ଇଣ୍ଡୋକ୍ରିପ୍ଟ ୨୦୨୫: କ୍ରିପ୍ଟୋଗ୍ରାଫି ଓ ସୂଚନା ସୁରକ୍ଷା ବିଷୟରେ ଚାରିଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ
ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଇଣ୍ଟରନ୍ୟାସନାଲ୍ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ଇନ୍ଫର୍ମେସନ୍ ଟେକ୍ନୋଲୋଜି (ଆଇଆଇଆଇଟି) ‘ଇଣ୍ଡୋକ୍ରିପ୍ଟ’୨୦୨୫ ଉଦଘାଟିତ ହୋଇଛି। ଏହି ଚାରିଦିନିଆ ଆନ୍ତର୍ଜାତିକ ସମ୍ମିଳନୀରେ କ୍ରିପ୍ଟୋଗ୍ରାଫି ଓ ସୂଚନା ସୁରକ୍ଷା ଉପରେ ଆଲୋଚନା ହେବ। ଏହି ସମ୍ମିଳନୀରେ ବିଶ୍ୱରୁ ଆସିଥିବା ପ୍ରମୁଖ ଗବେଷକ, ଶିକ୍ଷାବିଦ୍, ଶିଳ୍ପ ନିପୁଣ ଓ ନୀତିନିର୍ଦ୍ଦେଶକ ମାନେ ଯୋଗଦେବେ। ଏହି ସମ୍ମିଳନୀ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଉଦ୍ଘାଟନୀ ଉତ୍ସବରେ ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଅଧ୍ୟକ୍ଷତା କରିଥିଲେ।…


