କାର୍ଯ୍ୟନିର୍ବାହୀ ବୈଠକ ଲୋକସେବା ଭବନସ୍ଥ  ଗୃହ ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏହି ବୈଠକରେ ଅଧ୍ୟକ୍ଷତା କରି କହିଲେ ଯେ ରାଜ୍ୟ ଔଷଧୀୟ ଉଦ୍ଭିଦ ବୋର୍ଡ ଓଡ଼ିଶାର ସମୃଦ୍ଧ ଔଷଧୀୟ…

ସ୍ଵଚ୍ଛତା ଏକ ଅଭିଯାନ ନୁହେଁ, ଏହା ଆନ୍ଦୋଳନ : ମନ୍ତ୍ରୀ

ଭୁବନେଶ୍ୱର : ସ୍ୱଚ୍ଛତା ବିନା ସୁସ୍ଥ ପରିବେଶ, ସୁସ୍ଥ ସମାଜ ଓ ସୁସ୍ଥ ରାଷ୍ଟ୍ର ଗଠନ ଅସମ୍ଭବ। ସ୍ଵଚ୍ଛତା ଏକ ଅଭିଯାନ ନୁହେଁ, ଏହା ଏକ ଆନ୍ଦୋଳନ ବୋଲି କହିଛନ୍ତି ମାନ୍ୟବର ସମବାୟ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ। ସ୍ଥାନୀୟ ମାର୍କେଟ ବିଲ୍ଡିଂ ସ୍ଥିତ ରାଜ୍ୟ ସମବାୟ ବ୍ୟାଙ୍କଠାରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହା କହିଛନ୍ତି।“ଏକ୍ ଦିନ, ଏକ୍ ଘଣ୍ଟା, ଏକ୍ ସାଥ୍”ସ୍ଲୋଗାନ ନେଇ ସମବାୟ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ‘ସ୍ୱଚ୍ଛତା…

ଏସୀୟ ଟେବୁଲ ଟେନିସ୍‌ ଟିମ୍ ଚାମ୍ପିୟନସିପ୍ ପ୍ରତିଯୋଗିତାରେ ଭାଗନେବେ ୨୨ ଦେଶର କ୍ରୀଡ଼ାବିତ୍‌

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଏସୀୟ ଟେବୁଲ ଟେନିସ୍‌ ଟିମ୍ ଚାମ୍ପିୟନସିପ୍ ପ୍ରତିଯୋଗିତାର ଆୟୋଜନ କରାଯିବ। ଅକ୍ଟୋବର ମାସ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍ ଆଥଲେଟିକ୍ସ ସେଣ୍ଟର ଠାରେ ୨୮ତମ ଆଇଆଇଟିଏଫ-ଏଟିଟିୟୁ ଏସୀୟ ଟେବୁଲ ଟେନିସ୍‌ ଟିମ୍ ଚାମ୍ପିୟନସିପ-୨୦୨୫ (28th ITTF-ATTU Asian Table Tennis Team Championships 2025) ର ଆୟୋଜନ କରାଯିବ। ଅନ୍ତର୍ଜାତୀୟ ଟେବୁଲ ଟେନିସ୍‌ ମହାସଂଘ, ଭାରତୀୟ ଟେବୁଲ ଟେନିସ୍‌ ମହାସଂଘ, ଏସିଆନ୍‌ ଟେବୁଲ ଟେନିସ୍‌…

ଜଗନ୍ନାଥ ଚେତନା ଉପରେ ଓଡ଼ିଆ ଭର୍ଚୁଆଲ୍‍ ଏକାଡେମୀର ଆଲୋଚନାଚକ୍ର

ଭୁବନେଶ୍ୱର: ଓଡ଼ିଆ ଭର୍ଚୁଆଲ୍‍ ଏକାଡେମୀ ପରିସରରେ ଗୁରୁବାର ଜଗନ୍ନାଥ ଚେତନା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଜଗନ୍ନାଥ ତତ୍ତ୍ଵର ବିଭିନ୍ନ ଦିଗ ଉପରେ ବିଶିଷ୍ଟ ବ୍ୟକ୍ତିମାନେ ଆଲୋକପାତ କରିଥିଲେ। ଆଧ୍ୟାତ୍ମିକତା, ବିଶେଷକରି ଜଗନ୍ନାଥ ଚେତନା ପ୍ରତି ଭବିଷ୍ୟତ ପିଢ଼ିକୁ ଆକୃଷ୍ଟ କରିବା ଏବଂ ଓଡ଼ିଆ ଡାଟାସେଟ ପ୍ରସ୍ତୁତ କରି ଇଣ୍ଟର୍‍ନେଟ୍‍ରେ ଉପଲବ୍ଧ କରାଇବା ଲକ୍ଷ୍ୟ ନେଇ ଏହି ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ଏହି ଅବସରରେ ଜଗନ୍ନାଥ ତତ୍ତ୍ଵର କ୍ରମବିକାଶ, ନବକଳେବର, ତିନି ଠାକୁରଙ୍କ ବେଶ, ଛପନ…

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ପାଠକ ଓ ପାଠିକାମାନଙ୍କ ନିମନ୍ତେ ବକ୍ତୃତା ପ୍ରତିଯୋଗିତାର ଆୟୋଜନ

ଭୁବନେଶ୍ୱର: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ପରିସରରେ ପାଠକ ଓ ପାଠିକାମାନଙ୍କ ନିମନ୍ତେ ସେବାପକ୍ଷ ଉପଲକ୍ଷେ ଏକ ବକ୍ତୃତା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହାର ମୂଳଲକ୍ଷ୍ୟ ଯେ ପାଠାଗାରରେ ଅଧ୍ୟୟନ କରୁଥିବା ପାଠକ ଓ ପାଠିକାମାନେ ରାଜ୍ୟ ସ୍ତରୀୟ ଓ ସର୍ବ ଭାରତୀୟ ସ୍ତରୀୟ ପ୍ରତିଯୋଗିତାମୂଳକ ପରୀକ୍ଷାରେ ବହୁଭାବେ କୃତକାର୍ଯ୍ୟ ହୋଇ ରାଜ୍ୟ ପାଇଁ ସୁନାମ ଅର୍ଜନ କରିବେ। ଏହି କାର୍ଯ୍ୟକ୍ରମ ଗ୍ରନ୍ଥାଗାରରେ ବିଶେଷ ଉତ୍ସାହ…

ମକା ବିପଣନକୁ ସୁଦୃଢ କରିବା ପାଇଁ ଦଶଟି କୃଷକ ଉତ୍ପାଦକ ସଂଗଠନ ଓ ମକା କ୍ରେତାଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ମକା ମିଶନ (MMM) ଅଧୀନରେ ପ୍ରଥମ “ରାଜ୍ୟସ୍ତରୀୟ ପରାମର୍ଶ କର୍ମଶାଳା”କୃଷି ଭବନ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ  ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏହି କର୍ମଶାଳାକୁ ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ ଅଧିବେଶନରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ଼ ପ୍ରଭାତ କୁମାର ରାଉଳ, ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଚକ୍ରବର୍ତୀ ସିଂହ ରାଠୋର ଓ ମିଶନ ଶକ୍ତିର ନିର୍ଦ୍ଦେଶିକା ଡ଼ ମୋନିକା…