ରାଜ୍ୟପାଳଙ୍କୁ ସାକ୍ଷାତ କଲେ ମୋଂଟାନା ପ୍ରତିନିଧିମଣ୍ଡଳୀ

ଭୁବନେଶ୍ୱର: ଯୁକ୍ତରାଷ୍ଟ୍ର ଆମେରିକାର ମୋଂଟାନାରୁ ଆସିଥିବା ଏକ ୧୦ ଜଣିଆ ପ୍ରତିନିଧିମଣ୍ଡଳୀ ଗୁରୁବାର ଦିନ ଓଡିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟିଙ୍କୁ ରାଜଭବନରେ ସାକ୍ଷାତ କରିଥିଲେ। ଇଣ୍ଡିଆ ଟ୍ରେକ – ୨୦୨୫ କାର୍ଯ୍ୟକ୍ରମରେ ପ୍ରତିନିଧିମଣ୍ଡଳୀ ଭାରତ ଗସ୍ତରେ ଅଛନ୍ତି। ପ୍ରତିନିଧିମଣ୍ଡଳୀଙ୍କୁ ସ୍ୱାଗତ ଜଣାଇ ରାଜ୍ୟପାଳ ଓଡିଶାର ସମୃଦ୍ଧ ସଂସ୍କୃତି, କଳା ଏବଂ ସାମାଜିକ ପ୍ରଗତି ବିଷୟରେ ଅବଗତ କରାଇଥିଲେ। ପ୍ରତିନିଧିମଣ୍ଡଳୀ ଭାରତର ବିବିଧତା ଅନୁସନ୍ଧାନ କରିବାକୁ ରାଜ୍ୟପାଳ ଗୁରୁତ୍ୱାରୋପ କରି ଏପରି ପରିଦର୍ଶନ ବିଭିନ୍ନ ଦେଶର…

“ଶବରୀ ଭବନ ଆଦିବାସୀ ଯୁବ ଓ ନେତୃତ୍ୱର ଉଦୟ ପାଇଁ ଏକ ମଞ୍ଚ ହେବ ”

ଭୁବନେଶ୍ୱର: ଶବରୀ ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଭୁବନେଶ୍ୱରସ୍ଥ IRC Village ଠାରେ କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ନିମନ୍ତେ “ଶବରୀ ସାଂସ୍କୃତିକ ଭବନ” କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିବା ସହିତ ଏହି ସ୍ୱଳ୍ପ ରହଣି ସ୍ଥାନର ଉନ୍ନତିକରଣ ପାଇଁ ୨ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ଏଥିସହିତ, ଏହି ଶବରୀ ଭବନର ସମସ୍ତ ଆବଶ୍ୟକୀୟ ନିର୍ମାଣ ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ…

ବାହୁଡା ଯାତ୍ରା ଏବଂ ସୁନାବେଶ ପାଇଁ ରେଳ ସୁରକ୍ଷା ସମ୍ବନ୍ଧୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କ ବାହୁଡା ଯାତ୍ରା ଏବଂ ସୁନାବେଶରେ ବିପୁଳ ଭକ୍ତସମାବେଶକୁ ଦୃଷ୍ଟିରେ ରଖି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ପୂର୍ବତଟ ରେଳପଥ, ଭୁବନେଶ୍ୱରର ମହାପ୍ରବନ୍ଧକଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇ ପୁରୀ ରେଳ ଷ୍ଟେସନରେ ଭିଡ଼ ପରିଚାଳନା ଏବଂ ଯାତ୍ରୀ ସୁରକ୍ଷା ପ୍ରୋଟୋକଲର ସମୀକ୍ଷା କରିଛନ୍ତି। ଡିଜିପି, ଏଡିଜି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ପୁରୀରେ ଆସିବାକୁ ଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ସୁରକ୍ଷା…

ଭକ୍ତି ଓ ଆଧ୍ୟାତ୍ମିକ ଭରା ସଙ୍ଗୀତ କାର୍ଯ୍ୟକ୍ରମ ‘ଗୁହାରି ୨୦୨୫’ର ଦ୍ୱିତୀୟ ସଂଧ୍ୟା

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ନିବେଦିତ ଶ୍ରୀ ଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ‘ଗୁହାରି ୨୦୨୫’ର ଆଜି ଥିଲା ଦ୍ୱିତୀୟ ସଂଧ୍ୟା। ଶ୍ରୀ ମନ୍ଦିରରୁ ତିନି ଗୋଟି ରଥ ବାହାରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଓ ଶ୍ରୀ ଗୁଣ୍ଡିଚା ମନ୍ଦିରରୁ ବାହାରି ଶ୍ରୀମନ୍ଦିର ଯାତ୍ରା ଅତୀବ ରହସ୍ୟମୟ। ଅଗଣିତ ବିଶ୍ୱବାସୀଙ୍କ ଆଶା ଓ ଆକାଂକ୍ଷା ଏବଂ ଉଦ୍ଦୀପନାର ଏ ଯାତ୍ରା,…

ପବିତ୍ର ରଥଯାତ୍ରା ଉପଲକ୍ଷେ ଶ୍ରୀ ଜଗନ୍ନାଥ ଭକ୍ତି ସଂଗୀତ ସମାରୋହ – ‘ଗୁହାରି ୨୦୨୫’

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଶ୍ରୀ ଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି ୨୦୨୫’ର ଉଦ୍ଘା୍ଟନୀ ଉତ୍ସବ ଭୁବନେଶ୍ୱରର ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ଅବସ୍ଥିତ ଉତ୍କଳ ରଙ୍ଗମଞ୍ଚରେ ଏକ ବର୍ଣ୍ଣାଢ୍ୟ ଓ ମନୋଜ୍ଞ ପରିବେଶ ଭିତରେ ଆରମ୍ଭ ହୋଇଯାଇଅଛି। ଏହି ତିନି ଦିନିଆ ସଙ୍ଗୀତ କାର୍ୟ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରର ବିଶିଷ୍ଟ କଣ୍ଠଶିଳ୍ପୀମାନେ ଯୋଗଦାନ…

ପର୍ଯ୍ୟଟନ ଅର୍ଥନୈତିକ ଅଭିବୃଦ୍ଧିର ଏକ ପ୍ରମୁଖ ବାହକ: ରାଜ୍ୟପାଳ

ଭୁବନେଶ୍ୱର : ଓଡିଶାକୁ ବିଶ୍ୱସ୍ତରରେ ଏକ ପ୍ରଶଂସିତ ପର୍ଯ୍ୟଟନ ସ୍ଥଳରେ  ପରିଣତ କରିବା ପାଇଁ ରାଜ୍ୟପାଳ ଡ଼. ହରିବାବୁ କମ୍ଭମ୍ ପାଟି ଆହ୍ୱାନ ଜଣାଇଛନ୍ତି। ଭୁବନେଶ୍ୱରଠାରେ ଓଡିଶା ପର୍ଯ୍ୟଟନ କନକ୍ଲେଭର ଷଷ୍ଠ ସଂସ୍କରଣର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇବା ସହ ଏ ଦିଗରେ ପୂର୍ଣ୍ଣ ସହଯୋଗ ଏବଂ ମାର୍ଗଦର୍ଶନ ଯୋଗାଇ ଦିଆଯିବ ବୋଲି କହିଛନ୍ତି। ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ପର୍ଯ୍ୟଟନ ହେଉଛି ସବୁଠାରୁ…

ପୁରୀ ଠାରେ ସେବା ଶିବିର ଉଦଘାଟନ କଲେ ରାଜ୍ୟପାଳ

ଭୁବନେଶ୍ୱର: ରଥଯାତ୍ରା ଅବସରରେ ସେବା କରିବା ଏକ ଦିବ୍ୟ ସୁଯୋଗ ବୋଲି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମ୍ ପାଟି କହିଛନ୍ତି। ଶ୍ରୀକ୍ଷେତ୍ର ପୁରୀ ଠାରେ ପୃଥିବୀ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଟାଉନ୍ ହଲ୍ ଠାରେ ସେଣ୍ଟ୍ ଜନ୍ ଆମ୍ବୁଲାନ୍ସ୍, ଭାରତ ସ୍କାଉଟ୍ସ୍ ଆଣ୍ଡ୍ ଗାଇଡ୍ସ୍ ଏବଂ ଭାରତୀୟ ରେଡ଼କ୍ରସ ସୋସାଇଟିର ସେବା ଶିବିରକୁ ଉଦଘାଟନ କରି ରାଜ୍ୟପାଳ ଏହା କହିଛନ୍ତି। ଏହି ଶିବିରରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ପବିତ୍ର ରଥଯାତ୍ରା ସମୟରେ…

ଅନ୍ୟ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ଜାତୀୟ ଏକତା ପ୍ରତି ପ୍ରତିବଦ୍ଧତାକୁ ସୁଦୃଢ କରୁଛି- ରାଜ୍ୟପାଳ

ଭୁବନେଶ୍ୱର: ରାଜଭବନରେ ଅନ୍ୟ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ଜାତୀୟ ଏକତା, ପ୍ରଗତି ଏବଂ ଜାତୀୟ ଗର୍ବ ପ୍ରତି ଆମର ପ୍ରତିବଦ୍ଧତାକୁ ସୁଦୃଢ  କରୁଛି ବୋଲି ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି  କହିଛନ୍ତି। ଚଳିତ ଜୁନ ୨୧ ତାରିଖ ଅପରାହ୍ନରେ ନ୍ୟୁ ଅଭିଷେକ ହଲ ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ  ପଶ୍ଚିମବଙ୍ଗ  ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଜ୍ୟପାଳ ଏହା କହିଛନ୍ତି। ଏହି ସମାରୋହରେ ଉଦବୋଧନ ଦେଇ  ରାଜ୍ୟପାଳ କହିଥିଲେ ଯେ, ପ୍ରତ୍ୟେକ…

ବିଶ୍ୱ ସଙ୍ଗୀତ ଦିବସ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ବିଶ୍ୱ ସଙ୍ଗୀତ ଦିବସ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ କାର୍ତ୍ତିକ ଚନ୍ଦ୍ର ସାହୁ ଓ ସାଥୀଙ୍କ ଦ୍ୱାରା ଓଡ଼ିଶୀ କଣ୍ଠ ସଙ୍ଗୀତ, ଯାମିନୀ ରଞ୍ଜନ ଦାଶ ଓ ସାଥୀଙ୍କ ଦ୍ୱାରା ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ, ବାସୁଦେବ ସ୍ୱାଇଁଙ୍କ ଦ୍ୱାରା ବାଦ୍ୟଯନ୍ତ୍ର ଏବଂ ଦେବେନ୍ଦ୍ରନାଥ ଦାଶ ଓ ସାଥୀଙ୍କ ଦ୍ୱାରା ଦାସକାଠିଆ ପରିବେଷଣ…

ଉପମୁଖ୍ୟମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଅଭିନେତ୍ରୀ ନନ୍ଦିତା ଦାସ

ଭୁବନେଶ୍ୱର: ଲୋକସେବା ଭବନରେ ଅଭିନେତ୍ରୀ ଏବଂ ଚଳଚ୍ଚିତ୍ର ନିର୍ମାତା ନନ୍ଦିତା ଦାସ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାର ସମୟରେ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଉପସ୍ଥିତ ଥିଲେ। ଓଡ଼ିଶାର କଳା, ସଂସ୍କୃତିକୁ ବିଶ୍ୱବିଦିତ କରାଇବା ଓ ଓଡିଶା ମାଟିକୁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ…