‘ପ୍ରତି ଗାଁରେ 5ଜଣ ଲକ୍ଷପତି ଦିଦି ସୃଷ୍ଟି ହେବେ ‘

ନିମାପଡ଼ା: ରାଜ୍ୟପାଳ ଡ଼ଃ ହରିବାବୁ କମ୍ଭମପାଟି ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ  ନିମାପଡ଼ାସ୍ଥିତ ନୂଆ ବାରବାଟୀ ପଡ଼ିଆ ଇଣ୍ଡୋର ଷ୍ଟାଡିୟମରେ ପ୍ରଥମ କରି ଆୟୋଜିତ ‘ଉତ୍କର୍ଷ ନିମାପଡ଼ା’ ସମ୍ମିଳନୀର ଉଦଘାଟନ ହୋଇଯାଇଛି । ‘ଉତ୍କର୍ଷ ନିମାପଡ଼ା’ ସମ୍ମିଳନୀର ଶୁଭାରମ୍ଭ ଅବସରରେ ପ୍ରଥମେ ପି ଏମ ଶ୍ରୀ ନିମାପଡ଼ା ଉଚ୍ଚ ବିଦ୍ୟାଳୟ ପରିସରରେ ଭାରତୀୟ ସେନାର ସମ୍ମାନାର୍ଥେ “ଏକ ପେଡ୍ ସେନା କେ ନାମ୍ ” ପରିପ୍ରେକ୍ଷୀରେ ରାଜ୍ୟପାଳ ଡ଼ଃ ହରିବାବୁ କମ୍ଭମପାଟି ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ…

‘ଢେଙ୍କାନାଳ ହେବ ଓଡିଶାର ସୌର ଶକ୍ତି ସମୃଦ୍ଧ ଜିଲ୍ଲା’

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଢେଙ୍କାନାଳ ଠାରେ ପ୍ରାୟ ୫୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ, ପ୍ରାୟ ୧୮୮ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ପ୍ରାୟ ୧୨୦ କୋଟି ଟଙ୍କା ବ୍ୟୟ ବରାଦରେ, ବାଜି ରାଉତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।  ସୂଚନାଯୋଗ୍ୟ ଯେ,  ୧୧୨ କୋଟି ଟଙ୍କାର ୧୨ ଟି…

‘ରାଜସ୍ୱ ବିଭାଗ ସ୍ଵଚ୍ଛ ଏବଂ ଉତ୍ତମ ସରକାରର ଦର୍ପଣ’

ଭୁବନେଶ୍ୱର: ଶାସନ-ପ୍ରଶାସନ ବ୍ୟବସ୍ଥାରେ ତହସିଲଦାରମାନେ ହେଉଛନ୍ତି ଆମ ରାଜସ୍ୱ ପ୍ରଶାସନର ମେରୁଦଣ୍ଡ। ଏଣୁ  ଆପଣ ସମସ୍ତେ ଲୋକଙ୍କ ଅଭିଯୋଗ ଶୁଣନ୍ତୁ ଓ ତାହାର ତ୍ୱରିତ ସମାଧାନ ପାଇଁ ଚେଷ୍ଟା କରନ୍ତୁ l ଆପଣଙ୍କ ଅଫିସ୍ ଲୋକଙ୍କ ପାଇଁ ଭୟର ନୁହେଁ, ବିଶ୍ୱାସର ସ୍ଥାନ ହେଉ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ରାଜସ୍ୱ ଅଧିକାରୀଙ୍କ ସମ୍ମିଳନୀ ତଥା କର୍ମଶାଳାରେ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ…

କେନ୍ଦୁପତ୍ର ତୋଳାଳୀ ଓ ବନ୍ଧାଳିଙ୍କ ପାଇଁ ୪୧ କୋଟି ୧୭ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେବଗଡ଼ ଜିଲ୍ଲା ଗସ୍ତରେ ଯାଇ ସେଠାରେ ପ୍ରାୟ୨୦୫ କୋଟି ଟଙ୍କା ମୂଲ୍ୟର ୧୫ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭ ଉଦ୍‍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।  ଏଥିସହିତ ଦେବଗଡ଼ ଜିଲ୍ଲା ପାଇଁ ୩୦୦ ଶଯ୍ୟା ବିଶିଷ୍ଟ ନବ ନିର୍ମିତ ଡାକ୍ତରଖାନା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉଦ୍‍ଘାଟିତ ହୋଇଛି । ସୂଚନା ଥାଉକି ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ୧୧ଟି ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଏବଂ 4 ଟି ଶିକ୍ଷା…

ଶ୍ରମ ଆଇନ ଉପରେ ସହକାରୀ ଶ୍ରମ ଅଧିକାରୀ ମାନଙ୍କୁ ତାଲିମ

ଭୁବନେଶ୍ୱର: ଶ୍ରମ ବିଭାଗ, ଓଡ଼ିଶା ଦ୍ୱାରା ବିଭିନ୍ନ ଶ୍ରମ ଆଇନ ଉପରେ ସହକାରୀ ଶ୍ରମ ଅଧିକାରୀ ମାନଙ୍କୁ ଏକ ୨ ଦିନିଆ ତାଲିମ କାର୍ଯକ୍ରମ ର।ଜ୍ୟ ଲୋକସେବା ଭବନର କନଭେନସନ କେନ୍ଦ୍ରରେ ଉଦଯାପିତ ହୋଇଯାଇଛି। ଏହି ତାଲିମ କାର୍ଯକ୍ରମକୁ ଶ୍ରମ ବିଭାଗର ଅତିରିକ୍ତ ଶାସନ ସଚିବ ମଧୁମିତା ନାୟକ ଉଦଘାଟନ କରିଥିଲେ । ଶ୍ରମ ବିଭାଗ ର ଅତିରିକ୍ତ ଶାସନ ସଚିବ ରାଜେଶ କୁମାର ଅଗ୍ରୱାଲା ଏହି କାର୍ଯକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ।  ନିରଞ୍ଜନ…

ବିଏମସିରେ ହେବ ଆଉ ୩ଟି ଓଡିଏ କୋର୍ଟ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଆଉ ତିନିଟି ଓଡ଼ିଶା ବିକାଶ ପ୍ରାଧିକରଣ (ଓଡିଏ) ଅଦାଲତ ସ୍ଥାପନ କରାଯିବ । ବିଏମସି ପରିସର ଅଞ୍ଚଳରେ ବାସଗୃହ ପ୍ଲାନ ଅନୁମୋଦନକୁ ନେଇ ସୃଷ୍ଟି ହେଉଥିବା ବିବାଦର ଏହି କୋର୍ଟଗୁଡିକ ସମାଧାନ କରିବ । ସମ୍ପ୍ରତି ଏହାକୁ ନେଇ ହଜାର ହଜାର ମାମଲା ରହିଥିବାବେଳେ ତାହା ସମାଧାନ କରିବାକୁ ଗୋଟିଏ ମାତ୍ର ଓଡ଼ିଏ କୋର୍ଟ ରହିଛି । ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ବିଏମସିର ଓଡ଼ିଏ କୋର୍ଟରେ ସମ୍ପ୍ରତି…

ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ କେନ୍ଦୁଝର ଜିଲ୍ଲା ଗସ୍ତ

କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ନଗର ଉନ୍ନୟନ ଓ ଗୃହ ନିର୍ମାଣ, ବାଣିଜ୍ୟ ଏବଂ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ନେତୃତ୍ୱରେ ଏକ ବରିଷ୍ଠ ଅଧିକାରୀଙ୍କ ଦଳ କେନ୍ଦୁଝର ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରଥମେ ଶ୍ରୀମତୀ ପାଢ଼ୀ କେନ୍ଦୁଝର ପୌରପାଳିକା ୯ ନମ୍ବର ୱାର୍ଡ ଅନ୍ତର୍ଗତ ସ୍ପଞ୍ଜ କଲୋନି ପରିଦର୍ଶନରେ ଯାଇ ଦୀର୍ଘ ଦିନ ଧରି ଲାଗି ରହିଥିବା ଜଳବନ୍ଦୀ ଏବଂ ଡ୍ରେନେଜ୍ ସମସ୍ୟାର କାରଣ ଅନୁସନ୍ଧାନ…

ଦୁର୍ବଳ ବର୍ଗର ଲୋକଙ୍କୁ ସହାୟତା ପାଇଁ ଅଧିକାରୀମାନେ ସମସ୍ତ କଲ୍ୟାଣକାରୀ ଯୋଜନା ସଂର୍ପକରେ ଭଲ ଭାବେ ଜାଣନ୍ତୁ – ରାଜ୍ୟପାଳ

ଭୁବନେଶ୍ୱର : ସମାଜର ଗରିବ ଓ ଦୁର୍ବଳ ବର୍ଗର ଲୋକମାନଙ୍କୁ ସହାୟତା କରିବା ପାଇଁ ଅଧିକାରୀମାନେ ସମସ୍ତ ଉନ୍ନୟନ ଓ କଲ୍ୟାଣକାରୀ ଯୋଜନା ସଂପର୍କରେ ଭଲଭାବରେ ଜାଣନ୍ତୁ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଆହ୍ୱାନ ଜଣାଇଛନ୍ତି । ଚଳିତ ମଇ ୨୮ ତାରିଖ ଦିନ ରାଜଭବନର ନୁ୍ୟ ଅଭିଷେକ ହଲ୍ଠାରେ ଗୋପବନ୍ଧୁ ଏକାଡେମୀ ଅଫ୍ ଆଡ୍ମିନିଷ୍ଟ୍ରେସନରେ ତାଲିମ ନେଉଥିବା ଅତିରିକ୍ତ ଜିଲ୍ଲା କଲ୍ୟାଣ ଅଧିକାରୀ ଓ ସହକାରୀ ଶ୍ରମ ଅଧିକାରୀମାନଙ୍କୁ ଉଦ୍ବୋଧନ ଦେଇ ରାଜ୍ୟପାଳ…