71-ନୂଆପଡା ଉପନିର୍ବାଚନ : ଭିଭିପାଟ ଦ୍ଵିତୀୟ ପର୍ଯ୍ୟାୟ ରାଣ୍ଡୋମାଇଯେସନ ଓ ପେଆରିଂ

ନୂଆପଡା: 71-ନୂଆପଡା ବିଧାନସଭାମଣ୍ଡଳୀ ଉପନିର୍ବାଚନ ପାଇଁ ନିର୍ବାଚନ ପର୍ଯ୍ୟବେକ୍ଷକ ପ୍ରକାଶ ବିନ୍ଦୁ ଏଵଂ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଉପସ୍ଥିତିରେ ଇ ଭି ଏମ୍ ଓ ଭିଭିପାଟ ମେସିନ୍ ସବୁର ଦ୍ଵିତୀୟ ପର୍ଯ୍ୟାୟ ରାଣ୍ଡୋମାଇଯେସନ ଓ ପେଆରିଂ ଅନୁଷ୍ଠିତ ହୋଇଯାଇଛିl ଉପଜିଲ୍ଲାପାଳ ତଥା ରିଟନିଙ୍ଗ ଅଫିସର ସୁର୍ମି ସୋରେନ୍ ଙ୍କ ଲଗ୍ଇନରେ ଏହା ସମ୍ପନ୍ନ ହୋଇଥିଲା। ନିର୍ବାଚନ ପ୍ରସ୍ତୁତି ପାଇଁ ସମସ୍ତ ଭୋଟିଂ ମେସିନ୍ ସ୍ଥାନୀୟ ନେସନାଲ କଲେଜର ଷ୍ଟ୍ରଙ୍ଗ ରୁମ୍ ରେ…

‘ଜନସାଧାରଣ ଆତଙ୍କିତ ହୁଅନ୍ତୁ ନାହିଁ’

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱତନ୍ତ୍ର ରିଲିଫ୍‌ କମିଶନର ଦେଓରଞ୍ଜନ କୁମାର ସିଂ ସମ୍ଭାବ୍ୟ ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କ ସହ ବାତ୍ୟାପୂର୍ବ ପ୍ରସ୍ତୁତି ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ। ବୈଠକ ପରେ ରାଜୀବ ଭବନଠାରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ ଯେ ଭାରତୀୟ ପାଣିପାଗ…

ନୂଆପଡା :୧୪ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ହେବ ପ୍ରତିଦ୍ୱନ୍ଦିତା

ଭୁବନେଶ୍ୱର: ନୂଆପଡା ବିଧାନସଭା ଉପନିର୍ବାଚନ ନେଇ ଆଜି ଥିଲା ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଏବଂ ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ଦିବା ୧୧ ଘଟିକାରୁ  ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ସମୟ ପ୍ରାର୍ଥୀମାନଙ୍କୁ ପ୍ରଦାନ କରାଯାଇଥିଲା। ଜଣେ ବି ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନାହାନ୍ତି। ଅତଏବ, ୧୪ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ନୂଆପଡା ବିଧାନସଭା ଉପନିର୍ବାଚନରେ ହେବ ପ୍ରତିଦ୍ୱନ୍ଦିତା।  ଭାରତୀୟ ଜନତା ଦଳରୁ ଜୟ ଢୋଲକିଆ, ବିଜୁ ଜନତା ଦଳରୁ ସ୍ନେହାଙ୍ଗିନୀ ଛୁରିଆ,…

“ରିଫ୍ରେଶର୍ କୋର୍ସ ଇନ୍ ଫାର୍ଷ୍ଟ ଏଡ୍” ବିଷୟରେ ସୁରକ୍ଷା ଏବଂ ଗୁଣବତ୍ତା ସମ୍ପର୍କିତ ତାଲିମ କର୍ମଶାଳା

ଭୁବନେଶ୍ବର: ରାଜ୍ୟରେ କାରଖାନାମାନଙ୍କରେ ଶ୍ରମିକ ସୁରକ୍ଷା ଓ ସୁରକ୍ଷିତ କାର୍ଯ୍ୟସ୍ଥଳୀ ନିର୍ମାଣକୁ ସରକାର ପ୍ରାଥମିକତା ଦେଇଆସୁଛି। ଏହାକୁ ଦୃଷ୍ଟିରେ ରଖି, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ମଞ୍ଜୁରୀକ୍ରମେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟ ପକ୍ଷରୁ ନିୟମିତ ଭାବରେ ଭିନ୍ନ ଭିନ୍ନ ସୁରକ୍ଷା ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ସେହି କ୍ରମରେ, ତା. ୨୪.୧୦.୨୦୨୫ରେ ରାଜ୍ୟ ଶ୍ରମ ପ୍ରତିଷ୍ଠାନ, ଭୁବନେଶ୍ବରର ସମ୍ମିଳନୀ କକ୍ଷରେ “ରିଫ୍ରେଶର୍ କୋର୍ସ ଇନ୍ ଫାର୍ଷ୍ଟ ଏଇଡ୍ – ସୁରକ୍ଷା ଏବଂ…

ଆଗକୁ ବଢ଼ୁଛି ଓଡ଼ିଶା ସାଇବର ସୁରକ୍ଷା ଅଭିଯାନ

ଭୁବନେଶ୍ୱର : ରାଜ୍ୟରେ ସାଇବର ସୁରକ୍ଷା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଓଡ଼ିଶା ସାଇବର ସୁରକ୍ଷା ଅଭିଯାନ – ୨୦୨୫ ବେଶ୍ ସଫଳତାର ସହ ଆଗକୁ ବଢ଼ୁଛି। ଗତ ଅକ୍ଟୋବର ୧୮, ୨୦୨୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଏହି ଅଭିଯାନର ଶୁଭାରମ୍ଭ କରାଯାଇଥିଲା। ଏଥିରେ ୧୬ଟି ସାଇବର ରଥକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା। ଏହି ଅଭିଯାନ ଓଡ଼ିଶାର ସମସ୍ତ ୩୪ଟି ପୋଲିସ୍ ଜିଲ୍ଲାରେ କାର୍ଯ୍ୟକାରୀ…

ଦୁଇ ଦିନିଆ “ଓଡ଼ିଶା ସହରାଞ୍ଚଳ ସମ୍ମିଳନୀ ୨୦୨୫”

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ଦ୍ୱାରା ଆୟାଜିତ ଏକ  ଦୁଇ ଦିନିଆ  “ଓଡ଼ିଶା ସହରାଞ୍ଚଳ ସମ୍ମିଳନୀ ୨୦୨୫” ଭୁବନେଶ୍ୱରରେ ଉଦଘାଟିତ ହୋଇଛିI ଏଥିରେ ଓଡ଼ିଶାର ସହରଗୁଡ଼ିକୁ ସ୍ମାର୍ଟ, ସମାବେଶୀ ଏବଂ ସ୍ଥାଯ଼ୀ ସହରାଞ୍ଚଳ ଭବିଷ୍ୟତ ଦିଗରେ ଆଗେଇ ନେବାର ଲକ୍ଷ୍ୟ ରହିଛି। ଏହି ସମ୍ମିଳନୀ ହେଉଛି ଏକ ରଣନୈତିକ ପଦକ୍ଷେପ ଯାହା ୨୦୩୬ ସୁଦ୍ଧା ଏକ ବିକଶିତ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ଦୀର୍ଘକାଳୀନ ବିକାଶ ଲକ୍ଷ୍ୟ…

ନୂଆପଡ଼ା ଉପ-ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତି  ସମୀକ୍ଷା

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ବିଧାନସଭା ମଣ୍ଡଳୀରେ ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ  ଯୋଗେଶ ବହାଦୁର ଖୁରାନିଆ ପୋଲିସ ମୁଖ୍ୟାଳୟ ଠାରେ ପୋଲିସ୍ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତିକୁ  ସମୀକ୍ଷା କରିଛନ୍ତି।  ଡିଜିପି ଶ୍ରୀ ଖୁରାନିଆ ଏକ ଅବାଧ, ସ୍ୱଚ୍ଛ, ମୁକ୍ତ ଓ ନିରପେକ୍ଷ ଉପ-ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ।  ନିର୍ବାଚନ ଆଚରଣ ବିଧିର କଡାକଡି ଅନୂପାଳନ ଏବଂ ଭିଆଇପି ଓ ଭିଭିଆଇପିଙ୍କ ଗସ୍ତ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥା ପାଇଁ ଭାରତର…

ସମ୍ଭାବ୍ୟ ବର୍ଷାର ମୁକାବିଲା ନିମନ୍ତେ କୃଷି ବିଭାଗର ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ସମ୍ଭାବ୍ୟ ବର୍ଷା ଓ ଏହାର ମୁକାବିଲା ନିମନ୍ତେ କୃଷି ବିଭାଗର ଏକ ପ୍ରସ୍ତୁତି ବୈଠକ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କୃଷି ନିର୍ଦ୍ଦେଶକ ଶୁଭମ ସକ୍ସେନା, ଭାରତୀୟ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି, ଓୟୁଏଟି ଡିନ୍ ଡଃ. ପ୍ରସନ୍ନଜିତ୍ ମିଶ୍ର ମଧ୍ୟ ଯୋଗଦେଇଥିଲେ। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଏଯାବତ୍ ରାଜ୍ୟରେ ସମ୍ଭାବ୍ୟ ବାତ୍ୟାର କୌଣସି ସୂଚନା ନାହିଁ। କିନ୍ତୁ ଦକ୍ଷିଣ-ପଶ୍ଚିମ…

ବ୍ୟାଙ୍କରମାନେ ସହାନୁଭୂତିଶୀଳ ହୋଇ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ବ୍ୟାପକଭାବେ ଅନ୍ତର୍ଭୁକ୍ତ କରନ୍ତୁ – ରାଜ୍ୟପାଳ

ଭୁବନେଶ୍ୱର: ବ୍ୟାଙ୍କରମାନେ ସହାନୁଭୂତିଶୀଳ ହୋଇ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ବହୁଳ ସଂଖ୍ୟାରେ ଅନ୍ତର୍ଭୁକ୍ତ କରାନ୍ତୁ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତ। ଚଳିତ ଅକ୍ଟୋବର ୧୮ ତାରିଖ ଦିନ ରାଜଭବନର ନିଉ ଅଭିଷେକ ହଲଠାରେ ରାଜ୍ୟରେ ବ୍ୟାଙ୍କରମାନଙ୍କର କାର୍ଯ୍ୟାବଳୀ ସମୀକ୍ଷା କରିବା ଅବସରରେ ରାଜ୍ୟପାଳ ଏହା କହିବା ସହିତ ହିତାଧିକାରୀଙ୍କ ଜୀବନଜୀବିକାର ଉନ୍ନତିପାଇଁ ଲୋକାଭିମୁଖୀ ଯୋଜନାଗୁଡ଼ିକୁ ସକ୍ରିୟ ଭାବରେ ପ୍ରୋତ୍ସାହିତ କରିବାକୁ ଆହ୍ୱାନ ଜଣାଇଛନ୍ତି। ବ୍ୟାଙ୍କ- ଲିଙ୍କଡ୍ ଜୀବିକା ଯୋଜନା ପ୍ରସଙ୍ଗ, ଦେଖାଯାଉଥିବା ଆହ୍ବାନ…

‘ସରକାର ଗ୍ରାମ ପଞ୍ଚାୟତଗୁଡ଼ିକୁ ଜନକଲ୍ୟାଣ ଓ ଲୋକସେବାର କେନ୍ଦ୍ର ଭାବେ ବିକଶିତ କରୁଛନ୍ତି’

ଭୁବନେଶ୍ୱର: ଗ୍ରାମଞ୍ଚଳରେ ସୁଶାସନକୁ ଆହୁରି ଦକ୍ଷ ଓ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ ଆଭାସୀ ମାଧ୍ୟମରେ ରାଜ୍ୟରେ ୪୭୧ ଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭୂମି ପୂଜନ ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନାର ପ୍ରଥମ କିସ୍ତି ବଣ୍ଟନ କରିଛନ୍ତି। ସୂଚନାଯୋଗ୍ୟ ଯେ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ବ୍ୟତୀତ ରାଜ୍ୟର ୨୮ଟି ଜିଲ୍ଲାରେ ୪୭୧ଟି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ସହିତ ୪୮,୬୯୩ ଜଣ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ…