ଜନ୍ମଦିନ ଓ ବିବାହ ଉତ୍ସବରେ ହସ୍ତତନ୍ତ ବ୍ୟବହାର କରିବାକୁ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଆହ୍ବାନ
ଭୁବନେଶ୍ୱର : ଓରମାସ ଓ ସୁଭଦ୍ରା ଶକ୍ତିର ମିଳିତ ଉଦ୍ୟମରେ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ମେଗା ମେଳା ‘ଶିଶିର ସରସ-୨୦୨୬’ ଏହାର ଅଷ୍ଟମ ଦିନରେ ପହଞ୍ଚିଛି। ଏହି ଅବସରରେ ଓରମାସ ଓ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ଅଧୀନସ୍ଥ ସେଣ୍ଟ୍ରାଲ ପ୍ଲାଣ୍ଟେସନ୍ କ୍ରପ୍ସ ରିସର୍ଚ୍ଚ ଇନ୍ଷ୍ଟିଟ୍ୟୁଟ (ସିପିସିଆରଆଇ), କେରଳ ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସାକ୍ଷରିତ ହୋଇଛି, ଯାହା ଗ୍ରାମୀଣ ଜୀବିକା ବିକାଶକୁ ନୂଆ ଦିଗ ଦେବ। ଏହି ବୁଝାମଣାପତ୍ର ମାଧ୍ୟମରେ ସିପିସିଆରଆଇ ପକ୍ଷରୁ…


