ବର୍ଜ୍ୟରୁ ସମ୍ପଦ: ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବ ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା ଅର୍ବାନ୍ ଏକାଡେମୀଠାରେ ଫେକାଲ୍ ସ୍ଲଜ୍ ଏବଂ ସେପ୍ଟେଜ୍ ପରିଚାଳନା (FSSM) ଉପରେ ଏକ ଶିକ୍ଷଣ ଭିତ୍ତିକ କର୍ମଶାଳା ଆୟୋଜିତ ହୋଇଯାଇଛି। ଏଥିରେ ରାଜ୍ୟର ସହରାଞ୍ଚଳ ପରିମଳ ବ୍ୟବସ୍ଥାର ସୁଦୃଢୀକରଣ ପାଇଁ ତ୍ରିପାକ୍ଷିକ ବୁଝାମଣା ସ୍ବାକ୍ଷରିତ ହୋଇଛି। TSU-FSSM ଏବଂ ‘ଦସ୍ରା’ (Dasra)ର ସହଯୋଗରେ ଆୟୋଜିତ ଏହି କର୍ମଶାଳାରେ ବରିଷ୍ଠ ପଦାଧିକାରୀ, କ୍ଷେତ୍ର ବିଶେଷଜ୍ଞ ଏବଂ ପ୍ରମୁଖ ସହଯୋଗୀମାନେ ଯୋଗ ଦେଇ ଓଡ଼ିଶାର…

ଦୁଇଟି ପର୍ଯ୍ୟାୟରେ ପ୍ରଶିକ୍ଷଣ ନେବେ ୨୪୦ ଜଣ ପିଜିଟି

ଭୁବନେଶ୍ୱର :  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ନିମନ୍ତେ ଦିଗଦର୍ଶନ କର୍ମଶାଳାର ଆୟୋଜନ କରାଯାଇଛି। ଶିରିପୁରସ୍ଥିତି ଇମେଜ୍ ଠାରେ ପ୍ରାୟ ୨୪୦ ଜଣ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ନେଇ ଦିଗଦର୍ଶନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଉଦଘାଟନୀ ଅଧିବେଶନରେ ବ୍ରହ୍ମପୁର ଉଚ୍ଚ ମାଧ୍ୟମିକ ଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ସେଠୀ,…

ଗୁଆହାଟୀରେ ଓଡ଼ିଶାର କଳା, ସଂସ୍କୃତି ଓ ପର୍ଯ୍ୟଟନର ଭବ୍ୟ ପ୍ରଦର୍ଶନୀ ସମାପ୍ତ

ଗୁଆହାଟୀ/ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ରାଡିସନ୍ ବ୍ଲୁ ହୋଟେଲଠାରେ ଆୟୋଜିତ ତ୍ରିଦିବସୀୟ ‘ଓଡ଼ିଶା ପର୍ବ ୨୦୨୬’ ସଫଳତାର ସହ ସମାପ୍ତ ହୋଇଛି। ଏହି କାର୍ଯ୍ୟକ୍ରମ ଓଡ଼ିଶା ଏବଂ ଉତ୍ତର-ପୂର୍ବ ଭାରତ ମଧ୍ୟରେ ସାଂସ୍କୃତିକ ସମ୍ପର୍କ, ପ୍ରବାସୀ ଓଡ଼ିଆଙ୍କ ସହ ସଂଯୋଗ ଏବଂ ପର୍ଯ୍ୟଟନ ଓ ବ୍ୟବସାୟିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ୩୦ ଜାନୁଆରୀ ୨୦୨୬ରେ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ଏବଂ ପ୍ରଦର୍ଶନୀ ମଣ୍ଡପର ଉଦଘାଟନ ସହିତ…

ମହିଳା ନେତୃତ୍ୱ ଓ ଦକ୍ଷତା ଭିତ୍ତିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ

ହାଇଦ୍ରାବାଦ/ଭୁବନେଶ୍ବର :  ହାଇଦ୍ରାବାଦର ବେଗୁମପେଟ୍ ଠାରେ ଆୟୋଜିତ ଏସିଆର ସବୁଠାରୁ ବଡ଼ ବେସାମରିକ ବିମାନ ଚଳାଚଳ କାର୍ଯ୍ୟକ୍ରମ ‘ୱିଙ୍ଗସ ଇଣ୍ଡିଆ ୨୦୨୬’ରେ ଓଡ଼ିଶା ସରକାର ଅଂଶଗ୍ରହଣ କରିଛନ୍ତି। ଭାରତର ବିମାନ ଚଳାଚଳ କ୍ଷେତ୍ରରେ ରାଜ୍ୟର ବଢୁଥିବା ଭୂମିକାକୁ ପ୍ରତିଫଳିତ କରି ଏହି ପାଭିଲିୟନର ବିଷୟବସ୍ତୁ “ଓଡ଼ିଶା ଟେକ୍ସ ଫ୍ଲାଇଟ୍” (Odisha Takes Flight) ରଖାଯାଇଛି। ଓଡ଼ିଶା ଷ୍ଟଲରେ ପରିଦର୍ଶକମାନେ ଅନୁଭବ କରୁଛନ୍ତି ଯେ କିଭଳି ପ୍ରଗତିଶୀଳ ନୀତି, ଆଞ୍ଚଳିକ ଓ ଆନ୍ତର୍ଜାତୀୟ ଯୋଗାଯୋଗର ସମ୍ପ୍ରସାରଣ, ଦକ୍ଷତା ବିକାଶ…

‘ପାର୍କରେ ସ୍ଥାପିତ କୌଣସି ପ୍ରତିମୂର୍ତ୍ତିର ଅସମ୍ମାନ ସହିବେନି ସରକାର’

ଭୁବନେଶ୍ୱର : ରାଜ୍ୟର ସହରାଞ୍ଚଳରେ ଜୀବନଧାରଣର ମାନ ବୃଦ୍ଧି ଏବଂ ସର୍ବସାଧାରଣ ସମ୍ପତ୍ତିର ସୁରକ୍ଷା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର। କେବଳ ଭୁବନେଶ୍ୱର କିମ୍ବା କଟକ ନୁହେଁ, ବରଂ ଓଡ଼ିଶାର ସମସ୍ତ ପୌରାଞ୍ଚଳରେ (ULBs) ଥିବା ପାର୍କଗୁଡ଼ିକର ସୌନ୍ଦର୍ଯ୍ୟକରଣ ଏବଂ ସାମଗ୍ରିକ ଉନ୍ନତି ପାଇଁ ଏକ ସମୟବଦ୍ଧ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ବିଭାଗୀୟ କାର୍ଯ୍ୟର ସମୀକ୍ଷା…

ଓଡ଼ିଶା ପକ୍ଷରୁ କୃଷି କ୍ଷେତ୍ରରେ ମରୁଡ଼ି ପ୍ରଶମନ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଆୟୋଜିତ କର୍ମଶାଳାରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (NDMF) ଅନ୍ତର୍ଗତ ଓଡ଼ିଶା କୃଷି ମରୁଡ଼ି ପ୍ରଶମନ କାର୍ଯ୍ୟକ୍ରମର (OADMP) ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ମରୁଡ଼ି ପ୍ରବଣ ଜିଲ୍ଲାଗୁଡ଼ିକରେ ଜଳବାୟୁ ସ୍ଥିରତା ଆଣିବା, ଉତ୍ପାଦନରେ ବୃଦ୍ଧି ଓ ଫସଲ ବିବିଧିକରଣକୁ ପ୍ରୋତ୍ସାହିତ କରିବା। କୃଷି ଓଡ଼ିଶା – ୨୦୨୬ ଅବସରରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। କୋମନା (ନୂଆପଡ଼ା), କୋଷାଗୁମୁଡା (ନବରଙ୍ଗପୁର),…

ସଂସ୍କୃତି ଓ ବିକାଶ ପରସ୍ପର ପରିପୂରକ: ରାଜ୍ୟପାଳ

ଭୁବନେଶ୍ୱର: ସଂସ୍କୃତି ଓ ବିକାଶ  ପରସ୍ପର ବିରୋଧୀ ନୁହନ୍ତି ବରଂ ପରସ୍ପର ପରିପୂରକ ବୋଲି ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତିI ଶୁକ୍ରବାର ଦିନ ମୟୁରଭଞ୍ଜ ସାଂସ୍କୃତିକ ସଂଘ ଆନୁକୂଲ୍ୟରେ ରାଜଧାନୀ ଭୁବନେଶ୍ୱରସ୍ଥିତ ଉତ୍କଳ ମଣ୍ଡପଠାରେ ଆୟୋଜିତ ତିନିଦିନିଆ ମୟୁରଭଞ୍ଜ ଉତ୍ସବକୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରି ରାଜ୍ୟପାଳ ଏହା କହିଛନ୍ତିI ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ମୟୂରଭଞ୍ଜ ଉତ୍ସବ ଭଳି ଉତ୍ସବଗୁଡ଼ିକ ଅତୀତ ଓ ଭବିଷ୍ୟତ ମଧ୍ୟରେ…

କବି ସମ୍ରାଟଙ୍କ ଜୟନ୍ତୀକୁ ରାଜ୍ୟ ଉତ୍ସବ ଭାବେ ପାଳନ କରାଯିବ

ଭୁବନେଶ୍ୱର: ଗୋପାଳପୁର ମହୋତ୍ସବ ହେଉଛି ଇତିହାସ, ପରମ୍ପରା, ସଂସ୍କୃତି ଓ ପ୍ରକୃତିର ଏକ ସୁନ୍ଦର ସମନ୍ୱୟ। ଏହି ମହୋତ୍ସବ ମାଧ୍ୟମରେ ଆମେ ଓଡ଼ିଶାର ଅନନ୍ୟତା, ଗଞ୍ଜାମର ଗରିମା ଓ ଆମ ସଂସ୍କୃତିର ଜୀବନ୍ତ ଐତିହ୍ୟକୁ ଉତ୍ସବରେ ପରିଣତ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋପାଳପୁର ବେଳାଭୂମି ମହୋତ୍ସବ ୨୦୨୬ର ଉଦ୍‌ଯାପନୀ ଅବସରରେ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ୪୯୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।…

ଜାତିର ଜନକଙ୍କୁ ଶ୍ରଦ୍ଧାସୁମନ

ଭୁବନେଶ୍ୱର : ମହାତ୍ମା ଗାନ୍ଧୀଙ୍କ ନାମ କାନରେ ବାଜିଲେ, ମନ ଓ ହୃଦୟରେ ସତ୍ୟ ଓ ଅହିଂସା ଭାବ ସ୍ୱତଃ ଉଦ୍ରେକ ହୋଇଥାଏ। ଗାନ୍ଧିଜୀ ଥିଲେ ସତ୍ୟ ଓ ଅହିଂସାର ନିଷ୍ଠାପର ପୂଜାରୀ ଓ ସାଧକ, ଖୁବ୍‌ ଉଚ୍ଚମନା, ଦେଶପ୍ରେମୀ, ସେବକ ଓ ତ୍ୟାଗୀ। ସତ୍ୟ ପ୍ରତି ଆଗ୍ରହ ଓ ଅସତ୍ୟ ପ୍ରତି ଉପେକ୍ଷା-ଅସହଯୋଗ ତାଙ୍କର ପ୍ରଚଣ୍ଡ ଆତ୍ମଶକ୍ତିର ଅଭିବ୍ୟକ୍ତି। ଗାନ୍ଧିଜୀ ଏହି ମହାନ୍‌ ସମର ତୁରୀ ବଜାଇ ତତ୍କାଳୀନ ଶାସକ ଗୋଷ୍ଠୀର ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲେ।…

ସାମାଜିକ ଭେଦଭାବ ନ ରଖିବାକୁ ସ୍ପର୍ଶ କୁଷ୍ଠ ସଚେତନତା ଶପଥ ପାଠ

ଭୁବନେଶ୍ୱର : କୁଷ୍ଠରୋଗ ସହଜରେ ଚିହ୍ନଟ ହେବା ସହିତ ସହଜରେ ଚିକିତ୍ସା ହୋଇପାରୁଛି। କୁଷ୍ଠ ରୋଗକୁ ଠିକ୍ ସମୟରେ ଚିହ୍ନଟ ଓ ଚିକିତ୍ସା କରାଗଲେ ଜଣେ ସଂପୂର୍ଣ୍ଣ ସୁସ୍ଥ ହୋଇପାରିବ। ସାମାଜିକ ସହଯୋଗ ଓ ସଚେତନତା ମାଧ୍ୟମରେ କୁଷ୍ଠ ରୋଗକୁ ହରାଯାଇପାରିବ। ସମ୍ବର୍ଦ୍ଧିତ ଡାକ୍ତର ଏବଂ ଆଶା କର୍ମୀ ମାନେ କଠିନ ପରିଶ୍ରମ ବଳରେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିବା ସହ ଏହି ମହତ୍ଵ ଉଦ୍ଦେଶ୍ୟରେ ଅନ୍ୟକୁ ସାମିଲ କରିବାକୁ ପ୍ରୋତ୍ସାହିତ କରିବେ। ରାଜ୍ୟର ୧୫…