୧୫୦୦ କୋଟି ଟଙ୍କାର କାରବାର ଲକ୍ଷ୍ୟ ନେଇ ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ପକ୍ଷରୁ ଗୃହ ବିଭାଗ ସହ ବୁଝାମଣାପତ୍ର ସ୍ୱାକ୍ଷର

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ (ଓପିଏଚ୍‌ଡବ୍ଲୁ୍ୟସି) ଓଡ଼ିଶା ସରକାରଙ୍କ ଗୃହ ବିଭାଗ ସହିତ ଏକ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର କରିଛି, ଯାହା ୨୦୨୫-୨୬ ଆର୍ଥିକ ବର୍ଷରେ ୧୫୦୦ କୋଟି ଟଙ୍କାର ଆର୍ଥିକ କାରବାର ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଗୃହ ବିଭାଗର ସମ୍ମିଳନୀ କକ୍ଷରେ ଏକ ନିରାଡ଼ମ୍ବର ସମାରୋହରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏବଂ ଓଡ଼ିଶା…

ଏକ ପେଡ୍ ମା କେ ନାମ 2.0 ରାଜ୍ୟସ୍ତରୀୟ ତଦାରଖ କମିଟି ବୈଠକ

ଭୁବନେଶ୍ୱର : “ଏକ ପେଡ଼ ମା’କେ ନାମ”2.0 କାର୍ଯ୍ୟକ୍ରମ ଅଭିଯାନ ଅଧୀନରେ ବୃକ୍ଷ ରୋପଣର ସୁରକ୍ଷା, ବଞ୍ଚିବା ଓ ସୁସ୍ଥ ଅଭିବୃଦ୍ଧି ପାଇଁ ସ୍ଥିରୀକୃତ ବିସ୍ତୃତ ନିୟମାବଳୀ ଆଧାରରେ ରାଜ୍ୟ ସ୍ତରୀୟ ତଦାରଖ କମିଟିର ବୈଠକ ଗୃହ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେଇଯାଇଛି। ଏହି ବୈଠକରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଅଧ୍ୟକ୍ଷତା କରି କହିଲେ ଯେ ଚାରା ଗଛ ବଞ୍ଚିବା ଏବଂ ଏହାର ବୃଦ୍ଧି ଉପରେ…

ବିଜୟ କେବଳ ପଦକ ଜିତିବାରେ ନୁହେଁ ବରଂ ନିଜର ସର୍ବୋତ୍ତମ ପ୍ରଦର୍ଶନ, ପ୍ରତିପକ୍ଷଙ୍କୁ ସମ୍ମାନରେ ମଧ୍ୟ ରହିଛି – ରାଜ୍ୟପାଳ

ଭୁବନେଶ୍ୱର: କ୍ରୀଡ଼ାରେ ପ୍ରକୃତ ବିଜୟ କେବଳ ପଦକ ଜିତିବାରେ ନୁହେଁ, ବରଂ ନିଜର ସର୍ବୋତ୍ତମ ପ୍ରଦର୍ଶନ, ପ୍ରତିପକ୍ଷଙ୍କୁ ସମ୍ମାନ ଏବଂ କ୍ରୀଡ଼ା ମନୋଭାବ ମାଧ୍ୟମରେ ଅନ୍ୟମାନଙ୍କୁ ପ୍ରେରଣା ଦେବାରେ ମଧ୍ୟ ରହିଛି ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି । ଚଳିତ ଅକ୍ଟୋବର ୧୫ ତାରିଖ ସଂନ୍ଧ୍ୟାରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ୨୮ତମ ଓଞଞୠ-ଇଞଞଟ ଏସୀୟ ଟେବୁଲ ଟେନିସ୍ ଟିମ୍ ଚମ୍ପିଆନସିପ୍ – ୨୦୨୫ର ଉଦ୍ୟାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ…

ସାଇବର ସୁରକ୍ଷାକୁ ଅଧିକ ସୁଦୃଢ କରାଯିବା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ

ଭୁବନେଶ୍ୱର: ଅକ୍ଟୋବର ୧୮ରୁ ୧୭ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଉଭୟ ଅନ୍‌ଲାଇନ ଓ ଅଫଲାଇନ୍‌ ମୋଡରେ ସାଇବର ସୁରକ୍ଷା ସଚେତନତା ସଂପର୍କରେ ରାଜ୍ୟବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସଂପର୍କରେ ଏକ ପ୍ରସ୍ତୁତି ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଅକ୍ଟୋବର ୧୮ରୁ କଳିଙ୍ଗ ଷ୍ଟାଡିଅମ ଠାରୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ…

ପୋଲିସ ଗ୍ରାଉଣ୍ଡ ପରିସରରେ ୭୦ ତମ ବୃତ୍ତିଗତ ପ୍ରତିଯୋଗିତା

ଭୁବନେଶ୍ୱର: ରାଜ୍ୟ ପୋଲିସ ବାହିନୀରେ କନଷ୍ଟେବଳ ଠାରୁ ଇନ୍ସପେକ୍ଟର ପାହ୍ୟା ପର୍ଯ୍ୟନ୍ତ କର୍ମଚାରୀଙ୍କର ବୃତ୍ତିଗତ ସ୍ତରରେ ଦକ୍ଷତା ବୃଦ୍ଧି ଲାଗି କଟକସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ୭୦ତମ ବୃତ୍ତିଗତ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ବୃତ୍ତିଗତ ପ୍ରତିଯୋଗିତାରେ ରାଜ୍ୟର ୩୪ଟି ପୋଲିସ ଜିଲ୍ଲାରୁ ୨୮୨ ଜଣ ପ୍ରତିଯୋଗୀ, ୪୩ ଶ୍ଵାନ, ୪୩ ଜଣ ହ୍ୟାଣ୍ଡେଲର ଅଂଶ ଗ୍ରହଣ କରିଛନ୍ତି।…

ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନ (AHPGIC)ରେ ଶିଶୁ ରୋଗୀଙ୍କ ପାଇଁ ଶିଶୁ ପାଠାଗାର

ଭୁବନେଶ୍ଵର: ଚିକିତ୍ସାରତ ଶିଶୁ ରୋଗୀଙ୍କ ପାଇଁ କଟକର ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନ (AHPGIC)ର ପୁରୁଣା କୋଠାରେ ପ୍ରଥମ ମହଲାରେ ଏକ ଶିଶୁ ପାଠାଗାର ପ୍ରତିଷ୍ଠିତ କରାଯାଇଛି। ଶିଶୁମାନଙ୍କୁ ଚିକିତ୍ସା ମଧ୍ୟରେ ଶିଖିବା ପାଇଁ ଏହି ଶିଶୁ ପାଠାଗାରର ପରିକଳ୍ପନା କରାଯାଇଥିଲା ଯାହା ଏବେ ସଫଳ ରୂପ ଧାରଣ କରିଛି। ଏହି ପାଠାଗାରରେ ଶିଶୁଙ୍କ କାହାଣୀ ପୁସ୍ତକ, ଚିତ୍ର ପୁସ୍ତକ, କମିକ୍ସ,  ରଙ୍ଗ ସାମଗ୍ରୀ, ଖେଳ ସାମଗ୍ରୀ ଏବଂ ଡିଜିଟାଲ୍ ଶିକ୍ଷଣ ଉପକରଣ ଶିଶୁମାନଙ୍କ…

ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ବାଚସ୍ପତି ଯୋଗଦେଲେ

ଭୁବନେଶ୍ୱର: ବାଚସ୍ପତି ସୁରମା ପାଢ଼ୀ ବାର୍ବାଡୋସ୍‌ର ବି୍ରଜ୍‌ଟାଉନ୍‌ଠାରେ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ଓ ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀରେ ଯୋଗଦେବା ପରେ ବି୍ରଟେନ୍‌, ସୁଇଜରଲ୍ୟାଣ୍ଡ ଓ ଫ୍ରାନ୍ସ ଗସ୍ତ କରିଛନ୍ତି। ବାଚସ୍ପତି ପ୍ରଥମେ ବି୍ରଟେନଠାରେ ପହଞ୍ଚିବା ପରେ ସେଠାରେ ଅବସ୍ଥାପିତ ଭାରତୀୟ ହାଇକମିଶନର ତାଙ୍କୁ ସ୍ୱାଗତ କରିଥିଲେ। ସେଠାରେ ବାଚସ୍ପତି ଶ୍ରୀମତୀ ପାଢ଼ୀ ପ୍ରବାସୀ ଭାରତୀୟ ତଥା ପ୍ରବାସୀ ଓଡ଼ିଆମାନଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ଲକ୍ଷ୍ୟ ରହିଥିବାବେଳେ…

ସମବାୟ ସପ୍ତାହ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: “୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ-୨୦୨୫ ରାଜ୍ୟସ୍ତରୀୟ ଉତ୍ସବ”ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସ୍ତୁତି ବୈଠକରେ ସମବାୟ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ଅଧ୍ୟକ୍ଷତା କରି କହିଥିଲେ, ସମବାୟ ବିଚାର, ଦର୍ଶନ ଓ କାର୍ଯ୍ୟକ୍ରମକୁ ଅଧିକ ଲୋକଭିମୁଖୀ କରିବା ସହ ଏହାକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ହେଲେ, ଆମକୁ ରାଜ୍ୟସ୍ତରୀୟ ନିଖିଳ ଭାରତ ସମବାୟ ସପ୍ତାହକୁ ପ୍ରଭାବୀ…

ଜୈବିକ ଗୁଡ଼ ଉତ୍ପାଦନ ଉପରେ କର୍ମଶାଳା

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଓଡ଼ଗାଁର ସମ୍ଭବରେ ଜୈବିକ ଗୁଡ଼ ଉତ୍ପାଦନ ଏବଂ ସ୍ୱଚ୍ଛ ଆଖୁ ରସ ଉପରେ ଏକ ସୁସଂଗଠିତ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ପଦ୍ମଶ୍ରୀ ସାବରମତୀଙ୍କ ସମେତ ଚାଳିଶରୁ ଅଧିକ ଆଖୁ ଚାଷୀ, କୋଟପାଡ଼, କୋରାପୁଟ ଅଞ୍ଚଳର ଗୁଡ଼ ନିର୍ମାତା, ଆଖୁ ରସ ଭେଣ୍ଡିଂ ମେସିନ୍ ନିର୍ମାତା କର୍ମଶାଳାରେ ଯୋଗ ଦେଇଥିଲେ ଏବଂ ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ। ଜୈବିକ ଚାଷ ଓ ରାସାୟନିକ ମୁକ୍ତ ଗୁଡ଼ ଉତ୍ପାଦନ ପ୍ରକ୍ରିୟା ବିଷୟରେ କର୍ମଶାଳାରେ ବିସ୍ତୃତ ଭାବରେ ଆଲୋଚନା…

ସାନଘାଗରାରେ ରାଜ୍ୟର ଦ୍ଵିତୀୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର: ଜଙ୍ଗଲ ବିଭାଗ ଓ ଜିଲ୍ଲା ପ୍ରଶାସନ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କଲେ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ କେନ୍ଦୁଝର ସାନଘାଗରାରେ ପ୍ରତିଷ୍ଠା ହେବାକୁ ଥିବା ନୂତନ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର (Regional Plant Resource Centre) ବିଷୟରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ କେନ୍ଦୁଝର ପ୍ରଶାସନ ସହ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କର ମାନସ ପ୍ରକଳ୍ପ ଭାବେ ବିକଶିତ ହେବାକୁ ଥିବା ଏହି କେନ୍ଦ୍ର ଓଡିଶାର ଦ୍ଵିତୀୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଭାବେ   ସାନଘାଗରା…