ଏନଇପି ଅଧୀନରେ ୫୫ଟି NCERT ପୁସ୍ତକ ଅନୁବାଦ ଓ ସନ୍ଦର୍ଭୀକରଣ କରିବାରେ ଓଡ଼ିଶା ଅଗ୍ରଣୀ
ଭୁବନେଶ୍ବର : ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ନୂତନ ଭାବରେ ବିକଶିତ ୧୭ଟି ପାଠ୍ୟପୁସ୍ତକର ସମୀକ୍ଷା ଏବଂ ଅନୁମୋଦନ କରାଯାଇଛି । ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡକ୍ଟର ଏନ୍. ତିରୁମାଲା ନାଏକଙ୍କ ଅଧ୍ୟକ୍ଷତାରେ ପାଠ୍ୟକ୍ରମ ଏବଂ ପାଠ୍ୟପୁସ୍ତକ ବିକାଶ ସମ୍ପର୍କିତ ଚତୁର୍ଥ କୋର୍ କମିଟି ବୈଠକରେ ଏହି ଅନୁମୋଦନ କରାଯାଇଛି। ଏହି ବୈଠକରେ ବିଭାଗ ଅଧିନରେ ଥିବା ସମସ୍ତ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଓ…


