ଆନ୍ତଃ-ବିଭାଗୀୟ ସମନ୍ୱୟ ଏବଂ ତ୍ୱରିତ ପ୍ରତିକ୍ରିୟା ବ୍ୟବସ୍ଥା ପରିଚାଳନାକୁ ଅଧିକ ପ୍ରଭାବୀ କରିବାକୁ ଗୁରୁତ୍ୱ
ଭୁବନେଶ୍ୱର : ବିପର୍ଯ୍ୟୟ ପରିଚାଳନା ରାଜ୍ୟ କାର୍ଯ୍ୟନିର୍ବାହୀ କମିଟିର ୨୦୨୫–୨୬ ବର୍ଷର ୧ମ ବୈଠକ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି (ଏସଡିଆରଏଫ୍) ଏବଂ ରାଜ୍ୟ ବିପର୍ଯ୍ୟୟ ହ୍ରାସ ପାଣ୍ଠି (ଏସଡିଏମଏଫ୍)କୁ ନେଇ ଗଠିତ ରାଜ୍ୟ ବିପର୍ଯ୍ୟୟ ଆପଦ ପରିଚାଳନା ପାଣ୍ଠି (ଏସଡିଆରଏମଏଫ୍) ଅଧିନରେ ରହିଥିବା ଅର୍ଥ ଓ ୨୦୨୫–୨୬ ଆର୍ଥିକ ବର୍ଷର ଖର୍ଚ୍ଚ ଅନୁମୋଦନ ସଂପର୍କରେ ଆଲୋଚନା କରାଯାଇଥିଲା। ଗତମାର୍ଚ୍ଚ ମାସ…


