ଓଡ଼ିଶା- ଡା-ନାଙ୍ଗ ସମ୍ପର୍କ ସ୍ଥାପନ ପାଇଁ ପ୍ରସ୍ତାବ ଦେଲେ ରାଜ୍ୟପାଳ

ଭୁବନେଶ୍ୱର: ଭିଏତନାମକୁ ନିଆଯାଇଥିବା ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷକୁ (ରେଲିକ୍ସ) ଭାରତ ଫେରାଇ ଆଣିବା ପାଇଁ ଭିଏତନାମ ଗସ୍ତ କରିଥିବା ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଓଡ଼ିଶା ଏବଂ ଭିଏତନାମର ଡା-ନାଙ୍ଗ ସିଟି ମଧ୍ୟରେ ପ୍ରଦେଶସ୍ତରୀୟ ସମ୍ପର୍କ ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ସୋମବାର ଦିନ ଡା-ନାଙ୍ଗ ପିପୁଲ୍ସ କମିଟିର ଅଧ୍ୟକ୍ଷ ମହାମହିମ ଲେ ଟ୍ରଙ୍ଗ ଚିନ୍ହଙ୍କ ସହ ସାକ୍ଷାତ ସମୟରେ ରାଜ୍ୟପାଳ ଏହି ପ୍ରସ୍ତାବ ଦେଇଛନ୍ତି। ଏହି ଅବସରରେ ରାଜ୍ୟପାଳ କହିଛନ୍ତି…

ଭିଏତନାମରେ ଐତିହାସିକ ମାଇ ସନ୍ ମନ୍ଦିରରେ ଓଡିଶାର ରାଜ୍ୟପାଳ

ଭୁବନେଶ୍ୱର: ଭାରତରୁ ଭିଏତନାମ ନିଆଯାଇଥିବା ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ ଆଣିବା ପାଇଁ ଏବେ ଭିଏତନାମରେ ଥିବା ଓଡିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ରବିବାର ଦିନ କ୍ୱାଙ୍ଗ୍ ନାମ୍ ପ୍ରଦେଶର ପ୍ରସିଦ୍ଧ ମାଇ ସନ୍ ମନ୍ଦିର ପରିସର ପରିଦର୍ଶନ କରିଥିଲେ । ଏହି ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ସହାୟତାରେ ପୁନରୁଦ୍ଧାର କରାଯାଉଥିବା ବେଳେ ରାଜ୍ୟପାଳଙ୍କ ପରିଦର୍ଶନ ଗୁରୁତ୍ୱ ବହନ କରୁଛି । ମାଇ ସନ୍ ଭିଏତନାମର ସବୁଠାରୁ…

ବିଶ୍ଵପ୍ରସିଦ୍ଧ ରଥଯାତ୍ରା ସୁରକ୍ଷା ବନ୍ଦୋବସ୍ତ ସମ୍ପର୍କରେ ଗୁରୁତ୍ଵପୂର୍ଣ୍ଣ ବୈଠକ

ଆସନ୍ତା ଜୁନ ମାସ ୨୭ ତାରିଖରେ ପୁରୀର ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି I ଏହି ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁପରିଚାଳନା କରିବା ନିମନ୍ତେ ଆଜି ଅପରାହ୍ନରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟIଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା I ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ ରଥଯାତ୍ରାକୁ ଶୃଙ୍ଖଳିତ କରିବା  ପାଇଁ ସକ୍ରିୟ ତଥା ସଜାଗ ରହିବାକୁ ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କୁ …

‘ଗୋଆ ଓ ତେଲାଙ୍ଗାନାର ସ୍ୱତନ୍ତ୍ର ଭାଷା, ସଂସ୍କୃତି, ପ୍ରଥା, ପରଂପରା ଏବଂ ଐତିହ୍ୟ ରହିଛି’

ଭୁବନେଶ୍ୱର: ରାଜଭବନରେ ଗୋଆ ଓ ତେଲାଙ୍ଗାନାର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଓଡିଶାର ପ୍ରଥମ ମହିଳା ଜୟଶ୍ରୀ କମ୍ଭମ୍ପାଟିଙ୍କ ଉପସ୍ଥିତିରେ ଚଳିତ ଜୁନ୍ ୨ ତାରିଖ ସୋମବାର ଅହରାହ୍ନରେ ରାଜଭବନର ନୁ୍ୟ ଅଭିଷେକ ହଲ୍ଠାରେ ଏହି ଉପଲକ୍ଷେ ଏକ ସ୍ୱତନ୍ତ୍ର ସମାରୋହ ଆୟୋଜିତ ହୋଇଥିଲା । ଓଡିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ସରକାରୀ କାର୍ଯ୍ୟରେ ଭିଏତନାମ୍ ଗସ୍ତରେ ଥିବାରୁ ରାଜ୍ୟପାଳଙ୍କ ଶୁଭେଚ୍ଛା ବାର୍ତା ଗୋଆ ଏବଂ ତେଲାଙ୍ଗାନର ଅଧିବାସୀମାନଙ୍କୁ ଅବଗତ କରାଯାଇଥିଲା ।…

କଳିଙ୍ଗ ଷ୍ଟୁଡ଼ିଓକୁ ଅତ୍ୟାଧୁନିକ ସ୍ୱୟଂ ସମ୍ପୂର୍ଣ୍ଣ ଷ୍ଟୁଡ଼ିଓ କରାଯିବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କରି  ଏହାକୁ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଷ୍ଟୁଡ଼ିଓ ଭାବେ ବିକଶିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଏକ ଡିପିଆର୍‍ ପ୍ରସ୍ତୁତ କରିବା ପାଇଁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ୧୯୮୦ ମସିହାରେ ସ୍ଥାପିତ ହୋଇଥିବା ଏହି ଷ୍ଟୁଡ଼ିଓ ଏକଦା ଚଳଚ୍ଚିତ୍ର ନିର୍ମାଣ ପାଇଁ ଉନ୍ନତ ଯନ୍ତ୍ରପାତି ସହିତ ପୂର୍ବ ଭାରତର ଏକମାତ୍ର ଷ୍ଟୁଡ଼ିଓ ଭାବେ ଖ୍ୟାତି ଅର୍ଜନ…

‘ଅହିଲ୍ୟାବାଈ କେବଳ ଶାସକ ନଥିଲେ, ସେ ଥିଲେ ସମାଜ ସଂସ୍କାରକ’

ଭୁବନେଶ୍ୱର: ଅହିଲ୍ୟାବାଈ କେବଳ ଶାସକ ନଥିଲେ, ସେ ଥିଲେ ଜଣେ ସମାଜ ସଂସ୍କାରକ। ତାଙ୍କ ଜୀବନ ଓ କାର୍ଯ୍ୟ ଆମ ପାଇଁ ଏକ ପ୍ରେରଣାର ଉତ୍ସ ଏବଂ ସେ ନାରୀ ଶକ୍ତି, ସୁଶାସନ ଓ ସମାଜ ସେବାର ଏକ ଅନନ୍ୟ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ଥାନୀୟ ଜୟଦେବ ଭବନ ଠାରେ ଆୟୋଜିତ ପୂଣ୍ୟଶ୍ଳୋକା ମହାରାଣୀ ଅହିଲ୍ୟାବାଈ ହୋଲକରଙ୍କ ୩୦୦ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନ ଅବସରରେ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେଯେ, ଅହିଲ୍ୟାବାଈ…

ଜାତୀୟ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ମିଳନୀ ୨୦୨୫

ଭୁବନେଶ୍ୱର: ଓଡିଶା ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ବିଭାଗ, ଭାରତ ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ସହଯୋଗରେ, ପୁରୀରେ ଦି ଦିନିଆ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ମିଳନୀ ୨୦୨୫ର ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇଦିନିଆ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା ସଂସ୍କାରକୁ ଆଗକୁ ବଢାଇବା ଏବଂ ପରିବାର-ଭିତ୍ତିକ ଯତ୍ନର ଏକ ମୂଳ ସ୍ତମ୍ଭ ଭାବରେ ପୋଷ୍ୟ ସନ୍ତାନ ଗ୍ରହଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନୀତି ନିର୍ଦ୍ଧାରକ, ଆଇନ ବିଶେଷଜ୍ଞ,…

ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ କଳାତ୍ମକତା, ସୃଜନଶୀଳତା ଓ ସାଂସ୍କୃତିକ ଐତିହ୍ୟ ପ୍ରତି ଶ୍ରଦ୍ଧାର ମୂଲ୍ୟବୋଧକୁ ବଜାୟ ରଖନ୍ତୁ- ରାଜ୍ୟପାଳ:

ଭୁବନେଶ୍ୱର : ଓଡ଼ିଶାର ଗର୍ବ ଓ ଗୌରବ ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ କଳାତ୍ମକତା, ସୃଜନଶୀଳତା ଓ ସାଂସ୍କୃତିକ ଐତିହ୍ୟ ପ୍ରତି ଶ୍ରଦ୍ଧାର ମୂଲ୍ୟବୋଧକୁ ବଜାୟ ରଖିବାକୁ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି । ଚଳିତ ମଇ ୨୬ ତାରିଖ ସନ୍ଧ୍ୟାରେ “ସଂଗୀତ ସୁଧାକର ବାଳକୃଷ୍ଣ ଦାଶ ଫାଉଣ୍ଡେସନ” ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପଠାରେ ଫାଉଣ୍ଡେସନର ବାର୍ଷିକ ଉତ୍ସବ ଏବଂ ସଂଗୀତ  ସୁଧାକର ବାଳକୃଷ୍ଣ ଦାଶଙ୍କ ଜୟନ୍ତୀ ପାଳନ ଅବସରରେ ମୁଖ୍ୟ ଅତିଥି…

ଭାରତୀୟ ସାଂସ୍କୃତିକ ଐତିହ୍ୟ ଉପରେ ତୃତୀୟ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଯାପିତ

ଭୁବନେଶ୍ୱର : ଅତୀତ କେବଳ ଇତିହାସ ନୁହେଁ, ବରଂ ଆଧୁନିକ ବିଶ୍ୱ ସମସ୍ୟାର ମୁକାବିଲା ପାଇଁ ପ୍ରେରଣା ଦିଏ ବୋଲି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି । ଚଳିତ ମଇ ୨୫ ତାରିଖ ଦିନ ଭୁବନେଶ୍ୱର ଠାରେ ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ୍ ଅଫ୍ ମିଡ଼ିଆ ଷ୍ଟଡ଼ିଜର ମିଳିତ ଆନୁକୂଲ୍ୟରେ “କଳିଙ୍ଗ ଏବଂ ଦକ୍ଷିଣ-ପୂର୍ବ ଏସିଆ – ସଭ୍ୟତା ସଂଯୋଗ” ଶୀର୍ଷକ ସମ୍ପର୍କିତ ଭାରତୀୟ…

ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧଦିବସ ପାଳିତ

ଭୁବନେଶ୍ୱର: ଉତ୍କଳମାତାର ସୁଯୋଗ୍ୟ ସନ୍ତାନ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଥିଲେ ଏକାଧାରରେ ଆଦର୍ଶ ସୁଶାସକ, ପ୍ରଜାବତ୍ସଳ ଓ ଦୂରଦ୍ରଷ୍ଟା ରାଜା, ବିଚକ୍ଷଣ ରାଜନୀତିଜ୍ଞ, ଦେଶଭକ୍ତ, ଶିକ୍ଷାନୁରାଗୀ ଏବଂ ସାହିତ୍ୟାନୁରାଗୀ । ଓଡ଼ିଆଭାଷୀ ଅଞ୍ଚଳର ଏକତ୍ରୀକରଣ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଭୂମିକା ଥିଲା ଅତୁଳନୀୟ । ସେ ଥିଲେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ପ୍ରଧାନମନ୍ତ୍ରୀତ୍ୱ କାଳରେ ସେ ଓଡ଼ିଶାରେ ଅନେକ ଜନହିତକର ଏବଂ ଉନ୍ନୟନମୂଳକ…