ଜନଜାତିଙ୍କ ଜୀବିକାରେ ଉନ୍ନତି ପାଇଁ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ

ଭୁବନେଶ୍ୱର:   ରାଜ୍ୟରେ ଜନଜାତିଙ୍କ ଜିବିକାରେ ଉନ୍ନତି ପାଇଁ କୃଷି ସହଯୋଗୀ କାର୍ଯ୍ୟକଳାପକୁ  ପ୍ରୋତ୍ସାହନ ଯୋଗାଇବା ସହ  ନିର୍ଦ୍ଧାରିତ ସମୟସୀମା ମଧ୍ୟରେ  ବାର୍ଷିକ ହିସାବ ରିପୋର୍ଟ  ଦାଖଲ କରିବା ଏବଂ ଉତ୍ତରଦାୟିତ୍ୱ ଉପରେ  ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ଗୁରୁତ୍ୱାରୋପ କରିଛନ୍ତି। ବୁଧବାର ଦିନ ରାଜଭବନର ମିନି କନଫରେନ୍ସ ହଲ ଠାରେ ରାଜ୍ୟର ସମନ୍ୱିତ ଆଦିବାସୀ ଉନ୍ନୟନ  ସଂସ୍ଥା (ITDA) ସମ୍ପର୍କିତ ୨୦୨୩  ଆର୍ଥିକ ବର୍ଷ ପାଇଁ କମ୍ପଟ୍ରଲର ଏବଂ ଅଡିଟର ଜେନେରାଲ (CAG) ରିପୋର୍ଟର ପର୍ଯ୍ୟବେକ୍ଷଣ…

୧୦ମ ଚଳଚ୍ଚିତ୍ର ସରଂକ୍ଷଣ ଓ ପୁନଃରୁଦ୍ଧାର କର୍ମଶାଳା-୨୦୨୫ରେ ଯୋଗଦେଲେ ବିଶିଷ୍ଟ ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ ୱହିଦା ରେହମାନ

ଭୁବନେଶ୍ୱର: ଆମ ଓଡ଼ିଆ ସିନେମା ଆମ ସାଂସ୍କୃତିକ ଐତିହ୍ୟର ପ୍ରତୀକ। ଏଥିରେ ଅନେକ ସ୍ମୃତି ଜଡ଼ିତ ହୋଇ ରହିଛି। ଆମେ ଯେତେବେଳେ ଏହାର ସରଂକ୍ଷଣ ପାଇଁ ଉଦ୍ୟମ କରୁଛୁ ନିଶ୍ଚିତ ରୂପେ ଏହି ସ୍ମୃତି ସବୁ ଜୀବିତ ହେବ ଏବଂ ଆଗାମୀ ପିଢ଼ି ଏଥିରୁ ପ୍ରେରଣା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର କଳାଭୂମି ଠାରେ ଆୟୋଜିତ ୧୦ମ ଚଳଚ୍ଚିତ୍ର ସରଂକ୍ଷଣ ଓ ପୁନଃରୁଦ୍ଧାର କର୍ମଶାଳା-୨୦୨୫ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ।…

କୌଣସି ଅପ୍ରୀତିକର ପରିସ୍ଥିତିକୁ ମୁକାବିଲା କରିବାକୁ ସର୍ବଦା ପ୍ରସ୍ତୁତ ରହିବାକୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ

କଟକ : ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କ ସୁରକ୍ଷା ଉଦ୍ଦେଶ୍ୟରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟ ଠାରେ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା  ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ସହ ଯେ କୌଣସି ଅପ୍ରୀତିକର ପରିସ୍ଥିତିକୁ ମୁକାବିଲା କରିବାକୁ ସର୍ବଦା ପ୍ରସ୍ତୁତ ରହିବାକୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ଡିଜିପି ଶ୍ରୀ ଖୁରାନିଆ କଟକ…

ମିଶନ ପାୱାର ପ୍ରଥମ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଗ୍ରାମ ବା ସହରାଞ୍ଚଳ ନିର୍ବିଶେଷରେ ବିଦ୍ୟୁତ୍, ପାନୀୟ ଜଳ ଯୋଗାଣ ଏବଂ ସଡ଼କ ହେଉଛି ନାଗରିକଙ୍କ ତିନୋଟି ମୌଳିକ ଆବଶ୍ୟକତା। ଏହି ସମସ୍ୟାଗୁଡ଼ିକର ସମାଧାନ ଏବଂ ଜୀବନଧାରଣର ମାନରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ମିଶନ ପାୱାର (ବିଜୁଳି, ପାନୀୟଜଳ ଏବଂ ରାସ୍ତାଘାଟ) ନାମକ ଏକ ସମନ୍ୱିତ କାର୍ଯ୍ୟାନ୍ୱୟନ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶାର ପ୍ରତ୍ୟେକ ଗ୍ରାମରେ ୨୦୨୭ ସୁଦ୍ଧା ନିତିଦିନିଆ ରାସ୍ତା, ବିଜୁଳି ଓ ପାନୀୟଜଳ ଯୋଗାଣ ସୁନିଶ୍ଚିତ କରିବା ପାଇଁ ମାନ୍ୟବର…

ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ‘ମହକ’ଉଦ୍‌ଘାଟିତ: ୩୦ ଜିଲ୍ଲାର ପ୍ରାୟ ୫୦୦ ଶିଶୁ ହେଲେ ସାମିଲ

ଭୁବନେଶ୍ୱର : ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ‘ମହକ’ଉଦ୍‌ଘାଟିତ ହୋଇଯାଇଛି। ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଆନୁକୂଲ୍ୟରେ ୫ ଦିନ ଧରି କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେଉଛି । ଏଥିରେ ରାଜ୍ୟର ସମସ୍ତ ଜିଲ୍ଲାରୁ ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ଶିଶୁ ଅଂଶଗ୍ରହଣ କରି ଗୀତ, ନୃତ୍ୟ, ଚିତ୍ରାଙ୍କନ, ବକ୍ତୃତା, ସାଧାରଣ ଜ୍ଞାନ ଆଦି ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ନିଜର ପ୍ରତିଭା ପ୍ରଦର୍ଶନ କରିବେ ।…

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସହ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପ୍ରତିନିଧିଙ୍କ ଆଲୋଚନା

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସହ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପ୍ରତିନିଧି ତଥା ରାଷ୍ଟ୍ର ଶାଖା ନିର୍ଦ୍ଦେଶକ ଏଲିଜାବେଥ ଫୋରେ (Elisabeth Faure, Representaive & Country Director of United Nations, World Food Programme) ସାକ୍ଷାତ କରି ରାଜ୍ୟରେ ଖାଦ୍ୟ ନିରାପତ୍ତା ଓ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ରାଜ୍ୟରେ ଉତ୍ତମ ପୋଷଣ ଓ ଖାଦ୍ୟ ନିରାପତ୍ତା ବ୍ୟବସ୍ଥା ସୁଦୃଢ କରିବା ସମ୍ପର୍କରେ ଉକ୍ତ ସାକ୍ଷାତ…

୨ଟି ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ

ଭୁବନେଶ୍ବର: ଭାରତ ସରକରବଙ୍କ ସାମାଜିକ ମନ୍ତ୍ରଣାଳୟର ମନ୍ତ୍ରୀ ରାମଦାସ  ଅଠlୱାଲେଙ୍କ  ଅଧ୍ୟକ୍ଷତାରେ ୨ଟି ବିଭାଗର ଏକ ସମୀକ୍ଷା ବୈଠକ ରାଜ୍ୟ ଅତିଥି ଭବନଠାରେ  ଅନୁଷ୍ଠିତ ହୋଇଯାଇଛି। ଏହି ସମୀକ୍ଷା ବୈଠକରେ  ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗକଲ୍ୟାଣ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗର ବିଭାଗର ବିଭିନ୍ନ ସରକାରୀ ଯୋଜନା ଗୁଡିକର  ଆଲୋଚନା କରିଥିଲେ। ଏହି ବୈଠକରେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗକଲ୍ୟାଣ ବିଭାଗର କମିଶନର…

୧୫ ନଭେମ୍ବର ଯାଏଁ ଚାଲିବ ଜନଜାତୀୟ ଗୌରବ ବର୍ଷ ପାଳନ କାର୍ଯ୍ୟକ୍ରମ

ଭୁବନେଶ୍ବର: ଚଳିତ ବର୍ଷ ଜନଜାତୀୟ ଗୌରବ ବର୍ଷ ଉତ୍ସବ ପାଳନ ୧ ନଭେମ୍ବରରୁ ୧୫ ନଭେମ୍ବର ଯାଏଁ ସମଗ୍ର ଦେଶରେ ପାଳନ କରାଯାଉଛି। ଭାରତର ସମୃଦ୍ଧ ଆଦିବାସୀ ଐତିହ୍ୟ, ସଂସ୍କୃତି ଏବଂ ରାଷ୍ଟ୍ର ନିର୍ମାଣରେ ଅବଦାନକୁ ସମ୍ମାନିତ କରିବା ପାଇଁ ସାରା ଦେଶରେ ଏହି ଉତ୍ସବ ପାଳନ କରାଯାଉଛି। ଏହିକ୍ରମରେ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ,ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧିନ  ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି…

ସହରାଞ୍ଚଳ ପରିବହନ କ୍ଷେତ୍ରରେ ଓଡ଼ିଶାର ‘ଆମ ବସ’ ଓ ‘ଆମ ଇ-ରାଇଡ୍’କୁ ସ୍ୱତନ୍ତ୍ର ପୁରସ୍କାର

ନୂଆଦିଲ୍ଲୀ: ନିରନ୍ତର ସହରାଞ୍ଚଳ ଗତିଶୀଳତା ପାଇଁ ଅଭିନବ ଆଭିମୁଖ୍ୟ ଅବଲମ୍ବନ କରି ଓଡ଼ିଶା ଜାତୀୟ ମାନ୍ୟତା ହାସଲ କରିଛି। ରାଜଧାନୀ ଅଞ୍ଚଳ ସହରାଞ୍ଚଳ ପରିବହନ (ସି. ଆର. ୟୁ. ଟି), ଭୁବନେଶ୍ୱରକୁ ଏହାର ଫ୍ଲାଗସିପ୍ ପଦକ୍ଷେପ “ସର୍ବୋତ୍ତମ ସହରାଞ୍ଚଳ ପରିବହନ ପ୍ରକଳ୍ପ କାର୍ଯ୍ୟକାରୀ କରିଥିବା ରାଜ୍ୟ/ୟୁଟି ପାଇଁ ରନିଂ କଫି” ବର୍ଗରେ “ଆମ୍ ବସ ଏବଂ ଆମ୍ ଇ-ରାଇଡ୍” ପାଇଁ “ସହରାଞ୍ଚଳ ପରିବହନରେ ସ୍ୱତନ୍ତ୍ର  ପୁରସ୍କାର” ପ୍ରଦାନ କରାଯାଇଛି। ଗୁରୁଗ୍ରାମରେ ଅନୁଷ୍ଠିତ ଅର୍ବାନ ମୋବିଲିଟି ଇଣ୍ଡିଆ (ୟୁଏମଆଇ)…

ଯୁଗ୍ମ ଶ୍ରମ ଆୟୁକ୍ତ ଏବଂ ପ୍ରଭାଗୀୟ ଶ୍ରମ ଆୟୁକ୍ତମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ପରିସରରେ ଅବସ୍ଥିତ ରାଜ୍ୟ ଶ୍ରମ ସଂସ୍ଥାନ ସମ୍ମିଳନୀ କକ୍ଷରେ ଯୁଗ୍ମ ଶ୍ରମ ଆୟୁକ୍ତ ଏବଂ ପ୍ରଭାଗୀୟ ଶ୍ରମ ଆୟୁକ୍ତମାନଙ୍କୁ ନେଇ କର୍ମଚାରୀ କ୍ଷତିପୂରଣ ଆଇନ, ୧୯୨୩; ଗ୍ରାଚ୍ୟୁଇଟି ପ୍ରଦାନ ଆଇନ, ୧୯୭୨ ଓ ସର୍ବନିମ୍ନ ମଜୁରୀ ଆଇନ, ୧୯୪୮ରେ ମାମଲା ଶୁଣାଣି ସନ୍ଧୀୟ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି। ଏହି ଉଦ୍‌ଯାପନ ସମାରୋହରେ ଶ୍ରମ ଓ କର୍ମଚାର ରାଜ୍ୟ ବୀମା ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ମଧୁମିତା ନାୟକ…