ଗୃହ, ସେତୁ ଓ ରାସ୍ତା ନିର୍ମାଣର ସବିଶେଷ ସମୀକ୍ଷା କଲେ ମନ୍ତ୍ରୀ

ଭୁବନେଶ୍ବର: ମନ୍ତ୍ରୀ ରବିନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବରସ୍ଥିତ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ୟ୍ୟାଳୟର ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗର ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗର ୬୦ଟି ବିଭାଜନର କାର୍ୟ୍ୟକୁ ବିସ୍ତୃତ ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ନାଏକ ନିର୍ଦ୍ଧାରିତ ସମୟ ମଧ୍ୟରେ ଉନ୍ନତମାନକୁ ବଜାୟ ରଖି ସମସ୍ତ ନିର୍ମାଣ କାର୍ୟ୍ୟ ଶେଷକରିବାକୁ ନିର୍ଦ୍ଦେଶ ଦେବାସହ ବିଳମ୍ବ ହେଲେ ଅଧିକାରୀଙ୍କ ଦରମା କାଟ ହେବ ବୋଲି ତାଗିଦ କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗର…

ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରଶଂସାକଲେ ରାଜ୍ୟପାଳ

ଭୁବନେଶ୍ୱର: ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଉଚ୍ଚ ପ୍ରଶଂସା କରିଛନ୍ତି ରାଜ୍ୟପାଳ ଡ. ହରିବାବୁ କମ୍ଭମ୍ପାଟି। ଚଳିତ ଅଗଷ୍ଟ ୧୭ ତାରିଖ ଦିନ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍ପାଟି ରାଜ୍ୟର ପ୍ରଥମ ମହିଳା ଜୟଶ୍ରୀ କମ୍ଭମ୍ପାଟିଙ୍କ ସହ ଭୁବନେଶ୍ୱରସ୍ଥିତ ସୁଦର୍ଶନ ଆର୍ଟ ଆଣ୍ଡ କ୍ରାଫ୍ଟ ଭିଲେଜ ପରିଦର୍ଶନ କରିଥିଲେ ଏବଂ ପଦ୍ମ ବିଭୂଷଣ ସୁଦର୍ଶନ ସାହୁଙ୍କ କଳାକୃତି ଦେଖି ପ୍ରଶଂସା କରିଛନ୍ତି। ପଦ୍ମ ବିଭୂଷଣ ଶ୍ରୀସାହୁଙ୍କ ମୂର୍ତ୍ତିକଳା ଓ କୃତିକୁ ରାଜ୍ୟପାଳ ନିରୀକ୍ଷଣ କରିଥିଲେ। ପଦ୍ମ ବିଭୂଷଣ…

ଅପରାଧୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଅଗଷ୍ଟ ୧ ତାରିଖରୁ  ରାଜ୍ୟର ସମସ୍ତ ଜିଲ୍ଲା ପୋଲିସ ଏସପିଙ୍କ ନେତୃତ୍ୱରେ ଅପେରସନ”ଗରୁଡ଼”  ଅଭିଯାନକୁ କାର୍ଯ୍ୟକାରୀ କରାଯାଇଥିଲା। ଏହି ଅଭିଯାନର ଦ୍ଵିତୀୟ ସପ୍ତାହ ଅର୍ଥାତ ଚଳିତ ଅଗଷ୍ଟ 16 ତାରିଖ ପର୍ଯ୍ୟନ୍ତ ଅପରାଧ ଏବଂ ଅପରାଧୀଙ୍କ ବିରୁଦ୍ଧରେ ପୋଲିସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।   ଏହି ଅଭିଯାନରେ  ମୁଖ୍ୟତଃ  ଜାମିନ ବିହୀନ ୱାରେଣ୍ଟ (NBW)କୁ କାର୍ଯ୍ୟକାରୀ କରିବା,  ନିଶା ଦ୍ରବ୍ୟ ଚୋରା ଚାଲାଣକୁ…

ସଡକ ସୁରକ୍ଷାକୁ ଅଧିକ ସୁଦୃଢ କରିବାପାଇଁ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷାକୁ ଅଧିକ ସୁଦୃଢ କରିବାପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ପରିବହନ ପ୍ରାଧିକରଣ ଆନୁକୁଲ୍ଯରେ ଆୟୋଜିତ ଏହି ବୈଠକରେ ସଡକ ଦୁର୍ଘଟଣା କମାଇବା, ଟ୍ରାଫିକ୍ ନିୟମର କଡ଼ା କାର୍ଯ୍ୟାନ୍ବୟନ, ଜାତୀୟ ରାଜପଥ ପାଟ୍ରୋଲିଂ, ସିସିଟିଭି ନିରୀକ୍ଷଣ, ସଚେତନତା କାର୍ଯ୍ୟକ୍ରମ ଏବଂ ସ୍କୁଲ-କଲେଜ ସ୍ତରରେ ସଡ଼କ ସୁରକ୍ଷା ଶିକ୍ଷା ଆଦି ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା।…

ସାରା ରାଜ୍ୟରେ “ଆସ ସ୍କୁଲ ଯିବା”ଅଭିଯାନ ଅବସରରେ ସ୍ୱତନ୍ତ୍ର ଅଭିଭାବକ ଶିକ୍ଷକ ବୈଠକ

ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷ ୨୦୨୫-୨୬ ରେ ସାରା ରାଜ୍ୟରେ “ଆସ ସ୍କୁଲ ଯିବା”ଅଭିଯାନ ଅବସରରେ ଏକ ‘ସ୍ୱତନ୍ତ୍ର ଅଭିଭାବକ, ଶିକ୍ଷକ/ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା / ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ’ ଅନୁଷ୍ଠିତ ହୋଇଯାଇଛି।  ଉକ୍ତ ବୈଠକରେ ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ  କରିବା, ବିଦ୍ୟାଳୟ ଯାଇ ନଥିବା ପିଲାଙ୍କୁ ବୟସ ଅନୁଯାୟୀ ଉପଯୁକ୍ତ ଶ୍ରେଣୀରେ ନାମ ଲେଖାଇବା ଓ ପିଲାମାନଙ୍କର ପାଠପଢ଼ାକୁ ବିଦ୍ୟାଳୟରେ ଜାରି ରଖିବା…

ସ୍ୱାଧୀନତା ଦିବସ ଅବସରରେ ରାଜ ଭବନରେ ଆଟ୍-ହୋମ୍ ଅନୁଷ୍ଠିତ

ଭୁବନେଶ୍ୱର: ୭୯ତମ ସ୍ୱାଧୀନତା ଦିବସ ଅବସରରେ ତା୧୫.୦୮.୨୦୨୫ରିଖ ଅପରାହ୍ନରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟିଙ୍କ ସୌଜନ୍ୟରେ ରାଜଭବନର ନୁ୍ୟ ଅଭିଷେକ ହଲ୍ ଠାରେ ଆଟ୍-ହୋମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳଙ୍କ ଆମନ୍ତ୍ରଣ କ୍ରମେ ସମାଜର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିବିଶେଷ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ମାନ୍ୟବର ରାଜ୍ୟପାଳଙ୍କ ସହଧର୍ମିଣୀ ତଥା ରାଜ୍ୟର ପ୍ରଥମ ମହିଳା ଜୟଶ୍ରୀ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସହଧର୍ମିଣୀ ଡ. ପ୍ରିୟଙ୍କା ମାର୍ଣ୍ଡି, ଓଡ଼ିଶା ବିଧାନସଭାର ମାନ୍ୟବର…

ରାଜଭବନରେ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର: ରାଜଭବନରେ ୭୯ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସକାଳେ ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ରୂପା ରୋଶନ ସାହୁ ଜାତୀୟ ପତାକା ଉେ􀅧ାଳନ କରି ଅଭିବାଦନ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ବାହିନୀ ପକ୍ଷରୁ ରାଷ୍ଟ୍ରୀୟ ସଲାମି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜଭବନର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇଥିଲେ।

୪ ମାସରେ ୫.୬୩ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ଯୋଜନାରେ ପଞ୍ଜୀକୃତ

ଭୁବନେଶ୍ୱର: ୭୦ ବର୍ଷ ବା ତଦୁର୍ଦ୍ଧ୍ଵ  ବୟସ୍କ ବରିଷ୍ଠ ନାଗରିକମାନଙ୍କ ପାଇଁ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା କାର୍ଡ ଏକ ଦୃଢ ଆଶା ବାଡ଼ି ସାବ୍ୟସ୍ତ ହେଇଛି। ବୃଦ୍ଧ ବୟସରେ ଦେୟମୁକ୍ତ ଉଚ୍ଚମାନର ସୁପର ସ୍ପେସାଲିଷ୍ଟ ଚିକିତ୍ସା ନିମନ୍ତେ ଏକ ନିର୍ଭର ଯୋଗ୍ୟ ଭରସା ଆଣିଛି। ଭୁବନେଶ୍ୱର ମଞ୍ଚେଶ୍ଵର ଅଞ୍ଚଳର ରଙ୍ଗମାଟିଆ ଗ୍ରାମବାସୀ ଶ୍ୟାମ ସୁନ୍ଦର ସାହୁ (୭୨ ବର୍ଷ)ଙ୍କ ଝିଅ ସସ୍ମିତା କୁହନ୍ତି ଆମେ ଏକ ନିମ୍ନ ମଧ୍ୟବିତ୍ତ ପରିବାରର ଲୋକ। ଅଧିକ ବୟସ ହେତୁ…

“ୟୁଜର୍ ଏକ୍ସପିରିଏନ୍ସ ଓ ଡିଜାଇନ୍ ସିଷ୍ଟମ୍” ରାଜ୍ୟସ୍ତରୀୟ ସଚେତନତା ଓ କର୍ମଶାଳା ଆୟୋଜିତ

ଭୁବନେଶ୍ୱର:  ଲୋକସେବା ଭବନ କନଭେନସନ ସମ୍ମିଳନୀ କେନ୍ଦ୍ରରେ ଉପଭୋକ୍ତା ଅଭିଜ୍ଞତା ଏବଂ ଡିଜାଇନ୍ ସିଷ୍ଟମ ଉପରେ ରାଜ୍ୟସ୍ତରୀୟ ସଚେତନତା ଏବଂ ସମ୍ବେଦନଶୀଳତା କର୍ମଶାଳା ଆୟୋଜିତ ହୋଇଛି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ  ବିଶାଳ କୁମାର ଦେବ ଏହି  କର୍ମଶାଳାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଡିଜିଟାଲ୍ ସେବାର ମୂଳକେନ୍ଦ୍ରରେ ନାଗରିକଙ୍କ ଆବଶ୍ୟକତାକୁ ରଖି, ସୁଗମ ଓ ସମାବେଶୀୟ ପ୍ଲାଟଫର୍ମ ସୃଷ୍ଟି କରିବା ଆମର ପ୍ରାଥମିକତା ହେବା ଦରକାର …

କ୍ଷୁଦ୍ର ମାଣ୍ଡିଆ, ଚାଉଳ କଳ ପରିଚାଳନା ଏବଂ ବ୍ୟବସାୟ ରଣନୀତି ଉପରେ ଏକ ଦିବସୀୟ କର୍ମଶାଳା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନର ସମ୍ମିଳନୀ କକ୍ଷରେ “ମୂଲ୍ୟ ବୃଦ୍ଧିକରଣ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ନେତୃତ୍ୱାଧୀନ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା” ପ୍ରକଳ୍ପ ଅଧୀନରେ କ୍ଷୁଦ୍ର ମାଣ୍ଡିଆ, ଚାଉଳ କଳ ପରିଚାଳନା ଏବଂ ବ୍ୟବସାୟ ପରିଚାଳନା ରଣନୀତି ଉପରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ, ମିଶନ ଶକ୍ତି ବିଭାଗ ଏବଂ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ (IRRI) ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି ମାଧ୍ୟମରେ ଏହି ପ୍ରକଳ୍ପ…