ସ୍ୱାଧୀନତା ଦିବସ ଅବସରରେ ରାଜ ଭବନରେ ଆଟ୍-ହୋମ୍ ଅନୁଷ୍ଠିତ

ଭୁବନେଶ୍ୱର: ୭୯ତମ ସ୍ୱାଧୀନତା ଦିବସ ଅବସରରେ ତା୧୫.୦୮.୨୦୨୫ରିଖ ଅପରାହ୍ନରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟିଙ୍କ ସୌଜନ୍ୟରେ ରାଜଭବନର ନୁ୍ୟ ଅଭିଷେକ ହଲ୍ ଠାରେ ଆଟ୍-ହୋମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳଙ୍କ ଆମନ୍ତ୍ରଣ କ୍ରମେ ସମାଜର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିବିଶେଷ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ମାନ୍ୟବର ରାଜ୍ୟପାଳଙ୍କ ସହଧର୍ମିଣୀ ତଥା ରାଜ୍ୟର ପ୍ରଥମ ମହିଳା ଜୟଶ୍ରୀ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସହଧର୍ମିଣୀ ଡ. ପ୍ରିୟଙ୍କା ମାର୍ଣ୍ଡି, ଓଡ଼ିଶା ବିଧାନସଭାର ମାନ୍ୟବର…

ରାଜଭବନରେ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର: ରାଜଭବନରେ ୭୯ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସକାଳେ ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ରୂପା ରୋଶନ ସାହୁ ଜାତୀୟ ପତାକା ଉେ􀅧ାଳନ କରି ଅଭିବାଦନ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ବାହିନୀ ପକ୍ଷରୁ ରାଷ୍ଟ୍ରୀୟ ସଲାମି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜଭବନର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇଥିଲେ।

୪ ମାସରେ ୫.୬୩ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ଯୋଜନାରେ ପଞ୍ଜୀକୃତ

ଭୁବନେଶ୍ୱର: ୭୦ ବର୍ଷ ବା ତଦୁର୍ଦ୍ଧ୍ଵ  ବୟସ୍କ ବରିଷ୍ଠ ନାଗରିକମାନଙ୍କ ପାଇଁ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା କାର୍ଡ ଏକ ଦୃଢ ଆଶା ବାଡ଼ି ସାବ୍ୟସ୍ତ ହେଇଛି। ବୃଦ୍ଧ ବୟସରେ ଦେୟମୁକ୍ତ ଉଚ୍ଚମାନର ସୁପର ସ୍ପେସାଲିଷ୍ଟ ଚିକିତ୍ସା ନିମନ୍ତେ ଏକ ନିର୍ଭର ଯୋଗ୍ୟ ଭରସା ଆଣିଛି। ଭୁବନେଶ୍ୱର ମଞ୍ଚେଶ୍ଵର ଅଞ୍ଚଳର ରଙ୍ଗମାଟିଆ ଗ୍ରାମବାସୀ ଶ୍ୟାମ ସୁନ୍ଦର ସାହୁ (୭୨ ବର୍ଷ)ଙ୍କ ଝିଅ ସସ୍ମିତା କୁହନ୍ତି ଆମେ ଏକ ନିମ୍ନ ମଧ୍ୟବିତ୍ତ ପରିବାରର ଲୋକ। ଅଧିକ ବୟସ ହେତୁ…

“ୟୁଜର୍ ଏକ୍ସପିରିଏନ୍ସ ଓ ଡିଜାଇନ୍ ସିଷ୍ଟମ୍” ରାଜ୍ୟସ୍ତରୀୟ ସଚେତନତା ଓ କର୍ମଶାଳା ଆୟୋଜିତ

ଭୁବନେଶ୍ୱର:  ଲୋକସେବା ଭବନ କନଭେନସନ ସମ୍ମିଳନୀ କେନ୍ଦ୍ରରେ ଉପଭୋକ୍ତା ଅଭିଜ୍ଞତା ଏବଂ ଡିଜାଇନ୍ ସିଷ୍ଟମ ଉପରେ ରାଜ୍ୟସ୍ତରୀୟ ସଚେତନତା ଏବଂ ସମ୍ବେଦନଶୀଳତା କର୍ମଶାଳା ଆୟୋଜିତ ହୋଇଛି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ  ବିଶାଳ କୁମାର ଦେବ ଏହି  କର୍ମଶାଳାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଡିଜିଟାଲ୍ ସେବାର ମୂଳକେନ୍ଦ୍ରରେ ନାଗରିକଙ୍କ ଆବଶ୍ୟକତାକୁ ରଖି, ସୁଗମ ଓ ସମାବେଶୀୟ ପ୍ଲାଟଫର୍ମ ସୃଷ୍ଟି କରିବା ଆମର ପ୍ରାଥମିକତା ହେବା ଦରକାର …

କ୍ଷୁଦ୍ର ମାଣ୍ଡିଆ, ଚାଉଳ କଳ ପରିଚାଳନା ଏବଂ ବ୍ୟବସାୟ ରଣନୀତି ଉପରେ ଏକ ଦିବସୀୟ କର୍ମଶାଳା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନର ସମ୍ମିଳନୀ କକ୍ଷରେ “ମୂଲ୍ୟ ବୃଦ୍ଧିକରଣ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ନେତୃତ୍ୱାଧୀନ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା” ପ୍ରକଳ୍ପ ଅଧୀନରେ କ୍ଷୁଦ୍ର ମାଣ୍ଡିଆ, ଚାଉଳ କଳ ପରିଚାଳନା ଏବଂ ବ୍ୟବସାୟ ପରିଚାଳନା ରଣନୀତି ଉପରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ, ମିଶନ ଶକ୍ତି ବିଭାଗ ଏବଂ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ (IRRI) ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି ମାଧ୍ୟମରେ ଏହି ପ୍ରକଳ୍ପ…

ଖରିଫ ଋତୁ ଧାନ ସଂଗ୍ରହ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଅବଧି ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷର ଖରିଫ ଧାନ ସଂଗ୍ରହ ନିମନ୍ତେ ହେଉଥିବା ଚାଷୀ ପଞ୍ଜିକରଣ ପ୍ରକ୍ରିୟାର ସମୀକ୍ଷା କରାଯାଇଛି। ଏହି ପ୍ରକ୍ରିୟାରେ ଅଦ୍ୟାବଧି ୧୧ ଲକ୍ଷ ୫୦ ହଜାରରୁ ଅଧିକ ଚାଷୀ ପଞ୍ଜିକରଣ କରିସାରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ଖରିଫ୍‌ ଋତୁ ଧାନ ସଂଗ୍ରହ ନିମନ୍ତେ ଯାରି ପଞ୍ଜିକରଣ ପ୍ରକ୍ରିୟା ଅବଧିକୁ ମଧ୍ୟ ବୃଦ୍ଧି କରାଯାଇଛି। ଗତ ୧୯ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଆସନ୍ତା ୨୦ ତାରିଖ…

କଟକ ଜିଲ୍ଲାରେ ଆରମ୍ଭ ହେବ ସୁଭଦ୍ରା ପ୍ଲସ ଯୋଜନା: ଉପମୁଖ୍ୟମନ୍ତ୍ରୀ

କଟକ: ସ୍ଵାଧୀନତା କେବଳ ୧୯୪୭ ମସିହାର ଗୋଟିଏ ଦିନର କାହାଣୀ ନୁହେଁ- ଏହା ହେଉଛି ଆମ ଉପରେ ନ୍ୟସ୍ତ ହୋଇଥିବା ପ୍ରତ୍ୟେକ ଦିନର ଦାୟିତ୍ଵ। ଏହାକୁ ସୁରକ୍ଷିତ ରଖିବା ହେଉଛି ଆମ୍ଭମାନଙ୍କର କର୍ତ୍ତବ୍ୟ। ନ୍ୟାୟ, ଶିକ୍ଷା, ସମାନତା ଓ ବିକାଶ କ୍ଷେତ୍ରରେ ଓଡିଶାକୁ ଆଗକୁ ନେବାକୁ ହେବ ଏବଂ ଉତ୍ତର ପିଢୀଙ୍କୁ କଷ୍ଟଲବ୍ଧ ସ୍ଵାଧୀନତାର ପ୍ରକୃତ ଅର୍ଥ ବୁଝାଇବାକୁ ହେବ। ଶାନ୍ତି, ମୈତ୍ରୀ ଓ ପ୍ରଗତିର ପ୍ରତୀକ କଟକ ସହର ବିକାଶ ପଥରେ ଅଗ୍ରସର ହେଉ। ଏହି…

ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ ହେବ ଦିବ୍ୟାଙ୍ଗ ଅନୁକୂଳ

ଭୁବନେଶ୍ୱର: ଦିବ୍ୟାଙ୍ଗ ଭଉଣୀମାନଙ୍କ ସଫଳତା କାହାଣୀ ଆମ ସମସ୍ତଙ୍କ ପାଇଁ ପ୍ରେରଣା। ଦିବ୍ୟାଙ୍ଗ ମହିଳାମାନଙ୍କ ଆର୍ଥିକ ଓ ସାମାଜିକ ସୁରକ୍ଷା ଦ୍ବାୟିତ୍ଵ ରାଜ୍ୟ ସରକାରଙ୍କ ବୋଲି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମତ ପ୍ରକାଶ କରିଛନ୍ତି। ମିଶନଶକ୍ତି ଭବନ ଠାରେ ଏକ ଭାବପୂର୍ଣ୍ଣ ପରିବେଶରେ ଦିବ୍ୟାଙ୍ଗ ଭଉଣୀମାନଙ୍କ ସହ ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦିବ୍ୟାଙ୍ଗ ମହିଳାମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଖୋଲା ଆଲୋଚନା କରିଥିଲେ। ପର୍ଯ୍ୟଟନ ସ୍ଥାନକୁ ଦିବ୍ୟାଙ୍ଗ ଅନୁକୂଳ କରିବା ନିମନ୍ତେ ସେ ନିର୍ଦ୍ଦେଶ…

ଅଭିବାଦନ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ୭୯ ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ରାଜଧାନୀ ଭୁବନେଶ୍ୱରର ଗାନ୍ଧୀମାର୍ଗରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ଅନ୍ୟତମ ଅତିଥି ରୂପେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ପୁଲିସ ଡିଜି ୱାଇ ବି ଖୁରାନିଆ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ସତ୍ୟବ୍ରତ…

ଓଡ଼ିଶା ସାମୁଦ୍ରିକ ବୋର୍ଡ ଏକ ସୀମାହୀନ ସାମୁଦ୍ରିକ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଛି

ଭୁବନେଶ୍ବର: ଓଡ଼ିଶା ସାମୁଦ୍ରିକ ବୋର୍ଡ (ଓ. ଏମ୍. ବି.) ରାଜ୍ୟର ନୀଳ ଅର୍ଥବ୍ୟବସ୍ଥା ଏବଂ ସାମୁଦ୍ରିକ ଅଭିବୃଦ୍ଧିର ଏକ ପ୍ରମୁଖ ବାହକ ହେବା ଦିଗରେ ଏକ ଉଚ୍ଚାଭିଳାଷୀ ପାଠ୍ୟକ୍ରମ ପ୍ରସ୍ତୁତ କରୁଛି। ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ଗତ କାଲି ନବଗଠିତ ଓଡ଼ିଶା ସାମୁଦ୍ରିକ ବୋର୍ଡ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ ଏବଂ ଏହାର ଚାଲୁଥିବା ତଥା ଆଗାମୀ ପଦକ୍ଷେପଗୁଡ଼ିକର ବିସ୍ତୃତ ସମୀକ୍ଷା କରିଥିଲେ। ଗସ୍ତ ସମୟରେ, ଶ୍ରୀମତୀ ପାଢୀ ବନ୍ଦର…