ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଆଜି ଆମେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ, ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସରେ ତାଙ୍କୁ ସ୍ମରଣ କରୁଛୁ। ଜାତି ପ୍ରତି ତାଙ୍କ ଅପରିମିତ ସେବା, ଦୃଢ଼ ଇଚ୍ଛାଶକ୍ତି ଓ ଅଦମ୍ୟ ନେତୃତ୍ୱ ଆଜି ମଧ୍ୟ ଆମ ସମସ୍ତଙ୍କୁ ପ୍ରେରିତ କରେ। ଜାତୀୟ ଏକତା, ନାରୀ ସଶକ୍ତିକରଣ ଓ ଆତ୍ମନିର୍ଭର ଭାରତ ଗଠନରେ ତାଙ୍କ ଭୂମିକା ଅବିସ୍ମରଣୀୟ।ଆଜି ତାଙ୍କ ସ୍ମୃତିରେ ସମଗ୍ର ଦେଶ ଶ୍ରଦ୍ଧା ସୁମନ ଅର୍ପଣ କରୁଛି ଓ ତାଙ୍କ ଆଦର୍ଶକୁ ସ୍ମରଣ କରୁଛି। ସୂଚନା…

ଜୟନ୍ତୀରେ ମହାନ ବିପ୍ଳବୀ ଶହୀଦ ଜୟୀ ରାଜଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ପବିତ୍ର ଓଡ଼ିଶା ମାଟି ଅନେକ ବୀର ପୁରୁଷଙ୍କୁ ଜନ୍ମ ଦେଇଛି। ଦେଶ ପ୍ରେମରେ ଜୀବନକୁ ଆଲୋକରେ ଉଦ୍ଭାସିତ କରିଥିବା, ଚିନ୍ତାର ଉଚ୍ଚତମ ଶୃଙ୍ଗକୁ ସ୍ପର୍ଶ କରିଥିବା, ଦୃଢ଼ ସଂକଳ୍ପର ପରିଚୟ ଦେଇଥିବା ସେହିପରି ଜଣେ ପ୍ରଜ୍ଞାଦୀପ୍ତ ବ୍ୟକ୍ତିତ୍ୱ ଥିଲେ ବିପ୍ଳବୀ ଜୟୀ ରାଜଗୁରୁl ସେ ଥିଲେ ବେଦ, ଶାସ୍ତ୍ର, ନୀତି, ଅସ୍ତ୍ର-ଶସ୍ତ୍ର ଓ ରାଜନୀତିରେ ନିପୁଣ, ଖୋର୍ଦ୍ଧା ଗଡ଼ ରାଜା ମୁକୁନ୍ଦ ଦେବଙ୍କ ରାଜଗୁରୁ। ସାରା ଦେଶ ଯେତେବେଳେ ଇଂରେଜମାନଙ୍କ ଅଧୀନକୁ ଆସି ଯାଇଥିଲା, ସେତେବେଳେ ଏହି…

ଷଷ୍ଠ ଓଏସଏପି ବାଟାଲିୟନ ପରିସରରେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହ

କଟକ : କଟକସ୍ଥିତ ଷଷ୍ଠ ଓଏସଏପି ବାଟାଲିୟନ ପରିସରରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ 150 ତମ ଜନ୍ମ ଜୟନ୍ତୀ ଅବସରରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ସମାରୋହ ପାଳିତ ହୋଇଯାଇଛି। ଏହି ଅବସରରେ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମ ବ୍ରାଞ୍ଚ) ବିନୟତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାପୁରୁଷ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ରାଷ୍ଟ୍ରର ଏକତା, ଅଖଣ୍ଡତା, ସୁରକ୍ଷା ତଥା ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ…

“ଏକତା, ଭାଇଚାରା ଓ ଦେଶପ୍ରେମ ଆମ ବିକଶିତ ଭାରତର ଶକ୍ତି”

ଭୁବନେଶ୍ୱର: ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିଅମ ଠାରେ ଆୟୋଜିତ ଏକତା ଦୌଡ଼କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏକତା, ଭାଇଚାରା ଓ ଦେଶପ୍ରେମ ଆମ ବିକଶିତ ଭାରତର ଶକ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଭିନ୍ନତାରେ ଏକତା ହେଉଛି ଭାରତର ଆତ୍ମା ଓ ଶକ୍ତି। ଜାତି, ଧର୍ମ,…

ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୮୮ତମ ସଂସ୍କୃତି ଚର୍ଚ୍ଚା

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୮୮ତମ ସଂସ୍କୃତି ଚର୍ଚ୍ଚା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ “ନୌବାଣିଜ୍ୟ, ବାଲିଯାତ୍ରା ଏବଂ ଓଡ଼ିଆ ଅସ୍ମିତା” ଶୀର୍ଷକ ଉପରେ ଆଲୋଚନା କରାଯାଇଥିଲା। ସଂସ୍କୃତି ଚର୍ଚ୍ଚା କାର୍ଯ୍ୟକ୍ରମରେ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଅମିୟ କୁମାର ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ସେ ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଏଥିସହ ବାଲିଯାତ୍ରା ଆମ ଓଡ଼ିଆ ସଂସ୍କୃତିକୁ ଜାତୀୟ…

କ୍ରେଚ ଉପରେ ଦୁଇଦିନିଆ କର୍ମଶାଳା ଶୁଭାରମ୍ଭ

ଭୁବନେଶ୍ୱର : ମହିଳା ଏବଂ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଏବଂ ଭାରତୀୟ ମାନବ ବସତି ପ୍ରତିଷ୍ଠାନ, ବାଙ୍ଗାଲୋର ଓ ପ୍ରାରମ୍ଭିକ ଶୈଶବ, କ୍ରେଚ (ଶିଶୁ ସଦନ)ଏବଂ ଶିକ୍ଷା, ମାତୃ, ନବଜାତ ଏବଂ ଶିଶୁ ସ୍ୱାସ୍ଥ୍ୟର ଅନ୍ୟାନ୍ୟ ବୈଷୟିକ ବିଶେଷଜ୍ଞଙ୍କ ସହଯୋଗରେ ଭୁବନେଶ୍ୱରରେ  ଦୁଇ ଦିନିଆ ପରାମର୍ଶ ବୈଠକ-ତଥା-କର୍ମଶାଳା ଆୟୋଜିତ ହୋଇଛି। ମହିଳା ଏବଂ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଏହି ବୈଠକ-ସହ-କର୍ମଶାଳାର ଉଦଘାଟନ କରିଥିଲେ। ଏହି କର୍ମଶାଳାରେ ମହିଳା ଓ…

ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ବିଭିନ୍ନ ରାଜ୍ୟର ଉତ୍ପାଦ

ଭୁବନେଶ୍ୱର : ନଭେମ୍ବର ପହିଲାରୁ ୧୨ ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଶକ୍ତି ମେଳା ଇଡ଼କୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେଉଛି । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସ୍ଥାନୀୟ ମିଶନ ଶକ୍ତି ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ, ନାରୀମାନେ ଆଜି ପ୍ରତ୍ୟେକ କ୍ଷେତ୍ରରେ ନିଜ ସାମର୍ଥ୍ୟ, ସୃଜନଶୀଳତା ଓ ଉଦ୍ୟୋଗୀତାର ପରିଚୟ ଦେଉଛନ୍ତି। ଏହି ଅପ୍ରତିମ ନାରୀ ଶକ୍ତିକୁ…

ଜାତୀୟ ଜଳପଥ-୫ ଏବଂ ୬୪ର ବିକାଶ ଏବଂ କାର୍ଯ୍ୟକ୍ଷମ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

ମୁମ୍ବାଇ : ଭାରତୀୟ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ (IWAI), ଓଡ଼ିଶା ସରକାର, ପାରାଦୀପ ବନ୍ଦର ପ୍ରାଧିକରଣ (PPA) ଏବଂ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (MCL) ମଧ୍ୟରେ ମୁମ୍ବାଇର NESCO ଗ୍ରାଉଣ୍ଡରେ ଅନୁଷ୍ଠିତ ଇଣ୍ଡିଆ ମେରିଟାଇମ୍ ୨୦୨୫ ସମୟରେ ଜାତୀୟ ଜଳପଥ-୫ (NW–୫) ଏବଂ ଜାତୀୟ ଜଳପଥ-୬୪ (NW–୬୪) ର ବିକାଶ ଏବଂ କାର୍ଯ୍ୟକ୍ଷମତା ପାଇଁ ଏକ ଐତିହାସିକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇ ଯାଇଛି। ସ୍ଥାୟୀ ମାଲ ପରିବହନ ଏବଂ ଆଞ୍ଚଳିକ ଆର୍ଥିକ ଅଭିବୃଦ୍ଧି ପାଇଁ ଓଡ଼ିଶାର…

ଖୁବ୍‌ଶୀଘ୍ର କ୍ଷୟକ୍ଷତିର ଆକଳନ କରାଯାଇ ସହାୟତା ପ୍ରଦାନ କରାଯିବ

ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟାୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବାତ୍ୟା ପରବର୍ତ୍ତୀ ସ୍ଥିତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ୱତନ୍ତ୍ର ରିଲିଫ୍‌ କମିଶନର ଦେଓରଞ୍ଜନ କୁମାର ସିଂହ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ରହି ବାତ୍ୟା ପରବର୍ତ୍ତୀ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ବୈଠକ ପରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ ଯେ ୧୯୯୯ ମସିହା ଅକେଫାବର ମାସ…

ଆଇସିୟୁ ଏବଂ କ୍ରିଟିକାଲ କେୟାର ୟୁନିଟ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ ନିମନ୍ତେ ରାଜ୍ୟସ୍ତରୀୟ ସମ୍ମିଳନୀ

ଭୁବନେଶ୍ଵର: ରାଜ୍ୟର ମେଡିକାଲରେ ଆଇସିୟୁ ଏବଂ କ୍ରିଟିକାଲ କେୟାର ୟୁନିଟ ପାଇଁ ମାର୍ଗଦର୍ଶିକା ନିମନ୍ତେ ଇଣ୍ଡିଆନ ମେଡିକାଲ ଆସୋସିଏସନ ସଭାଗୃହରେ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ମାନ୍ୟବର ସୁପ୍ରିମକୋର୍ଟଙ୍କ ୨୦୧୬ ମସିହାର CA ୮୪୦୨ ଏବଂ ୨୦୨୪ ମସିହାର MA ୩୦୪୦୮ ନିର୍ଦ୍ଦେଶ ଅନୁଯାୟୀ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ସମସ୍ତ ଅଂଶୀଦାରଙ୍କ ପ୍ରତିନିଧି ଯଥା, ଶିକ୍ଷାଦାନ/ଅଣ-ଶିକ୍ଷଣ ହସ୍ପିଟାଲ, ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ, ରାଜ୍ୟ ମେଡିକାଲ ପରିଷଦ, କର୍ପୋରେଟ୍ ପରିଚାଳିତ ହସ୍ପିଟାଲର ପ୍ରତିନିଧି ଏବଂ ଆଇସିୟୁ/କ୍ରିଟିକାଲ…