ଶକ୍ତି ସଞ୍ଚୟ ହେଉଛି ଶକ୍ତି ଉତ୍ପାଦନ

ଭୁବନେଶ୍ୱର: ଜାତୀୟ ଶକ୍ତି ସଂରକ୍ଷଣ ଦିବସ ୨୦୨୫ ଅବସରରେ, ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଭୁବନେଶ୍ୱରର ଲୋକସେବା ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶକ୍ତି ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ଏବଂ ଶକ୍ତି ଦକ୍ଷତାରେ ଉଲ୍ଲେଖନୀୟ ଅବଦାନକୁ ପାଳନ କରାଯାଇଥିଲା। ସକାଳେ ଉପ-ମୁଖ୍ୟମନ୍ତ୍ରୀ ଶକ୍ତି ସଂରକ୍ଷଣ ସଚେତନତା ପଦଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ, ଯେଉଁଥିରେ ପ୍ରମୁଖ ଶାସନ ସଚିବ…

ଇଣ୍ଡୋକ୍ରିପ୍ଟ ୨୦୨୫: କ୍ରିପ୍ଟୋଗ୍ରାଫି ଓ ସୂଚନା ସୁରକ୍ଷା ବିଷୟରେ ଚାରିଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ

 ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଇଣ୍ଟରନ୍ୟାସନାଲ୍ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ଇନ୍‌ଫର୍ମେସନ୍ ଟେକ୍ନୋଲୋଜି (ଆଇଆଇଆଇଟି)  ‘ଇଣ୍ଡୋକ୍ରିପ୍ଟ’୨୦୨୫ ଉଦଘାଟିତ ହୋଇଛି। ଏହି ଚାରିଦିନିଆ ଆନ୍ତର୍ଜାତିକ ସମ୍ମିଳନୀରେ କ୍ରିପ୍ଟୋଗ୍ରାଫି ଓ ସୂଚନା ସୁରକ୍ଷା ଉପରେ ଆଲୋଚନା ହେବ। ଏହି ସମ୍ମିଳନୀରେ ବିଶ୍ୱରୁ ଆସିଥିବା ପ୍ରମୁଖ ଗବେଷକ, ଶିକ୍ଷାବିଦ୍, ଶିଳ୍ପ ନିପୁଣ ଓ ନୀତିନିର୍ଦ୍ଦେଶକ ମାନେ ଯୋଗଦେବେ। ଏହି ସମ୍ମିଳନୀ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ  ଅଧ୍ୟକ୍ଷତା କରିଥିଲେ।…

ରାଜ୍ୟ ବିହନ ଜୈବ ଉତ୍ପାଦ ପ୍ରମାଣନ ସଂସ୍ଥାର ୫୧ତମ ଓ ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥାର ପଞ୍ଚମ ପରିଚାଳନାମଣ୍ଡଳୀ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: କୃଷି ଭବନ ସମ୍ମିଳନୀ କକ୍ଷରେ ଓଡ଼ିଶା ରାଜ୍ୟ ବିହନ ଜୈବ ଉତ୍ପାଦ ପ୍ରମାଣନ ସଂସ୍ଥାର ୫୧ତମ ଓ  ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥାର ପଞ୍ଚମ ପରିଚାଳନାମଣ୍ଡଳୀ  ବୈଠକ କୃଷି ଓ କୃଷକ ସଶକ୍ତି କରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ ଅରବିନ୍ଦ ପାଢୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଜୈବିକ କୃଷି, ଜୈବିକ ପ୍ରମାଣନ ତଥା ପ୍ରମାଣିତ ବିହନ ଚାଷୀ ମାନଙ୍କ ପାଇଁ ଏକ ନୂତନ ସୁଯୋଗ ସୃଷ୍ଟି କରୁଛି। ରାଜ୍ୟ ସରକାରଙ୍କ…

ଡିଜିଟାଲ ସର୍ବେକ୍ଷଣରେ ଓଡ଼ିଶା ସରକାରଙ୍କୁ ଭାରତ ସରକାରଙ୍କ ପ୍ରଶଂସା

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏଗ୍ରିଷ୍ଟାକ୍‌ ସଂପର୍କିତ ରାଜ୍ୟସ୍ତରୀୟ ପରିଚାଳନା କମିଟି  ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଗ୍ରିଷ୍ଟାକ୍‌ ହେଉଛି ଭାରତ ସରକାରଙ୍କ ଦ୍ୱାରା ବିକଶିତ ଏକ ଏକୀକୀତ କୃଷି ତଥ୍ୟ ପ୍ଲାଟ୍‌ଫର୍ମ। ଏଥିରେ କୃଷକଙ୍କର ରହିଥିବା ଜମି, ଫସଲ ସମ୍ବନ୍ଧୀୟ ସୂଚନା ଏକାଠି ଡିଜିଟାଲ ମାଧ୍ୟମରେ ରଖାଯିବା ବ୍ୟବସ୍ଥା ରହିଛି, ଯଦ୍ୱାରା କୃଷକଙ୍କୁ ଡିଜିଟାଲ ମାଧ୍ୟମରେ ଉଦ୍ଦିଷ୍ଟ ସେବା ଠିକ୍‌ ଭାବେ ପହଁଚାଇବାରେ ସହଜ କରିବ। ଏଗ୍ରିଷ୍ଟାକ୍‌ ଅଧିନରେ ଫସଲର…

କୃଷିର ନିରନ୍ତର ଅଭିବୃଦ୍ଧି ପାଇଁ ଶୀତଳ ଭଣ୍ଡାର ଏକ ସହାୟକ ପରିବେଶ ସୃଷ୍ଟି କରିବ: ଉପ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: APICOL, ASSOCHAMର ମିଳିତ ସହଯୋଗରେ, ଆଇଟିସି ୱେଲକମ ହୋଟେଲ ଠାରେ ଶୀତଳ ଭଣ୍ଡାର କନକ୍ଲେଭ ଏବଂ କ୍ରେତା-ବିକ୍ରେତା ସମ୍ମିଳନୀ ୨୦୨୫ ସଫଳତାର ସହିତ ଆୟୋଜନ ହୋଇଯାଇଛି, ଯାହା ନୀତି ନିର୍ଦ୍ଧାରକ, ଶିଳ୍ପ ନେତା, କୃଷି-ଉଦ୍ୟୋଗୀ, ଚାଷୀ ଗୋଷ୍ଠୀ, ଆର୍ଥିକ ପ୍ରତିଷ୍ଠାନ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରଦାନକାରୀଙ୍କୁ ଏକତ୍ରିତ କରିଛି। ଏହା ଦ୍ୱାରା ଓଡ଼ିଶାର ଶୀତଳ ଭଣ୍ଡାର ଓ ଅମଳ ପରବର୍ତ୍ତୀ ଭିତ୍ତିଭୂମିର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରାଯାଇପାରିବ। ଏହି କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ…

ପାଞ୍ଚ ବର୍ଷରେ ଖାଲିଥିବା ସମସ୍ତ ଦେଢ ଲକ୍ଷ ପଦ ପୂରଣ ହେବ

ଭୁବନେଶ୍ୱର : ଯିଏ ଯେଉଁ ପଦବୀରେ ବି ଅବସ୍ଥାପିତ ଥାଆନ୍ତୁ ନା କାହିଁକି, ସରକାରୀ ଚାକିରୀକୁ ସବୁବେଳେ ଜନସେବା ଭାବେ ମନେ କରିବେ। ସରକାରୀ ଚାକିରି ମିଳିଯିବା ପରେ କେବେହେଲେ କାର୍ଯ୍ୟରେ ଅବହେଳା କରିବେ ନାହିଁ  ଓ ଦୁର୍ନୀତି ଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ଠାରେ ଆୟୋଜିତ ତ୍ରୟୋଦଶ ନିଯୁକ୍ତି ମେଳା ୨୦୨୫ ଅବସରରେ ନବନିଯୁକ୍ତ ମାନଙ୍କୁ ଉପଦେଶ ଦେଇ କହିଛନ୍ତି।ଆଜିର…

ଉତ୍ତମ ପରିଚାଳନା ଭାରତ ଅଭିବୃଦ୍ଧିର ଚାବିକାଠି: ରାଜ୍ୟପାଳ

ଭୁବନେଶ୍ୱର : ମୂଲ୍ୟବୋଧରେ ପରିଚାଳିତ ଏବଂ ଜ୍ଞାନ ଦ୍ୱାରା ସୂଚିତ ଉତ୍ତମ ପରିଚାଳନା ଜାତୀୟ ବିକାଶ ପଛରେ ଅନ୍ୟତମ ପ୍ରଭାବଶାଳୀ ଶକ୍ତି ଅଟେ ବୋଲି ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି କହିଛନ୍ତି। ଗୁରୁବାର ଦିନ ସୋଆ ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟ ସ୍କୁଲ୍ସ (AIMS) ର ବାର୍ଷିକ ମ୍ୟାନେଜମେଣ୍ଟ ସମ୍ମିଳନୀ ୨୦୨୫ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିବା ଅବସରରେ ରାଜ୍ୟପାଳ ଏହା କହିଛନ୍ତି। ଏହି ସମ୍ମିଳନୀରେ ଯୋଗଦେବା…

ସମସ୍ତ କୃଷି ଋଣ ସମବାୟ ସମିତି କାର୍ଯ୍ୟପ୍ରଣାଳୀରେ ସ୍ୱଚ୍ଛତା ବଢ଼ାଇବା ପାଇଁ ରାଜ୍ୟ ସମବାୟ ନିବନ୍ଧକଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର : ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ନିର୍ଦ୍ଦେଶାନୁସାରେ, ଓଡିଶା ସରକାରଙ୍କ ସମବାୟ ବିଭାଗ ରାଜ୍ୟର ସମସ୍ତ କୃଷି ଋଣ ସମବାୟ ସମିତି (PACS ଏବଂ LAMPCS) ମାନଙ୍କର କାର୍ଯ୍ୟପ୍ରଣାଳୀରେ ସ୍ୱଚ୍ଛତା ବଢ଼ାଇବା ଏବଂ ସଦସ୍ୟ ସହଭାଗୀତା ସୁଦୃଢ଼ କରିବା ପାଇଁ ରାଜ୍ୟ ସମବାୟ ନିବନ୍ଧକଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଜାରି କରିବାକୁ କହିଛନ୍ତି। ଏହା ଅନୁଯାୟୀ, ରାଜ୍ୟ ସମବାୟ ନିବନ୍ଧକ  (RCS) ସମସ୍ତ ସମବାୟ ସମିତିକୁ ନିର୍ଦ୍ଦେଶ ଜାରି କରିଛନ୍ତି।…

୧୮ତମ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା ଉଦଘାଟିତ

ଭୁବନେଶ୍ୱର: ଇଡ଼କୋ ପ୍ରଦର୍ଶନୀ ପଡିଆ ଠାରେ ୧୮ତମ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା ୨୦୨୫ ଉଦଘାଟିତ ହୋଇଯାଇଛି। ଉଦ୍ଘାଟନୀ ସମାରୋହରେ ଜଙ୍ଗଲ ଓ ପରିବେଶ, ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଏହି କଳିଙ୍ଗ ହର୍ବାଲ ମେଳା କେବଳ ଏକ ମେଳା ନୁହେଁ, ଏହା ଆମର ପରମ୍ପରା, ଆୟୁର୍ବେଦ ଐତିହ୍ୟ, ଜଙ୍ଗଲ ଓ ପ୍ରକୃତିର ଦାନକୁ ସମ୍ମାନ କରିବାର ଏକ ଅତ୍ୟନ୍ତ ଗର୍ବର…

ରାଜ୍ୟରେ ଫର୍ଟିଲାଇଜର ପ୍ଲାଣ୍ଟ ସ୍ଥାପନ ହେବ

ଭୁବନେଶ୍ୱର : ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ରାଜ୍ୟରେ ସାର ଉତ୍ପାଦନ ନେଇ ଆଲୋଚନା ହୋଇଥିଲା। ଏହି ବୈଠକରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦ୍ଦେଶକ ଶୁଭମ ସକ୍ସେନା ମଧ୍ୟ ଉପସ୍ଥିତ ଥିଲେ। ଓଡ଼ିଶାର କୃଷି କ୍ଷେତ୍ରରେ ଆଖିଦୃଶିଆ ଉନ୍ନତି ହୋଇଥିବା ଏବଂ ଚାଷ ପ୍ରତି ଯୁବପିଢ଼ି ଅନୁଗାମୀ ହୋଇଥିବା କାରଣରୁ…