ଜଳବିଭାଜିକା ଯୋଜନାରେ ସର୍ବାଧିକ ପରିମାଣର ପାଣ୍ଠି ବ୍ୟବହାର କରିଥିବାରୁ ଓଡ଼ିଶା ସରକାରଙ୍କୁ ପ୍ରଶଂସା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାୟୀ ଯୋଜନା ୨.୦ର ଜଳବିଭାଜିକା ଅଧୀନରେ ପାଣ୍ଠି ବ୍ୟବହାରରେ ଓଡ଼ିଶା ସର୍ବୋତ୍ତମ ପ୍ରଦର୍ଶନକାରୀ ରାଜ୍ୟ ହୋଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ସମସ୍ତ ରାଜ୍ୟ ଏବଂ ଜମ୍ମୁ କାଶ୍ମୀର, ଲଦାଖ କେନ୍ଦ୍ରଶାସିତ ପ୍ରଦେଶର ଜଳବିଭାଜିକା-ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାୟୀ ଯୋଜନା ୨.୦ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଅନୁମୋଦିତ ପାଣ୍ଠିର ୮୩% ବ୍ୟବହାର କରି ଓଡ଼ିଶା ସାରା ଦେଶରେ ପ୍ରଥମ…

ପର୍ଯ୍ୟଟନ ବିକାଶ ଓଡ଼ିଶାର ଐତିହ୍ୟ ସଂରକ୍ଷଣ, ପର୍ଯ୍ୟଟନ ବିବିଧତାକୁ ବିଶ୍ୱସ୍ତରରେ ପହଞ୍ଚାଇବ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଲୋକସେବା ଭବନରେ ପର୍ଯ୍ୟଟନ ବିଭାଗର ତିନୋଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଓଡ଼ିଶାର ପର୍ଯ୍ୟଟନର ବିକାଶରେ ଯୋଡ଼ି ହୋଇଥିବା ଏହି ନୂତନ ଫର୍ଦ୍ଦର ଉନ୍ମୋଚନ ଅବସରରେ ମୁଖ୍ୟଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଯୋଗ ଦେଇଛନ୍ତି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତିନୋଟି ବୁଝାମଣାପତ୍ର ଓଡ଼ିଶାର ଐତିହ୍ୟ ସଂରକ୍ଷଣ, ପର୍ଯ୍ୟଟନ ବିବିଧତା…

ନିଟ୍ ପରୀକ୍ଷାରେ ସଫଳ କେଜିବିଭି ଛାତ୍ରୀ ପଢ଼ିବେ ଡାକ୍ତରୀ

ଭୁବନେଶ୍ବର: ରାଜ୍ୟ ପାଇଁ ଗୌରବ ଆଣିଲେ କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ (କେଜିବିଭି)ରେ ରହି ପାଠପଢୁଥିବା ଛାତ୍ରୀ। ସମ୍ବଲପୁର ଜିଲ୍ଲା ବାମରାସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (ଟାଇପ୍- IV) ହଷ୍ଟେଲରେ ରହି ଓଡିଶା ଆଦର୍ଶ ବିଦ୍ୟାଳୟରେ ପାଠ ପଢୁଥିବା ପୂର୍ବତନ ଛାତ୍ରୀ ତଥା ଆଇକନିକ୍ ଆଚିଭର୍ ଲିଜା ମାଝୀ ଚଳିତ ବର୍ଷ ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍-୨୦୨୫ (NEET-2025)ରେ କୃତକାର୍ଯ୍ୟ ହୋଇଛନ୍ତି ଏବଂ ସୁନ୍ଦରଗଡ଼ସ୍ଥିତ ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ପଢିବେ ଡାକ୍ତରୀ।…

ତୃଣମୂଳସ୍ତରରେ ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ

ଭୁବନେଶ୍ୱର: ସରକାରଙ୍କ ଦ୍ଵାରା ପ୍ରଣିତ ବିଭିନ୍ନ କୃଷି ଯୋଜନା ଏବଂ କାର୍ଯ୍ୟକ୍ରମର ପ୍ରଭାବଶାଳୀ କାର୍ଯ୍ୟାନ୍ଵୟନକୁ ସୁନିଶ୍ଚିତ ତଥା ଲୋକାଭିମୁଖୀ କରିବା ପାଇଁ କୃଷି ବିଭାଗର ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିବେl  ଏନେଇ କୃଷି ବିଭାଗ ପକ୍ଷରୁ ଏକ ସୂଚନା ଜାରି କରିଛନ୍ତି ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀl  ତୃଣମୂଳସ୍ତରରେ ବାସ୍ତବିକ ପରିସ୍ଥିତି ଅନୁଧ୍ୟାନ କରିବା ସହ କୃଷକ ଓ କୃଷି କ୍ଷେତ୍ରରେ ଆଗଧାଡ଼ିରେ କାର୍ଯ୍ୟ କରୁଥିବା ଲୋକଙ୍କ ସମସ୍ୟାର ସମାଧାନ ହୋଇପାରିବl…

ସିକଲ୍ ସେଲ୍ ଏବଂ ଥାଲାସେମିଆ ପରିଚାଳନା ବୈଠକ

ଭୁବନେଶ୍ୱର: ସିକଲ୍ ସେଲ୍ ଏବଂ ଥାଲାସିମିଆ ପରିଚାଳନା ବୈଠକ କମିଶନର ତଥା ଶାସନ ସଚିବ ଅସ୍ବତୀ ଏସ.ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଛି। ବୈଠକରେ ରାଜ୍ୟରେ ସିକଲ୍ ସେଲ୍ ଓ ଥାଲାସିମିଆର ବର୍ତ୍ତମାନ ସ୍ଥିତି, ପ୍ରାରମ୍ଭିକ ସନ୍ଧାନ, ପ୍ରତିରୋଧୀମୂଳକ ବ୍ୟବସ୍ଥା, ଚିକିତ୍ସା ସୁବିଧା ଓ ରୋଗୀ ସେବା ସମ୍ପର୍କରେ ସମୀକ୍ଷା କରାଯାଇଛି। ଏହି ବୈଠକରେ ସ୍କ୍ରିନିଂ ପ୍ରୋଗ୍ରାମ୍, ଜିନେଟିକ କାଉନସିଲିଙ୍ଗ, ନିଦାନ ସୁବିଧା ବାବଦରେ ଆଲୋଚନା କରାଯାଇଛି। ଏନ୍ଏଚ୍‌ଏମ୍ ମିଶନ୍ ଡିରେକ୍ଟର୍ ଡ଼. ବୃଦ୍ଧା ଡି. ପିପିଟି ପ୍ରେଜେଣ୍ଟେସନ…

୮୦ତମ ରାଜ୍ୟ ପୁଲିସ ଫୁଟବଲ ପ୍ରତିଯୋଗିତା- ୨୦୨୫ ଉଦଘାଟିତ

ଭୁବନେଶ୍ୱର: ସୁନ୍ଦରଗଡର ଜିଲ୍ଲା ଷ୍ଟାଡିୟମରେ ୮୦ତମ ରାଜ୍ୟ ପୁଲିସ ଫୁଟବଲ ପ୍ରତିଯୋଗିତା- ୨୦୨୫ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ସଶସ୍ତ୍ର) ରାଜେଶ କୁମାର ଯୋଗଦେଇ ଭବ୍ୟ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ସମସ୍ତ ପ୍ରତିଯୋଗୀ ଓ କ୍ରୀଡା ପରିଚାଳକମାନଙ୍କୁ ଖେଳୁଆଡ ମନୋଭାବ ନେଇ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଚାମ୍ପିୟନସିପ ଆୟୋଜନ ଓ ପରିଚାଳନା ନିମନ୍ତେ ରାଜ୍ୟ ଆରକ୍ଷୀ…

ନୂତନ ସହର ରୂପରେଖ ନେଇ ଆଲୋଚନା 

 ଭୁବନେଶ୍ୱର : ସିଙ୍ଗାପୁର ସ୍ଥିତ ଅର୍ନ୍ତଜାତୀୟ ପରାମର୍ଶଦାତା ସଂସ୍ଥା ସୁରବନ ଜୁରଙ୍ଗର ଦକ୍ଷିଣ ଏସିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅବିନାଶ ମିଶ୍ରା ଏବଂ ଆଞ୍ଚଳିକ ନିର୍ଦ୍ଦେଶକ ଅଭିଷେକ ମାଲହୋତ୍ରା ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ଭୁବନେଶ୍ୱରରେ ପ୍ରସ୍ତାବିତ ନୂତନ ସହର ପ୍ରକଳ୍ପ ଉପରେ ବିଶେଷ ଗୁରୁତ୍ୱ ଦେଇ ସହରାଞ୍ଚଳ ଭିତ୍ତିଭୂମି ଏବଂ ପରିଚାଳିତ ସେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଓଡ଼ିଶା ସରକାର…

ଓଡ଼ିଶାରୁ ୪୦ ହଜାର ମେଟ୍ରିକ ଟନ ମାଣ୍ଡିଆ ଉଠାଣ ଲକ୍ଷ୍ୟ, ପ୍ରଥମ ପର୍ଯ୍ୟାୟରେ ଉଠିଲା ୨୬୪୨ ମେଟ୍ରିକ ଟନ

ଭୁବନେଶ୍ୱର: ଓଡିଶାରେ ଉତ୍ପାଦିତ ମାଣ୍ଡିଆର  ଚାହିଦା ସମଗ୍ର ଦେଶରେ ସ୍ୱତନ୍ତ୍ର ରହିଛି। ଶ୍ରୀ ଅନ୍ନ ଅଭିଯାନ ଅଧୀନରେ ଅଧିକରୁ ଅଧିକ ଗୁଣାତ୍ମକ ମାଣ୍ଡିଆ ଉତ୍ପାଦନ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରୁ ଉତ୍ପାଦିତ ମାଣ୍ଡିଆ ଉଚ୍ଚ ପୁଷ୍ଟି ଓ ଗୁଣଯୁକ୍ତ ଥିବାରୁ ଓଡ଼ିଶାରୁ ପ୍ରଥମ ଥର ପାଇଁ ଭାରତୀୟ ଖାଦ୍ୟ ନିଗମ ମାଣ୍ଡିଆ ଉଠାଇଛି। ଏଥିନିମନ୍ତେ ରାୟଗଡ଼ା, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରୁ ମାଣ୍ଡିଆ ଉଠାଇବା ପାଇଁ ଭାରତୀୟ ଖାଦ୍ୟ ନିଗମ ଇଚ୍ଛାବ୍ୟକ୍ତ…

ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରାବାସ ୱାର୍ଡେନଙ୍କ ନିମନ୍ତେ ଦକ୍ଷତା ବିକାଶ କର୍ମଶାଳା

ଭୁବନେଶ୍ୱର: ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରାବାସର ୱାର୍ଡେନଙ୍କ ନିମନ୍ତେ ଦକ୍ଷତା କର୍ମଶାଳାର ଆୟୋଜନ କରିଛି ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧିନସ୍ଥ ଓଡ଼ିଶା ମଡେଲ୍ ଟ୍ରାଇବାଲ୍ ଏଜୁକେସନ୍ ସୋସାଇଟି (OMTES)।  ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ନ୍ୟାସନାଲ ଏଜୁକେସନ୍ ସୋସାଇଟି ଫର୍ ଟ୍ରାଇବାଲ୍ ଷ୍ଟୁଡେଣ୍ଟସ (NESTS) ସହଯୋଗରେ ସମଗ୍ର ଓଡ଼ିଶାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (EMRS)ର ଛାତ୍ରାବାସ ୱାର୍ଡେନଙ୍କ ପାଇଁ…

ଭାରତୀୟ ଶିଳ୍ପ ମହାସଂଘ ପୂର୍ବ ଭାରତ ସମ୍ମିଳନୀରେ ଓଡିଶାର ସମ୍ଭାବନା ଉପରେ ଆଲୋକପାତ

ଭୁବନେଶ୍ୱର: ମୁମ୍ବାଇସ୍ଥିତ ହୋଟେଲ ତାଜମହଲ ପ୍ୟାଲେସରେ ଅନୁଷ୍ଠିତ ଚତୁର୍ଥ ଭାରତୀୟ ଶିଳ୍ପ ମହାସଂଘ, ପୂର୍ବ ଭାରତ ସମ୍ମିଳନୀ ୨୦୨୫ରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଅଂଶଗ୍ରହଣ କରିଛନ୍ତି। ଭାରତୀୟ ଶିଳ୍ପ ମହାସଂଘର ପୂର୍ବ ଭାରତ ସମ୍ମିଳନୀ ପୂର୍ବ ଭାରତର ବିଶାଳ ଆର୍ଥିକ ସମ୍ଭାବନାକୁ ଉନ୍ମୁକ୍ତ କରିବା ଉପରେ କେନ୍ଦ୍ରିତ ଏକ ପ୍ରମୁଖ ପଦକ୍ଷେପ ଅଟେ। ଏହି ସମ୍ମିଳନୀରେ ନିବେଶକ ଏବଂ ସରକାରୀ ପ୍ରତିନିଧିମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ରାଜ୍ୟ ଅଧିବେଶନ, ଗୋଲଟେବୁଲ ନୀତି ନିର୍ଦ୍ଧାରଣ ଓ ଆଲୋଚନା କରାଯାଇଛି।…