ଦୁର୍ଦ୍ଦାନ୍ତ ମାଓବାଦୀ ହିଡମା ଗିରଫ

ଭୁବନେଶ୍ୱର: ମାଓବାଦୀ ଅଭିଯାନ କ୍ଷେତ୍ରରେ କୋରାପୁଟ ପୋଲିସକୁ ଏକ ବଡ ସଫଳତା ମିଳିଛି ।  ଦୁର୍ଦ୍ଦାନ୍ତ ମାଓବାଦୀ କୁଞ୍ଜାମ ହିଡମା ଓରଫ ମୋହନକୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି। ମାଓବାଦୀ ହିଡମା ଓରଫ ମୋହନ ଛତିଶଗଡ଼ର ବିଜାପୁର ଜିଲ୍ଲା ଉସୁର ଥାନା ଅଞ୍ଚଳର ନିବାସୀ ବୋଲି କୋରାପୁଟ ପୋଲିସ ମୁଖ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଏସପି ରୋହିତ ବର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।  ସେ କହିଛନ୍ତି ଯେ, ପୋଲିସ ତା ନିକଟରୁ ଗୋଟିଏ…

ଅନଲାଇନ କ୍ରିକେଟ୍ ବେଟିଂରେ ଠକାମି: ଦୁଇ ଗିରଫ

କଟକ : ଅନଲାଇନ ଗେମରେ କ୍ରିକେଟ ବେଟିଂ  ମାଧ୍ୟମରେ  ୧ କୋଟି ୮ ଲକ୍ଷ ଟଙ୍କା ଠକାମି କରିଥିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ  ଦୁଇଜଣଙ୍କୁ ଗିରଫ କରିଛି । ଦୁଇ ଅଭିଯୁକ୍ତ ହେଉଛନ୍ତି, ପଶ୍ଚିମବଙ୍ଗର ବାସିନ୍ଦା ଏସ୍.କେ. ୱାସିଉଲ୍ ଇସଲାମ୍ ଓରଫ ରୋହନ୍ ଏବଂ ଭୁବନେଶ୍ୱର ଖାରବେଳନଗର ଅଞ୍ଚଳର ଜ୍ୟୋତି ପ୍ରକାଶ ପଲ୍ଲାଇ। ପୋଲିସ ଅଭିଯୁକ୍ତଙ୍କ ଠାରୁ ପାସବୁକ୍, ଚେକ୍, ମୋବାଇଲ୍ ଫୋନ୍, ସିମ୍ କାର୍ଡ, GST ସାର୍ଟିଫିକେଟ୍, ଆଧାର ଏବଂ ପାନ କାର୍ଡ ଜବତ…

ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ

ଭୁବନେଶ୍ୱର : ବଂଶଧାରା- ଘୁମୁସର- ନାଗାବଳି ( BGN) ଡିଭିଜନର ଘୁମସର ଏରିଆ କମିଟିର  ଦୁର୍ଦ୍ଦାନ୍ତ ମାଓବାଦୀ ବିଜୟ ପୁନେମ ଓରଫ ଅଜୟ  ରାୟଗଡା ଜିଲ୍ଲା ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ଼ର ବିଜାପୁର ଜିଲ୍ଲା ହୁସୁର ଥାନା ଅଞ୍ଚଳର  ନିବାସୀ ବିଜୟ ଗୋଟିଏ ପିସ୍ତଲ୍ ଓ 8 ରାଉଣ୍ଡ ଗୁଳି ସହିତ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାମରେ ଓଡିଶା ସରକାରଙ୍କ ତରଫରୁ 4 ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ସେ କନ୍ଧମାଳ ଜିଲ୍ଲା ଓ…

” ସାଇବର ଅପରାଧର ତଦନ୍ତ ଏବଂ ସାଇବର ବୁଦ୍ଧିମତ୍ତା” ସମ୍ପର୍କିତ କର୍ମଶାଳା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ସାଇବର କମ୍ପ୍ଲେକ୍ସ ଠାରେ ରାଜ୍ୟ କ୍ରାଇମବ୍ରାଞ୍ଚ ଆନୁକୂଲ୍ୟରେ  ” ସାଇବର ଅପରାଧର ତଦନ୍ତ ଏବଂ ସାଇବର ବୁଦ୍ଧିମତ୍ତା” ସମ୍ପର୍କିତ ଏକ କର୍ମଶାଳା ଉଦଘାଟିତ ହୋଇଯାଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କର୍ମଶାଳାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।  ଆଗାମୀ ଦିନରେ ସାଇବର ଅପରାଧକୁ ରୋକିବାକୁ  ରାଜ୍ୟର ସମସ୍ତ ରେଞ୍ଜ ଏବଂ ଜିଲ୍ଲା ସ୍ତରରେ “ସାଇବର ଅପରାଧ ତଦନ୍ତ” ସମ୍ପର୍କିତ କର୍ମଶାଳାର ଆୟୋଜନ କରାଯିବ…

ଜ୍ୟୋତିଙ୍କ ସହିତ ସମ୍ପର୍କ ରଖି ଅଡୁଆରେ ପ୍ରିୟଙ୍କା

ପୁରୀ: ପାକିସ୍ତାନ ପକ୍ଷରୁ ଗୁପ୍ତଚର ବୃତ୍ତିରେ ଲିପ୍ତ ଥିବା ସନେ୍ଦହରେ ଗିରଫ ହୋଇଥିବା ଜ୍ୟୋତି ମାଲହୋତ୍ରାଙ୍କର ପୁରୀର ଜଣେ ଯୁବତୀ ପ୍ରିୟଙ୍କା ସେନାପତିଙ୍କର ସମ୍ପର୍କ ରହିଥିବା ଏବଂ ସେ ମଧ୍ୟ ସୀମାପାର ଗୁପ୍ତଚର ବୃତ୍ତିରେ ସଂପୃକ୍ତ ଥିବା ସନେ୍ଦହରେ ତଦନ୍ତକୁ ବ୍ୟାପକ କରାଯାଇଛି । ଇତିମଧ୍ୟରେ ପ୍ରିୟଙ୍କାଙ୍କ ବ୍ୟାକ ଆକାଉଣ୍ଟ ଏବଂ ମାଲହୋତ୍ରାଙ୍କ ସହିତ ତାଙ୍କର ସମ୍ପର୍କ ବିଷୟରେ ତଦନ୍ତ କରାଯାଉଛି । ସୂଚନାଯୋଗ୍ୟ ଯେ ଟ୍ରାଭେଲ ବ୍ଲଗର ଜ୍ୟୋତି ମାଲହୋତ୍ରା ଏବଂ ସେ ୟୁଟୁ୍ୟବରେ ବନ୍ଧୁ…

ଛତିଶଗଡରେ ଏନକାଉଣ୍ଟର: ୩୦ ନକ୍ସଲ ନିହତ

ଋାୟପୁର: ଛତିଶଗଡରେ ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନରେ ୩୦ ଜଣ ନକ୍ସଲଙ୍କର ମୃତୁ୍ୟ ଘଟିଛି । ସେମାନଙ୍କ ମଧ୍ୟରେ ଜଣେ ତୁଙ୍ଗ ନକ୍ସଲ ନେତା ବାସବରାଜ ରହିଥିବା ଜଣାଯାଇଛି । ନାମ୍ବଲା କେଶବ ରାଓ ଓରଫ ବାସବରାଜଙ୍କ ମୁଣ୍ଡ ଉପରେ ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ସେ ମଧ୍ୟ ବେଆଇନ ଘୋଷିତ କମୁ୍ୟନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାଓଇଷ୍ଟ)ର ସାଧାରଣ ସମ୍ପାଦକ ରହିଥିଲେ । ସୂଚନାଯୋଗ୍ୟ ଯେ ଏହି ତୁଙ୍ଗ ନକ୍ସଲନେତା ୧୯୭୦…

ଅଶୋକା ପ୍ରଫେସରଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ: ଅଶୋକା ବିଶ୍ୱବିଦ୍ୟାଳୟ ପ୍ରଫେସର ଅଲି ଖାଁ ମାହମୁଦାବାଦଙ୍କୁ ସୁପ୍ରିମକୋର୍ଟ ବୁଧବାର ତାଙ୍କର ଅପରେସନ ସିନ୍ଦୁରକୁ ନେଇ ଆପତ୍ତିଜନକ ପୋଷ୍ଟ ମାମଲାରେ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି । ତେବେ ଏହି ମାମଲାର ତଦନ୍ତ ସ୍ଥଗିତ ରଖିବାକୁ ମାହମୁଦାବାଦଙ୍କ ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଅଗ୍ରାହ୍ୟ କରିଦେଇଛନ୍ତି । ସୁପ୍ରିମକୋର୍ଟର ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଏନ କେ ସିଂଙ୍କୁ ନେଇ ଗଠିତ ପୀଠ ଏଭଳି ମନ୍ତବ୍ୟ ଦେବା ସମୟକୁ ନେଇ ମଧ୍ୟ ଭର୍ତ୍ସନା କରିଛନ୍ତି । ଏହା…

ସରକାରୀ କ୍ୱାର୍ଟର୍ସରେ ଚାଲିଥିଲା ହୋଟେଲ ଓ ମଣ୍ଡପ: ଉଚ୍ଛେଦ ଆରମ୍ଭ

ଭୁବନେଶ୍ୱର: ସରକାରୀ କ୍ୱାର୍ଟର୍ସଗୁଡିକୁ ଜବର ଦଖଲ କରାଯାଇ ସେଠାରେ ହୋଟେଲ, କଲ୍ୟାଣ ମଣ୍ଡ ଏବଂ ଗୋଦାମ ଆଦି ଚାଲିଥିଲା । ଗୋଟିଏ ଦୁଇଟି ନୁହେଁ, ପ୍ରାୟେ ୧୦୦ଟି କ୍ୱାର୍ଟର୍ସ ଏହିଭଳି ବ୍ୟବହାର କରାଯାଉଥିଲା । ଭୁବନେଶ୍ୱର ମହାନଗରର ୟୁନିଟ ୨ ଅଞ୍ଚଳରେ ସରକାରୀ କ୍ୱାର୍ଟର୍ସ ଏହିଭଳି ଜବରଦଖଲ କରାଯାଇ ବ୍ୟବସାୟିକ ଉଦେ୍ଦଶ୍ୟରେ ବ୍ୟବହାର କରାଯାଉଥିଲେ ମଧ୍ୟ ତାହା କିଭଳି କାହା ନଜରରେ ପଡୁନଥିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନାଯୋଗ୍ୟ ଯେ ରାଜଧାନୀ ପୁନଃବିକାଶ ପ୍ରକଳ୍ପ…

ପାକ ଅଧିକାରୀଙ୍କ ସମ୍ପର୍କରେ ଥିଲେ ଜ୍ୟୋତି ମାଲହୋତ୍ରା

ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୋଇନ୍ଦାଗିରି କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ୟୁଟୁ୍ୟବର ଜ୍ୟୋତି ମାଲହୋତ୍ରା ପାକିସ୍ତାନର କିଛି ଅଧିକାରୀଙ୍କ ସହିତ ନିୟମିତ ସମ୍ପର୍କରେ ଥିବା ସ୍ୱୀକାର କରିଛନ୍ତି । ଜ୍ୟୋତି କହିଛନ୍ତି, ସେ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନର ଜଣେ ଅଧିକାରୀଙ୍କ ସହିତ ବରାବର ଯୋଗାଯୋଗରେ ରହିଥିଲେ । ହିସାର ପୋଲିସ ମୁଖପାତ୍ର ବିକାଶ କୁମାରଙ୍କ କହିବା ଅନୁଯାୟୀ ଜ୍ୟୋତିଙ୍କୁ ଜେରା ସମୟରେ ସେ କହିଛନ୍ତି, ପାକିସ୍ତାନ ହାଇକମିଶନରେ ଥିବା ଜଣେ ପାକିସ୍ତାନୀ ନାଗରିକ ତଥା ଉକ୍ତ ହାଇକମିଶନର…

‘ହାଫିଜ ସଇଦକୁ ହସ୍ତାନ୍ତର କର, ସବୁ ସମସ୍ୟାର ସମାଧାନ ହୋଇଯିବ’

ନୂଆଦିଲ୍ଲୀ: ଅପରେସନ ସିନ୍ଦୁର ସ୍ଥଗିତ ରହିଛି, ଶେଷ ହୋଇନାହିଁ ବୋଲି ଇସ୍ରାଏଲରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଜେ ପି ସିଂ କହିଛନ୍ତି । ଏଥିସହିତ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାର ଅଭିଯୁକ୍ତ ଆତଙ୍କବାଦୀମାନଙ୍କୁ ଭାରତକୁ ହସ୍ତାନ୍ତର କରିବାକୁ ସେ ପାକିସ୍ତାନକୁ ଅନୁରୋଧ କରିଛନ୍ତି । ଏହି ଅବସରରେ ସେ ସତର୍କ କରାଇଦେଇ କହିଛନ୍ତି ଯେ, ସୀମାପାର ଆତଙ୍କବାଦ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନ ଜାରି ରହିବ । ପାକିସ୍ତାନ ମନେରଖିବା ଉଚିତ ଯେ ଅପରେସନ ସିନ୍ଦୁର ସ୍ଥଗିତ…