ଜନଜାତି ଅଂଚଳର ବିକାଶ ପାଇଁ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ଶେଷ କରାଯିବା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିକାଶ ବିଭାଗର ଦୁଇଗୋଟି ବୈଠକରେ ଅଧ୍ୟକ୍ଷତା କରି ବିଭାଗ ଦ୍ୱାରା ଜନଜାତି ଅଂଚଳର ବିକାଶ ପରିପ୍ରେକ୍ଷୀରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି। ପ୍ରଥମ ବୈଠକଟି ଜନଜାତି ଅଂଚଳର ବିକାଶ ପାଇଁ ସମ୍ବିଧାନର ୨୭୫(୧) ଅନୁଚ୍ଛେଦ ଅନୁସାରେ ରାଜ୍ୟକୁ ପ୍ରଦାନ କରାଯାଉଥିବା ଅର୍ଥର ବିନିଯୋଗ ପାଇଁ ପ୍ରକଳ୍ପ…

ଫୁଲବାଣୀ ଓ ତାଳଚେର ସରକାରୀ ମେଡିକାଲ କଲେଜରେ ୨୦୨୫-୨୬ ଶିକ୍ଷା ବର୍ଷରୁ ପାଠ ପଢ଼ା ଆରମ୍ଭ

ଭୁବନେଶ୍ୱର: ଓଡ଼ିଶାର ଆଉ ଦୁଇଟି ସରକାରୀ ମେଡିକାଲ କଲେଜ ପାଇଁ ୨୦୦ ଆସନ ଅନୁମୋଦିତ ହୋଇଛି। ଜାତୀୟ ମେଡିକାଲ କମିଶନ୍ ଏହି ମଞ୍ଜୁରୀ ଦେଇଛନ୍ତି। ଫୁଲବାଣୀ ସରକାରୀ ମେଡିକାଲ କଲେଜ ପାଇଁ ୧୦୦ଟି ସିଟ୍ ଅନୁମୋଦିତ ହୋଇଥିବା ବେଳେ, ତାଳଚେର ସ୍ଥିତ ପବିତ୍ର ମୋହନ ପ୍ରଧାନ ସରକାରୀ ମେଡିକାଲ କଲେଜ ପାଇଁ ମଧ୍ୟ ୧୦୦ ଟି ସିଟ୍ ଅନୁମୋଦିତ ହୋଇଛି। ଚଳିତ ୨୦୨୫-୨୬ ଶିକ୍ଷା ବର୍ଷରୁ ପାଠ ପଢା ଆରମ୍ଭ ହେବ। ଜାତୀୟ ମେଡିକାଲ କମିଶନ୍ ଦ୍ଵାରା…

ଓଡ଼ିଶା ଯାତ୍ରୀ ଆପ୍‌ ସହାୟତାରେ ଆମ ବସ୍‌ ଏବଂ ଚିଲିକା ବୋଟିଂ ଟିକେଟ କିଣିପାରିବେ

ଭୁବନେଶ୍ବର : ଓଡ଼ିଶା ଯାତ୍ରୀ ଆପ୍‌ର କଳେବର ବଢ଼ାଇଛି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ। ଏଣିକି ଏହି ଆପ୍‌ ମାଧ୍ୟମରେ ଆମ ବସ୍‌ ଏବଂ ସାତପଡ଼ାରେ ଚିଲିକା ବୋଟିଂ ନିମନ୍ତେ ଟିକେଟ୍‌ କିଣିପାରିବେ।  ପର୍ଯ୍ୟଟକ ଏବଂ ଯାତ୍ରୀଙ୍କ ଅନୁଭବକୁ ଅଧିକ ସୁଖଦ୍‌ ଏବଂ ସହଜ କରିବା ଉଦ୍ଦେଶ୍ୟରେ ଏହି ନୂତନ ସୁବିଧାକୁ ଆପ୍‌ରେ ଅନ୍ତର୍ଭୁକ୍ତ କରାଯାଇଛି। ରାଜ୍ୟ ସରକାରଙ୍କ ଆମ ବସ୍‌ ସେବା ଅଧୀନରେ ଚଳାଚଳ କରୁଥିବା ଯେକୌଣସି ବସ୍‌ରେ ଯାତାୟାତ ନିମନ୍ତେ ଏହି ଆପ୍‌…

ସହରାଞ୍ଚଳ ଅଭିବୃଦ୍ଧି ପାଇଁ କାର୍ଯ୍ୟକାରୀ ହେବ ଓଡ଼ିଶା କ୍ୱାଡ୍ ସିଟି ଯୋଜନା

ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ସହରଗୁଡ଼ିକୁ ଅର୍ଥନୀତିକ ଅଭିବୃଦ୍ଧି ଏବଂ ବିଶ୍ୱ ପ୍ରତିଯୋଗିତାର ଏକ ଶକ୍ତିଶାଳୀ ଇଞ୍ଜିନରେ ପରିଣତ କରିବା ପାଇଁ ଓଡ଼ିଶା ସରକାର ଏକ ମହତ୍ୱାକାଂକ୍ଷୀ କ୍ୱାଡ୍ ସିଟି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି ପଦକ୍ଷେପର ଏକ ଅଂଶ ଭାବରେ, ରାଜ୍ୟ ଓଡ଼ିଶାର ଜିଡିପି ରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଥିବା ସହରଗୁଡ଼ିକୁ କ୍ଲଷ୍ଟର କରି ସମନ୍ୱିତ ଅର୍ଥନୀତିକ କ୍ଷେତ୍ର ସୃଷ୍ଟି କରିବାକୁ ଯୋଜନା କରିଛି। ପ୍ରଥମ କ୍ଷେତ୍ର ଭୁବନେଶ୍ୱର, ପୁରୀ, କଟକ ଏବଂ ପାରାଦୀପକୁ ସଂଯୋଗ କରିବ…

‘ଗୋଟିପୁଅ ଗୁରୁକୁଳକୁ  ଯୁଗୋପଯୋଗୀ ଓ ସଶକ୍ତ କରାଯିବ’

ଭୁବନେଶ୍ୱର: “ଗୋଟିପୁଅ ହେଉଛି ଆମ ଓଡ଼ିଆ ଅସ୍ମିତାର ପରିଚୟ, ଆମ ନୃତ୍ୟ ପରମ୍ପରାର ପରିଚାୟକ। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ହୋଇଥିବା ରାଜ୍ୟ ସ୍ତରୀୟ ଗୋଟିପୁଅ ନୃତ୍ୟ ମହୋତ୍ସବରେ ଆମ ନୃତ୍ୟ ଶିଳ୍ପୀମାନଙ୍କର ନୈପୁଣ୍ୟତା ତଥା ଗୋଟିପୁଅ ନୃତ୍ୟର ମହନୀୟତା ପ୍ରଦର୍ଶିତ ହୋଇଛି। ଗୋଟିପୁଅର ସକାରାତ୍ମକ ଭବିଷ୍ୟତ ପାଇଁ ଆଲୋଚନା ଚକ୍ରରେ ନୃତ୍ୟର ବିଭିନ୍ନ ଦିଗକୁ ନେଇ ବିଶ୍ଳେଷଣ କରାଯାଇଛି। ଆଗାମୀ ଦିନରେ ଗୋଟିପୁଅ ନୃତ୍ୟ ପ୍ରଶିକ୍ଷଣ ପ୍ରଦାନ କରୁଥିବା ସମସ୍ତ ଗୁରୁକୁଳ…

ରାଜ୍ୟ ପୁଲିସ ଫୁଟବଲ ପ୍ରତିଯୋଗିତା- ୨୦୨୫ ଉଦଯାପିତ

ଭୁବନେଶ୍ୱର:  ସୁନ୍ଦରଗଡର ଜିଲ୍ଲା ଷ୍ଟାଡିୟମରେ ୮୦ତମ ରାଜ୍ୟ ପୁଲିସ ଫୁଟବଲ ପ୍ରତିଯୋଗିତା- ୨୦୨୫ ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଡିଆଇଜି (ପଶ୍ଚିମାଞ୍ଚଳ) ବ୍ରିଜେଶ କୁମାର ରାୟ ଯୋଗ ଦେଇ ଚାମ୍ପିୟନ  ସୁନ୍ଦରଗଡ ଟିମକୁ ଟ୍ରଫି ପ୍ରଦାନ କରିଥିଲେ। ଏହାସହ ରନର୍ସ ଅପ ଟ୍ରଫି ଝାରସୁଗୁଡା ଟିମକୁ  ପ୍ରଦାନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ସୁନ୍ଦରଗଡ ପୋଲିସ ଟିମ  ଓ ଝାରସୁଗୁଡା ପୋଲିସ ଟିମ ମଧ୍ୟରେ ଫାଇନାଲ ମ୍ଯାଚ ଅନୁଷ୍ଠିତ ହୋଇଥିଲା।…

ଏସଏଚଜି ମହିଳାଙ୍କ ପାଇଁ ‘କସମେଟୋଲେଜି ଓ ଉଦ୍ୟୋଗ ବିକାଶ’ ଉପରେ ସ୍ୱତନ୍ତ୍ର ତାଲିମ କାର୍ୟ୍ୟକ୍ରମ

ଭୁବନେଶ୍ୱର: ବର୍ତ୍ତମାନ ବ୍ୟୁଟି, ମେକଅପ୍, ଫେସିଆଲ ଆଦି ସେବା କ୍ଷେତ୍ରରେ ଚାହିଦା ବଢୁଛି। ତେଣୁ ଏ ଦିଗରେ ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର (ଏସଏଚଜି) ସଦସ୍ୟମାନଙ୍କୁ ତାଲିମ ଦେଇ ସେମାନଙ୍କ ପାଇଁ ଜୀବିକାର ନୂଆ ବାଟ ସୃଷ୍ଟି କରିବା ଲାଗି ବିଶେଷ ପଦକ୍ଷେପ ନିଆଯାଉଛି। ଏଥିପାଇଁ ମିଶନ ଶକ୍ତି ବିଭାଗର ସହଭାଗିତାରେ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ୟ୍ୟକ୍ରମ ଶୁଭାରମ୍ଭ କରାଯାଇଛି। ଏହି କାର୍ୟ୍ୟକ୍ରମ ଚାରି ମାସ ଧରି ଚାଲିବ। ଏଥିରେ ରାଜ୍ୟର…

ଦଶାବତାର, ମଙ୍ଗଳାଚରଣ, ପଞ୍ଚଦେବ ସ୍ତୁତି ପ୍ରଦର୍ଶନରେ ଦର୍ଶକ ମନ୍ତ୍ରମୁଗ୍ଧ

ଭୁବନେଶ୍ୱର: ଅଗଷ୍ଟ ୩୦ ତାରିଖ ଠାରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ହେଉଛି ରାଜ୍ୟ ସ୍ତରୀୟ ଗୋଟିପୁଅ ନୃତ୍ୟ ମହୋତ୍ସବ। ଉକ୍ତ ନୃତ୍ୟ ମହୋତ୍ସବରେ ୨୦ଟି ନୃତ୍ୟଦଳ ଅଂଶଗ୍ରହଣ କରିଛନ୍ତି। ଦ୍ଵିତୀୟ ଦିନର କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀ, ପଦ୍ମଶ୍ରୀ ପ୍ରିୟମ୍ବଦା ହେଜମାଦୀ, ବିଶିଷ୍ଟ ନୃତ୍ୟଶିଳ୍ପୀ ସିକତା ଦାସ, ଗବେଷକ କୀର୍ତ୍ତନ ନାରାୟଣ ପାଢ଼ୀ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ “ଗୋଟିପୁଅର ଉଦଗମ ଓ ବିକାଶ” ଶୀର୍ଷକକୁ ନେଇ…

କଳିଙ୍ଗ ଷ୍ଟାଡ଼ିୟମରେ “ସାଇକେଲ ସହିତ ରବିବାର” କାର୍ଯ୍ୟକ୍ରମ

ଭୁବନେଶ୍ୱର: ଅଗଷ୍ଟ ୨୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ସାରା ଦେଶରେ ପାଳିତ ହୋଇଛି ଜାତୀୟ କ୍ରୀଡ଼ା ଦିବସ। ଏହି ଅବସରରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ, ଭାରତୀୟ ଖେଳ ପ୍ରାଧିକରଣ ଏବଂ ଓଡ଼ିଶା ସାଇକେଲିଂ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ “ସାଇକେଲ ସହିତ ରବିବାର (Sundays on Cycle)” କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶତାଧିକ ଜନସାଧାରଣ ଏକତ୍ରୀତ ହୋଇ ସମସ୍ତଙ୍କ ମଧ୍ୟରେ ଫିଟ୍‌ନେସ୍ ଓ ଏକତାର ବାର୍ତ୍ତା…

ମଧୁମେହ ରୋଗର ମୁକାବିଲା ପାଇଁ ସାମୁହିକ ସଚେତନତା ଏକାନ୍ତ ଆବଶ୍ୟକ: ରାଜ୍ୟପାଳ

ଭୁବନେଶ୍ୱର: ସାମ୍ପ୍ରତିକ ସମୟରେ ମଧୁମେହ ରୋଗ ଏକ ଗମ୍ଭୀର ଜନସ୍ୱାସ୍ଥ୍ୟ ଆହ୍ୱାନ ଭାବେ ଉଭା ହୋଇଛି I ନୀରବ ଘାତକ ମଧୁମେହ ରୋଗର ମୁକାବିଲା ପାଇଁ ସାମୁହିକ ସଚେତନତା ଏକାନ୍ତ ଆବଶ୍ୟକ ବୋଲି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତିI ରବିବାର ଦିନ ଏସ.ସି.ବି ମେଡିକାଲ କଲେଜ, କଟକର ସେଣ୍ଟ୍ରାଲ ଅଡିଟୋରିୟମ ଠାରେ ରିସର୍ଚ୍ଚ ସୋସାଇଟି ଫର ଦି ଷ୍ଟଡି ଅଫ ଡାଇବେଟିସ ଇନ ଇଣ୍ଡିଆ (RSSDI ), ଓଡ଼ିଶା ଚାପ୍ଟର ର ୧୩ତମ ବାର୍ଷିକ…