ନୈତିକତା, ନିଷ୍ଠା ଏବଂ କରୁଣା ବଜାୟ ରଖିବାକୁ ସ୍ନାତକମାନଙ୍କୁ ଆହ୍ୱାନ
ଭୁବନେଶ୍ୱର : ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା ଦ୍ରୁତ ଗତିରେ ପରିବର୍ତ୍ତିତ ବିଶ୍ୱରେ ପାଦ ଥାପୁଥିବା ସ୍ନାତକମାନଙ୍କୁ ନୈତିକତା, ନିଷ୍ଠା ଓ କରୁଣାକୁ ବଜାୟ ରଖିବାକୁ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର ଅଷ୍ଟମ ସମାବର୍ତ୍ତନ ଉତ୍ସବରେ ଉ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ପ୍ରଯୁକ୍ତିବିଦ୍ୟା ଶିଳ୍ପକୁ ପରିବର୍ତ୍ତନ କରିପାରେ କିନ୍ତୁ ଏହା ମାନବିକ ଗୁଣଗୁଡ଼ିକୁ ବଦଳାଇପାରିବ ନାହିଁ I…


