ଖୁବ ଶୀଘ୍ର ହେବ ପରୀକ୍ଷା ମୂଳକ ଧାଡି ଦର୍ଶନ ବ୍ୟବସ୍ଥା

ଭୁବନେଶ୍ୱର: ଶ୍ରୀମନ୍ଦିର ପରିଚାଳନା ନେଇ ଦୁଇଟି ବଡ଼ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି  ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନI ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତିଯେ ଧାଡି ଦର୍ଶନ ନେଇ ଯେଉଁ ସମସ୍ୟା ଥିଲା ତାହା ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି କ୍ରମେ ଦୂର ହୋଇଛିI ଶ୍ରୀମନ୍ଦିର ଭିତରେ ଥିବା ହୁଣ୍ଡି ଯୋଗୁଁ ଧାଡ଼ିଦର୍ଶନ ସମ୍ଭବ ହୋଇପାରୁନଥିଲାI ତେଣୁ ହୁଣ୍ଡି ସ୍ଥାନାନ୍ତରଣ ନେଇ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛିI ଶ୍ରୀମନ୍ଦିର ପ୍ରଶାସନ…

ପିଜିଟି ଶିକ୍ଷକଙ୍କ ପାଞ୍ଚ ଦିନିଆ ଦକ୍ଷତା ବିକାଶ କର୍ମଶାଳା ଆୟୋଜନ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ଇଂରାଜୀ ବିଷୟର ସ୍ନାତକୋତ୍ତର ବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ପାଇଁ ୫ ଦିନିଆ ଦକ୍ଷତା ବିକାଶ କର୍ମଶାଳା ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଠାରେ ଆୟୋଜିତ କରାଯାଇଛି। ଏହି ପ୍ରଶିକ୍ଷଣରେ ୫୦ ଜଣ ପିଜିଟି (ଇଂରାଜୀ) ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି। ଉଦଘାଟନୀ ଅଧିବେଶନରେ ବିଦ୍ୟାଳୟ  ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ, …

୨୫,୦୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପୁଞ୍ଜି ବିନିଯୋଗରେ କାର୍ଯ୍ୟକାରୀ ହେଲା ନୂତନ ଶିଳ୍ପ ପ୍ରକଳ୍ପ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓୟୁଏଟି ସ୍ଥିତ କନ୍ଭେନସନ ସେଣ୍ଟର ଠାରେ ଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ୧୨ଟି ଜିଲ୍ଲାରେ ସମୁଦାୟ ୨୭ଟି ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରି ଓଡ଼ିଶାର ଶିଳ୍ପ ଇତିହାସରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡିଛନ୍ତି। ସୂଚନାଯୋଗ୍ୟ ଯେ ୨୭ ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବାପାଇଁ ସମୁଦାୟ ୨୫ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପୁଞ୍ଜି ବିନିଯୋଗ କରାଯାଉଛି ଏବଂ ଏହାଦ୍ୱାରା ୫୨ ହଜାରରୁ ଅଧିକ ଯୁବକ ଯୁବତୀଙ୍କ ପାଇଁ…

ବ୍ୟାପକ ଇଭି ବ୍ୟବହାର ଏବଂ ସବୁଜ ପଦକ୍ଷେପକୁ ଗୁରୁତ୍ୱ ଦେବା ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

ଭୁବନେଶ୍ୱର: ସାମ୍ପ୍ରତିକ ସମୟରେ ରାଜ୍ୟର ଦ୍ରୁତ ଗତିରେ ବଢୁଥିବା ସହରଗୁଡ଼ିକରେ ନାଗରିକମାନଙ୍କୁ ବିଦ୍ୟୁତ୍ ଯାନ (EV) ର ବ୍ୟାପକ ବ୍ୟବହାର ଏବଂ ଏହା ଦ୍ୱାରା ପ୍ରଦୂଷଣ ଏବଂ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ କରିବାରେ ସେମାନଙ୍କର ଭୂମିକା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଛନ୍ତିI ସୋମବାର ଭୁବନେଶ୍ୱରଠାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ୪୨ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତିI ଏହି ସମାରୋହରେ ରାଜ୍ୟପାଳ ଉଦବୋଧନ ଦେଇ…

ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକ

ଭୁବନେଶ୍ୱର: ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ୦୧.୦୭.୨୦୨୫କୁ ଯୋଗ୍ୟତା ତାରିଖ ରଖି, ଓଡ଼ିଶାର ୭୧-ନୂଆପଡ଼ା ବିଧାନସଭା ମଣ୍ଡଳୀର ଆସନ୍ନ ଉପ-ନିର୍ବାଚନ ପାଇଁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR) ସମ୍ପର୍କରେ ଭୁବନେଶ୍ୱରରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସ୍ୱୀକୃତିପ୍ରାପ୍ତ ସମସ୍ତ ରାଜନୈତିକ ଦଳଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ଏସ. ଗୋପାଳନ ସ୍ୱୀକୃତିପ୍ରାପ୍ତ ସମସ୍ତ ରାଜନୈତିକ ଦଳମାନେ ଯେତେ ଶୀଘ୍ର ସମ୍ଭବ ସେତେ ଶୀଘ୍ର ବୁଥ ସ୍ତରୀୟ ଏଜେଣ୍ଟ ନିଯୁକ୍ତ କରି…

ଆଧୁନିକ ଜ୍ଞାନ କୌଶଳ, କୃତ୍ରିମ ବୁଦ୍ଧିମତା ଓ ନିର୍ମାଣର ସ୍ଥାୟୀତ୍ୱ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଆଜିର ଯୁଗ ହେଉଛି ଟେକନୋଲୋଜିର ଯୁଗI ଯେଉଁ ଦେଶ ଟେକନୋଲୋଜିରେ ଯେତେ ଆଗୁଆ ସେ ଦେଶ ସେତେ ମାତ୍ରାରେ ପ୍ରଗତିଶୀଳI ଆଜିର ଦଶକରେ ଭାରତ ଆଧୁନିକ ଜ୍ଞାନକୌଶଳ ଓ ଟେକନୋଲୋଜି କ୍ଷେତ୍ରରେ ବେଶ ଆଗରେ ପହଂଚି ପାରିଛି I ତେଣୁ କୋଠାବାଡି, ରାସ୍ତା ତଥା ସେତୁ ନିର୍ମାଣରେ ରାଜ୍ୟର ଇଞ୍ଜିନିୟର ମାନେ ନୂଆ ଟେକନୋଲୋଜି, ନୂଆ ଡିଜାଇନ ଏବଂ କୃତ୍ରିମ ବୁଦ୍ଧିମତାକୁ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ…

‘ପରିବେଶ ଅନୁକୂଳ ଭିତ୍ତିଭୂମିକୁ ଦିଆଯିବ ବାସ୍ତବ ରୂପ’

ଭୁବନେଶ୍ୱର: ବିଭିନ୍ନ ପ୍ରକାର ବିକାଶ ମୂଳକ ନିର୍ମାଣ କାର୍ଯ୍ୟ ସମୟରେ ପରିବେଶ ଉପରେ ଏହାର  କ’ଣ କୁପ୍ରଭାବ ପଡୁଛି ସେ ବିଷୟରେ ଅନେକ ସମୟରେ ଚିନ୍ତା କରାଯାଉ ନାହଁ I ଯାହା ଫଳରେ ପରବର୍ତ୍ତୀ ସମୟରେ ଏହାର କୁପରିଣାମ ସମଗ୍ର ଜୀବଜଗକୁ ଭୋଗିବାକୁ ପଡୁଛିI ତେଣୁ  ପରିବେଶ ଅନୁକୂଳ ନିର୍ମାଣ ଉପରେ ଗୁରୁତ୍ୱ ଦେବାକୁ ପଡିବI  ଏହି କ୍ରମରେ ଅଭିନବ ଜୈବ-ଏନଜାଇମାଟିକ୍ ମାଟି ସ୍ଥିରକାରୀ ଟେରାଜାଇମ୍ (Terrazyme) କୁ ବ୍ୟବହାର କରି କିଭଳି ଦୀର୍ଘସ୍ଥାୟୀ ତଥା ପରିବେଶ…

ଭିନ୍ନକ୍ଷମମାନଙ୍କ ଅଧିକାର ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ବର: ବିଜେବି କଲେଜଠାରେ ଭିନ୍ନକ୍ଷମମାନଙ୍କ ଅଧିକାର ସମ୍ପର୍କରେ ସଚେତନତା ଓ କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମ ଭିନ୍ନକ୍ଷମ ଆୟୁକ୍ତଙ୍କ ଦ୍ବାରା ଅନୁଷ୍ଠିତ ହୋଇଯାଇଛି। ଉଦଘାଟନ ଅଭିଭାଷଣରେ ଭିନ୍ନକ୍ଷମ ଆୟୁକ୍ତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଯୁବସମାଜ ନିମନ୍ତେ ରହିଥିବା ଆହ୍ବାନ ବିଷୟରେ ଧାରଣ ଦେଇ କହିଥିଲେ ଯେ, ଆଇନ  ଭିନ୍ନକ୍ଷମ ମାନଙ୍କୁ ମଧ୍ୟ ସମାଜରେ ସମ୍ମାନର ସହ ବଞ୍ଚିବାର ଅଧିକାର ପ୍ରଦାନ କରିଛନ୍ତି ଓ ଆଇନକୁ ସମାନ ଦେଇ ଛାତ୍ର ସମାଜ, ଯେଉଁମାନେ ଭବିଷ୍ୟତର  ନାଗରିକ, ସେମାନଙ୍କ ଦାୟିତ୍ବ ତଥା…

ସେପ୍ଟେମ୍ବର ୧୭ରେ ଶୁଭାରମ୍ଭ ହେବ ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ

ଭୁବନେଶ୍ୱର: ଓଡ଼ିଶା ସମସ୍ତ ବୟସର ମହିଳା ଏବଂ ବାଳିକାମାନଙ୍କ ପାଇଁ ବ୍ୟାପକ ସ୍କ୍ରିନିଂ, ପୁଷ୍ଟିସାର ଏବଂ ସୁସ୍ଥତା ସେବା ଉପରେ ଧ୍ୟାନ କେନ୍ଦ୍ରିତ କରି ଏକ ପରିବର୍ତ୍ତନକାରୀ ସ୍ୱାସ୍ଥ୍ୟ ଅଭିଯାନ “ ସ୍ୱସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ” ଆସନ୍ତା ୧୭ ସେପ୍ଟେମ୍ବରରେ ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନେତୃତ୍ୱରେ ଜାତୀୟ ପଦକ୍ଷେପ (National initiatives) ସମନ୍ୱିତ ଏହି ଅଭିଯାନ ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ୨୦୨୫…

ଅମୃତ ସରୋବର ‘ନୂଆମୁଣ୍ଡା’: ନବୀକରଣ ଓ ସହଭାଗୀତାର ବଳିଷ୍ଠ ଉଦାହରଣ

ଭୁବନେଶ୍ବର/ବଲାଙ୍ଗିର: ଜଳ ସେଚନ, ସଂରକ୍ଷଣ ଓ ଦୈନନ୍ଦିନ ବ୍ୟବହାର ପାଇଁ ଅମୃତ ସରୋବର କାର୍ୟ୍ୟକ୍ରମରେ ଜଳାଶୟର ପୁନରୁଦ୍ଧାରର ସଫଳ କାହାଣୀ ହୋଇଛି ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ଖଗସିକାନାର ନୂଆମୁଣ୍ଡା ପୋଖରୀ।  ସରକାରଙ୍କ ଦ୍ୱାରା  ଯୋଜନା ପ୍ରଣୟନ, ପ୍ରଶାସନିକ ପ୍ରକ୍ରିୟା  ଏବଂ ସ୍ଥାନୀୟ ଲୋକଙ୍କ  ସହଭାଗୀତାରେ  ଏକ ଅବହେଳିତ ପୋଖରୀର ପୁନରୁଦ୍ଧାର ଯେତେ ସୁନ୍ଦର ଭାବରେ ହୋଇଛି ତାହା ଏକ ଉଦାହରଣ ହୋଇପାରିଛି। ପ୍ରାଚୀନ ଏବଂ ପୂଜ୍ୟ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବ ମନ୍ଦିର ନିକଟରେ ୧.୧ …