ପୋର୍ଟ–ଲେଡ୍ ଅର୍ବାନାଇଜେସନ୍ ମାଧ୍ୟମରେ ଉପକୂଳ ଆଧାରିତ ଅର୍ଥନୀତିକୁ ନୂତନ ଦିଗ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡକୋ ଅଧ୍ୟକ୍ଷା ଉଷା ପାଢୀ ଭୁବନେଶ୍ୱରରେ ଆୟୋଜିତ ଗ୍ଲୋବାଲ୍ ବ୍ଲୁ ଇକୋନୋମି ସମିଟ୍–୨୦୨୬ ଅବସରରେ ଓଡ଼ିଶାର ନୀଳ ଅର୍ଥନୀତିର ଗତିବିକାଶ ପାଇଁ ଏକ ଦୂରଦୃଷ୍ଟିମୟ ରୋଡମ୍ୟାପ୍ ଉନ୍ମୋଚନ କରିଛନ୍ତି। ଏହା ମାଧ୍ୟମରେ ସ୍ଥାୟୀ ସାମୁଦ୍ରିକ ଅଭିବୃଦ୍ଧି, ନବସୃଜନ ଓ ଉପକୂଳବର୍ତ୍ତୀ ଅଞ୍ଚଳର ସମୃଦ୍ଧିକୁ ନୂତନ ଗତି ଦେବା ଲକ୍ଷ୍ୟ ରହିଛି। ରାଜ୍ୟର ୪୮୦ କିଲୋମିଟରରୁ ଅଧିକ…

କଟକ ଉନ୍ନୟନ କର୍ତ୍ତୃପକ୍ଷ (CDA) ପକ୍ଷରୁ ସ୍ୱତନ୍ତ୍ର ନିର୍ମାଣ ନିୟମାବଳୀ-୨୦୨୬ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ

କଟକ: ଐତିହାସିକ କଟକ ସହରର କୋର୍ ଅଞ୍ଚଳ ବା ପୁରାତନ ବସ୍ତିଗୁଡ଼ିକର ବିକାଶ ପାଇଁ ଏକ ସ୍ୱତନ୍ତ୍ର ନିୟମାବଳୀ କାର୍ଯ୍ୟକାରୀ ହୋଇଛି। କଟକ ଉନ୍ନୟନ କର୍ତ୍ତୃପକ୍ଷ (CDA) ପକ୍ଷରୁ ‘ପ୍ଲାନିଂ ଆଣ୍ଡ ବିଲଡିଂ ଷ୍ଟାଣ୍ଡାର୍ଡ ରେଗୁଲେସନ ଫର୍ ଓଲ୍ଡ ଏରିଆଜ୍, ୨୦୨୬’ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଏହି ନୂତନ ନିୟମାବଳୀର ମୁଖ୍ୟ ବୈଶିଷ୍ଟ୍ୟ:  * ୪୩ଟି ୱାର୍ଡରେ ଲାଗୁ: ରୂପା ସହର ଭାବେ ପରିଚିତ କଟକର ୪୩ଟି ପୁରାତନ ୱାର୍ଡରେ ଏହି…

ପୂର୍ବ ରେକର୍ଡ଼କୁ ଭାଙ୍ଗିଲେ ୭ ଜଣ ଟେରାକୋଟା କାରିଗର

ଭୁବନେଶ୍ୱର : ଟେରାକୋଟା କୃତି ପ୍ରସ୍ତୁତିରେ ବିଶ୍ଵ ରେକର୍ଡ଼ କରିଛି ଓଡ଼ିଶା। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ “ଭବ୍ୟ ଟେରାକୋଟା କୃତି ପ୍ରସ୍ତୁତି” ପ୍ରତିଯୋଗିତାରେ ଦୁଇଟି ନୂଆ କୀର୍ତ୍ତିମାନ “ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ୍”ଲିପିବଦ୍ଧ ହୋଇଛି। ଏକକାଳୀନ ୧୦୦୦ ମୃତ୍ତିକା ଶିଳ୍ପୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସର୍ବାଧିକ ପ୍ରତିଯୋଗୀ ବର୍ଗରେ ନୂଆ ରେକର୍ଡ଼ ସୃଷ୍ଟି କରିଛନ୍ତି। ସେହିପରି ପୂର୍ବ ରେକର୍ଡ଼କୁ ଭାଙ୍ଗି ୭ ଜଣ ମୃତ୍ତିକା କାରିଗର ନୂଆ ରେକର୍ଡ଼ ସୃଷ୍ଟି…

“ଜାଇକା”  ସହାୟତାପ୍ରାପ୍ତ ରେଙ୍ଗାଲି ଜଳସେଚନ ପ୍ରକଳ୍ପର ସମୀକ୍ଷା ବୈଠକ

ଭୁବନେଶ୍ୱର : ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ସମ୍ମିଳନୀ କକ୍ଷରେ ଜେଆଇସିଏ ( ଜାଇକା) ସହାୟତାପ୍ରାପ୍ତ ରେଙ୍ଗାଲି ଜଳସେଚନ ପ୍ରକଳ୍ପ ଦ୍ୱିତୀୟ ପର୍ଯ୍ୟାୟର ୭ମ  ‘ପ୍ରକଳ୍ପ ପରିଚାଳନା କମିଟି’ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରକଳ୍ପ ଅଧୀନରେ ଥିବା ସମୁଦାୟ ୩୯,୪୧୬ ହେକ୍ଟର ଅଞ୍ଚଳରେ ଜଳ ପରିଚାଳନା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ପାଣି ପଞ୍ଚାୟତଗୁଡ଼ିକର ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ। ଏଥିସହ ପ୍ରକଳ୍ପର…

ଓଡ଼ିଶା ଯାତ୍ରୀର ସଫଳତା: ସୁଦୃଢ଼ ହେଲା ନାଗରିକ ସୁରକ୍ଷା

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ପ୍ରମୁଖ ଜନ-କୈନ୍ଦ୍ରିକ ପରିବହନ ସେବା ‘ଓଡ଼ିଶା ଯାତ୍ରୀ’, ରାଜ୍ୟରେ ନିଜର ସେବା ସମ୍ପ୍ରସାରଣ ସହ ନାଗରିକ ସୁରକ୍ଷା, ଡିଜିଟାଲ୍ ନବସୃଜନ ଏବଂ ଚାଳକଙ୍କ ସଶକ୍ତିକରଣ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଜନସାଧାରଣଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଏହି ପ୍ଲାଟଫର୍ମକୁ ଏକ ସୁଦୃଢ଼ ସୁରକ୍ଷା ବ୍ୟବସ୍ଥାରେ ପରିଣତ କରାଯାଇଛି, ଯେଉଁଥିରେ ଅତ୍ୟାଧୁନିକ ଜରୁରୀକାଳୀନ ପ୍ରତିକ୍ରିୟା ସୁବିଧା ଅନ୍ତର୍ଭୁକ୍ତ କରାଯାଇଛି। ଏହି ନୂତନ ବ୍ୟବସ୍ଥା ଅଧୀନରେ ବର୍ତ୍ତମାନ ପୋଲିସ ସହ ସିଧାସଳଖ…

AIRAWAT ସହ ହାତ ମିଳାଇଲା ନଗର ଉନ୍ନୟନ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ସ୍ଥାୟୀ, ଭବିଷ୍ୟତ-ଉପଯୋଗୀ ଏବଂ ନାଗରିକ-କୈନ୍ଦ୍ରିକ ସହର ଗଠନ ଦିଗରେ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ IIT କାନପୁରର ‘AIRAWAT ରିସର୍ଚ୍ଚ ଫାଉଣ୍ଡେସନ’(ARF) ମଧ୍ୟରେ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଏହି ସହଭାଗିତା ମାଧ୍ୟମରେ ରାଜ୍ୟର ସହରାଞ୍ଚଳ ପ୍ରଶାସନରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ବା କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗକୁ ଅଧିକ ସୁଦୃଢ଼ କରାଯିବ। ଗୃହ ନିର୍ମାଣ ଓ…

ଭୁବନେଶ୍ୱର ସହର ପରିବର୍ଦ୍ଧିତ ଯୋଜନା ପରି କଟକ ସହର ଆଉଟର ରିଙ୍ଗ୍‌ରୋଡ୍‌ ନିର୍ମାଣ କରିବା ନେଇ ଯୋଜନା

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଓଡ଼ିଶାର ବିକାଶ ନେଇ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାକୁ କାର୍ଯ୍ୟକାରୀ କରିବାକୁ ହେଲେ ଆମ କାର୍ଯ୍ୟର ଗତିକୁ ବଢ଼ାଇବାକୁ ପଡ଼ିବ। ଏଥି ସହିତ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ନେଇଥିବା ସଂକଳ୍ପକୁ କାର୍ଯ୍ୟକାରୀ କରିବାକୁ ହେଲେ ସବୁ ରାସ୍ତାଘାଟ ଓ ଭିତ୍ତିଭୂମି ପ୍ରକଳ୍ପକୁ ତ୍ୱରିତ ବେଗରେ ଆଗେଇ ନେବାକୁ ପଡ଼ିବ। ଏଥି ଲାଗି ଆଧୁନିକ ସଫ୍ଟୱେର  ଓ ଜ୍ଞାନକୌଶଳକୁ ଉପଯୋଗ କରି ନିଜର ଦକ୍ଷତାର ପରିଚୟ ଦେବା ପାଇଁ ଆଇନ, ପୂର୍ତ୍ତ…

BCPPERର ଅର୍ଥନୈତିକ ଆକାର ୨୦୪୭ ସୁଦ୍ଧା ୫୦୦ ବିଲିଅନ୍ ଡଲାରରେ ପହଞ୍ଚିବ

ଭୁବନେଶ୍ବର: ଭୁବନେଶ୍ବର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ ବା BCPPER ପାଇଁ ଏକ ଅର୍ଥନୈତିକ ଯୋଜନାର (Economic Plan) ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅର୍ଥନୈତିକ ଯୋଜନାକୁ ନୀତି ଆୟୋଗ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନୀତିଆୟୋଗର ସଦସ୍ୟ ରାଜୀବ ଗୌବା ଏବଂ ସିଇଓ ବି.ଭି.ଆର୍. ସୁବ୍ରମଣ୍ୟମ ମଧ୍ୟ ଯୋଗଦେଇଛନ୍ତି। ଏହି ଅବସରରେ ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଅର୍ଥନୈତିକ ଯୋଜନାକୁ ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,…

ମଣିଷ-ବନ୍ୟଜନ୍ତୁ ସଂଘର୍ଷ ନିରାକରଣ: ଉଚ୍ଚସ୍ତରୀୟ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର: ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାରଙ୍କ ପକ୍ଷରୁ ଲୋକସେବା ଭବନ ସ୍ଥିତ ରାଜ୍ୟ କନଭେନସନ ସେଣ୍ଟରଠାରେ ‘ମଣିଷ-ବନ୍ୟଜନ୍ତୁ ସଂଘର୍ଷ ନିରାକରଣ’ ଉପରେ ଏକ ଉଚ୍ଚସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଅଧିବେଶନରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଗୋଷ୍ଠୀ ସ୍ୱେଚ୍ଛାସେବୀ, ବିଶେଷ କରି ଗଜ ସାଥୀ ଏବଂ ବିଦ୍ୟୁତ ପ୍ରହରୀମାନଙ୍କ ପାଇଁ ଏକ ସୁସଂଗଠିତ ‘ରୋଷ୍ଟର ଭିତ୍ତିକ ବ୍ୟବସ୍ଥା’ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ…

ବର୍ଜ୍ୟରୁ ସମ୍ପଦ: ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବ ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା ଅର୍ବାନ୍ ଏକାଡେମୀଠାରେ ଫେକାଲ୍ ସ୍ଲଜ୍ ଏବଂ ସେପ୍ଟେଜ୍ ପରିଚାଳନା (FSSM) ଉପରେ ଏକ ଶିକ୍ଷଣ ଭିତ୍ତିକ କର୍ମଶାଳା ଆୟୋଜିତ ହୋଇଯାଇଛି। ଏଥିରେ ରାଜ୍ୟର ସହରାଞ୍ଚଳ ପରିମଳ ବ୍ୟବସ୍ଥାର ସୁଦୃଢୀକରଣ ପାଇଁ ତ୍ରିପାକ୍ଷିକ ବୁଝାମଣା ସ୍ବାକ୍ଷରିତ ହୋଇଛି। TSU-FSSM ଏବଂ ‘ଦସ୍ରା’ (Dasra)ର ସହଯୋଗରେ ଆୟୋଜିତ ଏହି କର୍ମଶାଳାରେ ବରିଷ୍ଠ ପଦାଧିକାରୀ, କ୍ଷେତ୍ର ବିଶେଷଜ୍ଞ ଏବଂ ପ୍ରମୁଖ ସହଯୋଗୀମାନେ ଯୋଗ ଦେଇ ଓଡ଼ିଶାର…