ତାରକସି ହବକୁ ମିଳିବ ଐହିହ୍ୟ ଶିଳ୍ପୀ ଗ୍ରାମର ମାନ୍ୟତା: ଉପମୁଖ୍ୟମନ୍ତ୍ରୀ

କଟକ/ଭୁବନେଶ୍ୱର:  ରୌପ୍ୟ ନଗରୀ କଟକର ଅନ୍ୟତମ ଐତିହ୍ୟ ତାରକସିକୁ ବିଶ୍ୱ ଦରବାରରେ ପହଂଚାଇବା ନିମନ୍ତେ କଟକଠାରେ ରୌପ୍ୟ ତାରକସି ସର୍ବସାଧାରଣ ସୁବିଧା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କଟକ ସିଡିଏ ସେକ୍ଟର ୬ ସ୍ଥିତ ବିଡାନାସୀ ପେଟାନାଳଠାରେ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରି ଏହି କେନ୍ଦ୍ର କଟକର ପରମ୍ପରାକୁ ସଂରକ୍ଷଣ କରିବା ସହିତ ନବସୃଜନକୁ ଆପଣାଇ ତାରକସି କାରିଗରମାନଙ୍କୁ ସଶକ୍ତ କରିବା ସହ କଟକ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ…

ଭର୍ଜିନ୍ ଲ୍ୟାଣ୍ଡ ସିକ୍ୟୁରିଟି ଶିଖର ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦୟ ଇଣ୍ଡିଆ ଦ୍ୱାରା ପ୍ରାୟୋଜିତ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସେଣ୍ଟରରେ ଅନୁଷ୍ଠିତ ଭର୍ଜିନ୍ ଲ୍ୟାଣ୍ଡ ସିକ୍ୟୁରିଟି ଶିଖର ସମ୍ମିଳନୀରେ ଯୋଗଦେଇଛନ୍ତି। ଭାରତରେ ୬୦ ନିୟୁତ ହେକ୍ଟରରୁ ଅଧିକ ଅନୁର୍ବର କିମ୍ବା ଅବ୍ୟବହୃତ ଜମି ଅଛି ଏବଂ ଏଥିରୁ ପ୍ରାୟ ୨୦ ନିୟୁତ ଜୈବିକ କୃଷି ପାଇଁ ଉପଯୁକ୍ତ। ଜୈବିକ ଉତ୍ପାଦର ବିଶ୍ୱ ଚାହିଦା ବୃଦ୍ଧି ପାଇବା ସହିତ, ଏହା ଆମର କୃଷକମାନଙ୍କ…

‘ପି.ଏମ୍ କିଷାନ ଯୋଜନାରେ ସମସ୍ତ ଯୋଗ୍ୟ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା ଲକ୍ଷ୍ୟ’

ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କୁ ପି.ଏମ୍ କିଷାନ ସହାୟତା ରାଶିର ୨୦ତମ କିସ୍ତି ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର ବାରାଣାସୀ ଠାରେ ଉପସ୍ଥିତ ରହି, ପି.ଏମ୍ କିଷାନର କିସ୍ତି ବାବଦରେ ସାରା ଦେଶର ୯.୭ କୋଟି ଚାଷୀଙ୍କୁ ୨୦୦୦ ଟଙ୍କା…

ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ନିମନ୍ତେ ସାମୁହିକ ଉଦ୍ୟମ ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

ଭୁବନେଶ୍ୱର: ୨୦୩୬ ମସିହା ସୁଦ୍ଧା ଏକ ବିକଶିତ ଓଡ଼ିଶା ଓ ୨୦୪୭ ମସିହା ସୁଦ୍ଧା ଏକ ବିକଶିତ ଭାରତ ନିମନ୍ତେ ସାମୁହିକ ଉଦ୍ୟମ ପାଇଁ ରାଜ୍ୟପାଳ ଡ଼ ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତିI ଭୁବନେଶ୍ୱରରେ ଆୟୋଜିତ ବିଶ୍ୱ ବାଣିଜ୍ୟ ଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତିI ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଆନ୍ତର୍ଜାତୀୟ ବାଣିଜ୍ୟ କେବଳ ସାମଗ୍ରୀ ଓ ସେବାର ବିନିମୟ ନୁହେଁ,…

ଖରିଫ୍‌ ଧାନ କ୍ରୟ ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି

ଭୁବନେଶ୍ୱର: ରାଜ୍ୟରେ ଖରିଫ ଋତୁ ଧାନ କ୍ରୟ ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ଗତ ମାସ ୧୯ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏଥିପାଇଁ ଚାଷୀମାନଙ୍କ ମଧ୍ୟରେ ପଞ୍ଜୀକରଣ ପାଇଁ ଆଗ୍ରହ ପରିଲକ୍ଷିତ ହେଉଛି। ଚାଷୀମାନେ ନିକଟସ୍ଥ ପ୍ରାଥମିକ କୃଷି ସମବାୟ ସମିତି ପ୍ୟାକସ୍‌, ଲ୍ୟାମ୍ପସ୍‌ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କିମ୍ବା ପାଣିପଞ୍ଚାୟତରେ ଆଗୁଆ ପଞ୍ଜୀକରଣ କରୁଛନ୍ତି। ଚଳିତ ବର୍ଷ ଆଜି…