‘କୁମ୍ଭୀର ସଂରକ୍ଷଣ ବିଜ୍ଞାନରେ ଓଡ଼ିଶାର ନେତୃତ୍ୱ ଆଜି ସ୍ଵୀକୃତ’
ଭୁବନେଶ୍ବର: ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ, ଜଙ୍ଗଲ, ପରିବେଶ, ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରରେ “କୁମ୍ଭୀର ସଂରକ୍ଷଣର ପଚାଶ ବର୍ଷ: ଶିକ୍ଷା ଏବଂ ଆଗକୁ ବଢ଼ିବା” ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। ଆଲୋଚନାଚକ୍ରକୁ ଉଦଘାଟନ କରି ସମ୍ବଲପୁର ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପଦ୍ମଶ୍ରୀ ପ୍ରଫେସର ପ୍ରିୟମ୍ବଦା ମହାନ୍ତି ହେଜମାଦି କହିଲେ ଯେ, ୧୯୭୫ ଏପ୍ରିଲ ୧ରେ ଭାରତ ସରକାର କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ ଆରମ୍ଭ କରିବା ସମୟରେ, ଓଡ଼ିଶା ଦେଶର କୁମ୍ଭୀର ସଂରକ୍ଷଣ କ୍ଷେତ୍ରରେ ପ୍ରଥମ ବୈଜ୍ଞାନିକ ପ୍ରୟାସର କେନ୍ଦ୍ର ଭାବରେ ଉଭା ହୋଇଥିଲା। ପ୍ରକଳ୍ପ ଆରମ୍ଭ…


