ଦର୍ଶକଙ୍କୁ ଆକୃଷ୍ଟ କଲା ଲାଇଭ୍ ଡେମୋ ଷ୍ଟଲ୍
ଭୁବନେଶ୍ୱର: ସୁଭଦ୍ରା ଶକ୍ତି ମେଳାର ଦ୍ଵିତୀୟ ସଂସ୍କରଣକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଭବ୍ୟ ଉତ୍ସବ ମାଧ୍ୟମରେ ଇଡକୋ ପ୍ରଦର୍ଶନୀ ପଡ଼ିଆ ଠାରେ ଗତ ସନ୍ଧ୍ୟାରେ ଉଦଘାଟନ କରିଛନ୍ତି । ମେଳାର ପ୍ରମୁଖ ଆକର୍ଷଣ ମଧ୍ୟରେ ରହିଛି ୩୦୦ ମହିଳା ସ୍ୱୟଂ-ସହାୟକ ଗୋଷ୍ଠୀ ପରିଚାଳିତ ଷ୍ଟଲ, ଯାହା ମଧ୍ୟରୁ ୫୦ଟି ହେଉଛି ଖାଦ୍ୟ ଷ୍ଟଲ। ଏତଦବ୍ୟତୀତ, ଅନ୍ୟ ଏଗାରଟି ରାଜ୍ୟର ସ୍ୱୟଂ-ସହାୟକ ଗୋଷ୍ଠୀ ସେମାନଙ୍କର ଉତ୍ପାଦ ବିକ୍ରୟ କରୁଛନ୍ତି। ସୁଭଦ୍ରା ଶକ୍ତି…


